ମାତ୍ର ୨୦ ଟଙ୍କା ପାଇଁ ପୁଅ ଆଗରେ ବାପାଙ୍କୁ ପିଟିପିଟି ହତ୍ୟା

ନୂଆଦିଲ୍ଲୀ: ମରିଗଲାଣି ମାନବିକତା। ମାତ୍ର ୨୦ ଟଙ୍କା ପାଇଁ ୨ ଭାଇ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ବ୍ୟକ୍ତିଙ୍କୁ ଆକ୍ରମଣ କରି ହତ୍ୟା କରିବା ବେଳେ ତାଙ୍କର ୧୩ ବର୍ଷୀୟ ପୁଅ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ। ପିଲାଟି ଆକ୍ରମଣକାରୀଙ୍କୁ ଯେତେ ନେହୁରା ହୋଇ ବାପାଙ୍କ ଜୀବନ ଭିକ୍ଷା କରିଥିଲେ ହେଁ ତା’ କଥା କେହି ବି ଶୁଣି ନଥିଲେ। ଦିଲ୍ଲୀରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି। ଗୁରୁବାର ଦିନ ଘଟିଥିବା ଏହି […]

yu

yu

Hemant Lenka
  • Published: Monday, 28 September 2020
  • Updated: 28 September 2020, 08:05 PM IST

Sports

Latest News

ନୂଆଦିଲ୍ଲୀ: ମରିଗଲାଣି ମାନବିକତା। ମାତ୍ର ୨୦ ଟଙ୍କା ପାଇଁ ୨ ଭାଇ ଜଣେ ବ୍ୟକ୍ତିଙ୍କୁ ପିଟିପିଟି ହତ୍ୟା କରିଛନ୍ତି। ବ୍ୟକ୍ତିଙ୍କୁ ଆକ୍ରମଣ କରି ହତ୍ୟା କରିବା ବେଳେ ତାଙ୍କର ୧୩ ବର୍ଷୀୟ ପୁଅ ମଧ୍ୟ ସେଠାରେ ଉପସ୍ଥିତ ରହିଥିଲେ। ପିଲାଟି ଆକ୍ରମଣକାରୀଙ୍କୁ ଯେତେ ନେହୁରା ହୋଇ ବାପାଙ୍କ ଜୀବନ ଭିକ୍ଷା କରିଥିଲେ ହେଁ ତା’ କଥା କେହି ବି ଶୁଣି ନଥିଲେ। ଦିଲ୍ଲୀରେ ଘଟିଥିବା ଏହି ଘଟଣା ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।

ଗୁରୁବାର ଦିନ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣାରେ ପୁଲିସ୍‌ ଆକ୍ରମଣରେ ସାମିଲ ଥିବା ଦୁଇ ଭାଇ ସନ୍ତୋଷ ଓ ସରୋଜଙ୍କୁ ଗିରଫ କରିଛି। ସେମାନେ ୩୮ ବର୍ଷୀୟ ରୁପେଶଙ୍କୁ ମାତ୍ର ୨୦ ଟଙ୍କା ପାଇଁ ହତ୍ୟା କରିଥିବା ପୁଲିସ୍‌ କହିଛି। ପୁଲିସ୍‌ର ସୂଚନା ଅନୁଯାୟୀ, ରୁପେଶ ତାଙ୍କ ପତ୍ନୀ ଓ ପିଲାମାନଙ୍କ ସହ ଦିଲ୍ଲୀର ବୁରାରୀ ଅଞ୍ଚଳରେ ରହୁଥିଲେ।

ସେ ନିକଟସ୍ଥ ଏକ ସେଲୁନକୁ ଦାଢ଼ି କାଟିବାକୁ ଯାଇଥିଲେ। ଏଠାରେ ତାଙ୍କୁ ୫୦ ଟଙ୍କା ଦେବାକୁ ଦୋକାନୀ କହିଥିଲେ। ତେବେ ରୁପେଶ ଦୋକାନୀ ମାଲିକ ସନ୍ତୋଷକୁ ୩୦ ଟଙ୍କା ଦେଇଥିଲେ ଓ ବାକି ଟଙ୍କା ପଛରେ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ହେଲେ ସନ୍ତୋଷ ଓ ତା’ ଭାଇ ସରୋଜ ହଠାତ୍‌ ରୁପେଶଙ୍କୁ ଆକ୍ରମଣ କରିବା ସହ ଗୋଟିଏ ପ୍ଲାଷ୍ଟିକ ପାଇପରେ ତାଙ୍କୁ ମାଡ଼ ମାରିଥିଲେ।

ଏହି ସମୟରେ ରୁପେଶଙ୍କ ୧୩ ବର୍ଷୀୟ ପୁଅ ବାପାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ହେଲେ ସନ୍ତୋଷ ଓ ସରୋଜ କିଛି ବି ଶୁଣିଥିଲେ। ସେମାନେ ରୁପେଶଙ୍କୁ ପାଇପରେ ମାଡ଼ ମାରି ଚାଲିଥିଲେ। ଘଟଣାସ୍ଥଳରେ କିଛି ଲୋକ ଉପସ୍ଥିତ ରହିଥିଲେ ହେଁ ସେମାନେ ଆଦୌ ଏହାର ପ୍ରତିବାଦ କରି ନଥିଲେ। କିଛି ସମୟ ପରେ ରୁପେଶଙ୍କୁ ରକ୍ତାକ୍ତ ଅବସ୍ଥାରେ ହସ୍ପିଟାଲ ନିଆଯାଇଥିଲେ ହେଁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos