ପୁଲିସ ବାବୁଙ୍କ ଆଙ୍ଗୁଠିକୁ ଦି’ଗଡ଼ କରିଦେଲା ବ୍ୟକ୍ତି

ମୁମ୍ବାଇ: ମାନସିକ ସ୍ତରରେ ବିକାର ଗ୍ରସ୍ତ ଜଣେ ବ୍ୟକ୍ତିଙ୍କ କାମୁଡ଼ାରେ ଲହୁଲୁହାଣ ହୋଇଛନ୍ତି ପୁଲିସ୍‌ କନଷ୍ଟେବଲ। ମୁମ୍ବାଇର ନଗପଡ଼ାରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ଚେଷ୍ଟା କରୁଥିବା ପୁଲିସ୍‌ କନଷ୍ଟେବଲ ଜନାର୍ଦ୍ଦନ ସାଖରେ ଏଭଳି ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ୪୫ ବର୍ଷୀୟ ମହମ୍ମଦ ଶକୀଲ ଶବୀର ହୁସେନ ସଲମାନ। ସଲମାନ ଦୀର୍ଘଦିନ ହେଲା ମାନସିକ ବିକାର ଗ୍ରସ୍ତ ହୋଇ ଅନେକ ପ୍ରକାରର ଅଜବ କାଣ୍ଡ ଘଟାଇଛି। ଏହି ଘଟଣା ପରେ ପୁଲିସ୍‌ […]

erf

erf

Hemant Lenka
  • Published: Thursday, 13 February 2020
  • Updated: 13 February 2020, 09:17 PM IST

Sports

Latest News

ମୁମ୍ବାଇ: ମାନସିକ ସ୍ତରରେ ବିକାର ଗ୍ରସ୍ତ ଜଣେ ବ୍ୟକ୍ତିଙ୍କ କାମୁଡ଼ାରେ ଲହୁଲୁହାଣ ହୋଇଛନ୍ତି ପୁଲିସ୍‌ କନଷ୍ଟେବଲ। ମୁମ୍ବାଇର ନଗପଡ଼ାରେ ଟ୍ରାଫିକ ବ୍ୟବସ୍ଥା ସୁଧାରିବାକୁ ଚେଷ୍ଟା କରୁଥିବା ପୁଲିସ୍‌ କନଷ୍ଟେବଲ ଜନାର୍ଦ୍ଦନ ସାଖରେ ଏଭଳି ଆକ୍ରମଣର ଶିକାର ହୋଇଛନ୍ତି। ଆକ୍ରମଣ କରିଥିବା ବ୍ୟକ୍ତି ଜଣଙ୍କ ହେଉଛନ୍ତି ୪୫ ବର୍ଷୀୟ ମହମ୍ମଦ ଶକୀଲ ଶବୀର ହୁସେନ ସଲମାନ।

ସଲମାନ ଦୀର୍ଘଦିନ ହେଲା ମାନସିକ ବିକାର ଗ୍ରସ୍ତ ହୋଇ ଅନେକ ପ୍ରକାରର ଅଜବ କାଣ୍ଡ ଘଟାଇଛି। ଏହି ଘଟଣା ପରେ ପୁଲିସ୍‌ ତାଙ୍କୁ ଅଟକ ରଖି ହସ୍ପିଟାଲରେ ଭର୍ତ୍ତି କରିଛି। ବୁଧବାର ସନ୍ଧ୍ୟାରେ ନାଗପଡ଼ାରେ ଏହି ଘଟଣା ଘଟିଛି।

ବୁଧବାର ଜନାର୍ଦ୍ଦନ ନାଗପଡ଼ା ଅଞ୍ଚଳରେ ଚାଲିଥିବା ପ୍ୟାଟ୍ରୋଲିଂ ଭ୍ୟାନରେ ଥିଲେ। ଏହି ସମୟରେ କିଛି ଲୋକ ତାଙ୍କ ପାଖକୁ ଆସିବା ସହ ସଲମାନ ରାସ୍ତା ଉପରେ ଉଲ୍ଲଗ୍ନ ଅବସ୍ଥାରେ ବୁଲିବା ସହ ଲୋକଙ୍କୁ ଆକ୍ରମଣ କରୁଛି ବୋଲି ଅଭିଯୋଗ କରିଥିଲେ। କନଷ୍ଟେବଲ ଜନାର୍ଦ୍ଦନ ଅନ୍ୟ କର୍ମଚାରୀଙ୍କୁ ସୂଚନା ଦେବା ସହ ଘଟଣା ସ୍ଥଳରେ ପହଞ୍ଚିଥିଲେ। ସଲମାନ ରାସ୍ତାରେ ଗଡ଼ିବା ସହ ଟ୍ରାଫିକ ସମସ୍ୟା ସୃଷ୍ଟି କରୁଥିବା ସେ ଦେଖିବାକୁ ପାଇଥିଲେ।

ଫଳରେ ସେ ସଲମାନଙ୍କୁ ରାସ୍ତା ଖାଲିବାକୁ କହିଥିଲେ। ହେଲେ ସେ କୌଣସି ପ୍ରକାରର ଏହାକୁ କର୍ଣ୍ଣପାତ କରି ନଥିଲା। ଶେଷରେ ଜନାର୍ଦ୍ଦନ ତାକୁ ଜୋରଜବରଦସ୍ତ ରାସ୍ତାରୁ ଉଠାଇଥିଲେ। ଏତିକି ବେଳେ ସଲମାନ ତାଙ୍କର ବାମ ହାତର ବିଶି ଆଙ୍ଗୁଠିକୁ କାମୁଡ଼ି ଛଡ଼ାଇ ଦେଇଥିଲା। ଜନାର୍ଦ୍ଦନଙ୍କୁ ତୁରନ୍ତ ଜେଜେ ହସ୍ପିଟାଲକୁ ନିଆଯାଇଥିଲା। ହେଲେ ଡାକ୍ତରମାନେ ଛିଣ୍ଡା ଆଙ୍ଗୁଠିକୁ ଲଗାଇ ପାରିବେ ନାହିଁ ବୋଲି କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos