ପ୍ରେମରେ ବି ବ୍ରେକଅପ୍‌ ଫି: ପ୍ରେମିକ ଦେଲେ ୨କୋଟି, ପ୍ରେମିକା କହିଲେ ଆହୁରି ଦରକାର

ପ୍ରେମରେ ପଡିବା ତାପରେ ବ୍ରେକଅପ୍‌ କରିବା ଆଜିକାଲିର ଯୁବପିଢୀଙ୍କ ପାଇଁ ଏକ ସାଧାରଣ କଥା ହୋଇଗଲାଣି। ଏଠି ପ୍ରତ୍ୟେକ ଦିନ ମନ ମିଳେ ଆଉ ବିଚ୍ଛେଦ ବି ହୁଏ। କିଛି ଦିନ କାନ୍ଦକଟା ଚାଲେ ତା’ପରେ ପରିସ୍ଥିତି ଠିକ୍‌ ହୋଇଯାଏ। ଅବଶ୍ୟ ପ୍ରେମିକା ଛାଡିକି ଚାଲିଗଲେ ପ୍ରେମିକ ରାଗେ, କେବେ କେବେ ପ୍ରତିଶୋଧପରାୟଣ ହୋଇ ଜଘନ୍ୟ କାଣ୍ଡ କରେ। ହେଲେ ସବୁ ପ୍ରେମିକ ସେମିତି ନୁହଁନ୍ତି । କିଛି ପ୍ରେମିକ ଏମିତି ଅଛନ୍ତି ଯେଉଁମାନେ ବ୍ରେକଅପ୍‌ ହେବା […]

gf

gf

Rakesh Mallick
  • Published: Friday, 11 May 2018
  • Updated: 11 May 2018, 07:27 PM IST

Sports

Latest News

ପ୍ରେମରେ ପଡିବା ତାପରେ ବ୍ରେକଅପ୍‌ କରିବା ଆଜିକାଲିର ଯୁବପିଢୀଙ୍କ ପାଇଁ ଏକ ସାଧାରଣ କଥା ହୋଇଗଲାଣି। ଏଠି ପ୍ରତ୍ୟେକ ଦିନ ମନ ମିଳେ ଆଉ ବିଚ୍ଛେଦ ବି ହୁଏ। କିଛି ଦିନ କାନ୍ଦକଟା ଚାଲେ ତା'ପରେ ପରିସ୍ଥିତି ଠିକ୍‌ ହୋଇଯାଏ। ଅବଶ୍ୟ ପ୍ରେମିକା ଛାଡିକି ଚାଲିଗଲେ ପ୍ରେମିକ ରାଗେ, କେବେ କେବେ ପ୍ରତିଶୋଧପରାୟଣ ହୋଇ ଜଘନ୍ୟ କାଣ୍ଡ କରେ। ହେଲେ ସବୁ ପ୍ରେମିକ ସେମିତି ନୁହଁନ୍ତି । କିଛି ପ୍ରେମିକ ଏମିତି ଅଛନ୍ତି ଯେଉଁମାନେ ବ୍ରେକଅପ୍‌ ହେବା ପରେ ପ୍ରେମିକାକୁ ବ୍ରେକଅପ୍‌ ଫି ଦିଅନ୍ତି। କିନ୍ତୁ ଏ ବିଷୟରେ ଆପଣମାନେ ବୋଧହୁଏ କେବେ ଶୁଣିନଥିବେ। ଆଜି ଏମିତି ଏକ ଘଟଣା ସଂପର୍କରେ ପଢ଼ନ୍ତୁ।

ଘଟଣାଟି ଘଟିଛି ଚୀନର ହଙ୍ଗଜାଉ ସହରରରେ। ଏବେ ଯୋଡ଼ିଙ୍କର ପ୍ରେମ ବିଚ୍ଛେଦ ହେଲା। ଗତ ରବିବାର ଦିନ ଏକ ବାର୍‌ରେ ଉଭୟ ଭେଟ ହେବାକୁ ସ୍ଥିର କଲେ। ପ୍ରଥମେ ପହଞ୍ଚିଲେ ପ୍ରେମିକ ତାଙ୍କ ହାତରେ ଥିଲା ଏକ ସୁଟ୍‌କେସ୍‌।  ତାପରେ ପହଞ୍ଚିଲେ ପ୍ରେମିକା। ସେ ଆସିବାକ୍ଷଣି ପ୍ରେମିକ ସୁଟ୍‌କେସ୍‌ଟିକୁ ବଢାଇଦେଲେ ପ୍ରେମିକା ହାତକୁ। ପ୍ରେମିକା ସୁଟ୍‌କେସ୍‌ ଖୋଲିଲେ। ସୁଟ୍‌କେସ୍‌ରେ ଯେତିକି ପଇସା ଥିଲା ତାହା ପ୍ରେମିକାଙ୍କୁ କମ୍ ଲାଗିଲା। ସୁଟ୍‌କେସ୍‌ରେ ୩ଲକ୍ଷ ଡଲାର(ଭାରତୀୟ ମୁଦ୍ରାରେ ୨କୋଟିରୁ ଅଧିକ)ଥିଲା, କିନ୍ତୁ ପ୍ରେମିକାଙ୍କୁ ଅଧିକ ଅର୍ଥ ଦରକାର ଥିଲା। ଫଳରେ ଦୁହିଁଙ୍କ ମଧ୍ୟରେ ଯୁକ୍ତିତର୍କ ଲାଗିଲା ଏବଂ ପ୍ରେମିକ ଜଣଙ୍କ ଘଟଣାସ୍ଥଳରୁ ଚାଲିଗଲେ। ତାର ଅଳ୍ପ କିଛି ସମୟ ପରେ ପ୍ରେମିକା ମଧ୍ୟ ସୁଟ୍‌କେସ୍ ଟିକୁ ସେଠାରେ ଛାଡି ଚାଲିଗଲେ। କିଛି ସମୟ ପରେ ବାରର ଷ୍ଟାଫ୍‌ଙ୍କ ହାତରେ ସେହି ସୁଟ୍‌କେସ୍‌ଟି ଲାଗିଲା। ସେ ସୁଟ୍‌କେସ୍‌ ଖୋଲିବା ପରେ ଦେଖିଲେ ସେଥିରେ ବିଡା ବିଡା ଟଙ୍କା ଅଛି। ଏହାପରେ ସେ ପୋଲିସକୁ ଏସମ୍ପର୍କରେ ସୂଚନା ଦେଲେ।

ପୋଲିସ ଆସି ତଦନ୍ତ କରିବା ପରେ ଜଣାପଡିଲା ଯେ ପ୍ରେମିକ ଜଣେ ଆଇଟି ଅଫିସର। ବାର ଷ୍ଟାଫ୍‌ଙ୍କ କହିବା ଅନୁଯାୟୀ ସେଦିନ ସେ ଉଭୟଙ୍କୁ ଝଗଡା କରିବାର ଦେଖିଥିଲେ। ଯୁବତୀ ଜଣଙ୍କ ସୁଟ୍‌କେସ୍‌ଟିକୁ ଛାଡିକି ଯିବାପରେ ସେ ପ୍ରେମିକକୁ ଜଣାଇଥିଲେ। ପ୍ରେମିକ ଯେତେବେଳେ ସୁଟ୍‌କେସ୍‌ ନେବା ପାଇଁ ଆସିଲା ପୋଲିସ ତାଙ୍କୁ ଗିରଫ କରିଥିଲେ।
ଗିରଫ ହେବା ପରେ ପ୍ରେମିକ ଖୁଲାସା କଲେ ଯେ ବ୍ରେକଅପ୍‌ ପରେ ସେ ତାଙ୍କର ଏକ୍ସ-ଗାର୍ଲଫ୍ରେଣ୍ଡଙ୍କୁ ବ୍ରେକଅପ୍‌ ଫି ଦେଉଥିଲେ। କିନ୍ତୁ ସେ ୧୦ମିଲିୟନ ୟୁଆନ ଚାହୁଁଥିଲେ। ସୁଟ୍‌କେସ୍‌ରେ ସେତିକି ଟଙ୍କା ନଥିବାର ଦେଖି ସେ ସୁଟ୍‌କେସ୍‌ଟିକୁ ସେଠାରେ ରଖି ଚାଲିଯାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos