ମାତ୍ର ୨ ଫୁଟ ଜମି ପାଇଁ ନିଜ ଲୋକଙ୍କୁ ଆଖିବୁଜା ଗୁଳିମାଡ଼, ୫ ମୃତ

ଭୋପାଲ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ପାରିବାରିକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ସୃଷ୍ଟି ହୋଇଥିବା କଳି ଭୟଙ୍କର ରୂପ ନେଇଛି। ମାତ୍ର ୨ ଫୁଟ ଜମି ପାଇଁ ଜଣେ ବ୍ୟକ୍ତି ନିଜ ପରିବାରର ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ସାଗର ଜିଲ୍ଲା ବୀଣାରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତ ମନୋହର ଅହିୱାର ତାଙ୍କର ଦୁଇ ଭାଇ ସଞ୍ଜୀବ, ମନୋଜ, ସମ୍ପର୍କୀୟ ଭଉଣୀ ତାରାବାଇ ପ୍ରିନ୍ସସେସ୍‌, ସଞ୍ଜୀବଙ୍କ ପତ୍ନୀ ରାଜକୁମାରୀ ଓ […]

tr

Hemant Lenka
  • Published: Saturday, 22 June 2019
  • , Updated: 22 June 2019, 05:02 PM IST

ଭୋପାଲ: ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ପାରିବାରିକ ସମ୍ପତ୍ତି ଭାଗବଣ୍ଟାକୁ ନେଇ ସୃଷ୍ଟି ହୋଇଥିବା କଳି ଭୟଙ୍କର ରୂପ ନେଇଛି। ମାତ୍ର ୨ ଫୁଟ ଜମି ପାଇଁ ଜଣେ ବ୍ୟକ୍ତି ନିଜ ପରିବାରର ଲୋକଙ୍କ ଉପରକୁ ଆଖିବୁଜା ଗୁଳିମାଡ଼ କରିଛି। ଏଥିରେ ୫ ଜଣଙ୍କ ମୃତ୍ୟୁ ଘଟିଛି। ସାଗର ଜିଲ୍ଲା ବୀଣାରେ ଘଟିଥିବା ଏହି ଘଟଣାରେ ଅଭିଯୁକ୍ତ ମନୋହର ଅହିୱାର ତାଙ୍କର ଦୁଇ ଭାଇ ସଞ୍ଜୀବ, ମନୋଜ, ସମ୍ପର୍କୀୟ ଭଉଣୀ ତାରାବାଇ ପ୍ରିନ୍ସସେସ୍‌, ସଞ୍ଜୀବଙ୍କ ପତ୍ନୀ ରାଜକୁମାରୀ ଓ ପୁଅ ଯଶବନ୍ତ ପ୍ରାଣ ହରାଇଛନ୍ତି।

ଘଟଣା ପରେ ମନୋହର ଫେରାର ହୋଇଯାଇଥିଲା। ତେବେ ପୁଲିସ୍‌ ତା’କୁ ଧରିବାରେ ସକ୍ଷମ ହୋଇଛି। ଏହି ଘଟଣାରେ ମୃତ୍ୟୁସଂଖ୍ୟା ଆହୁରି ବଢ଼ିଥାଆନ୍ତା। କିନ୍ତୁ ମନୋହର ଆଖିବୁଜା ଗୁଳିମାଡ଼ କରୁଥିବା ବେଳେ ମନୋଜଙ୍କ ପତ୍ନୀ ତାଙ୍କର ଦୁଇ ପିଲାଙ୍କ ସହ ଜୀବନ ବିକଳରେ ଗୋଟିଏ ରୁମ୍‌ରେ ପଶି କବାଟ କିଳି ଦେଇଥିଲେ। ଏଥିପାଇଁ ସେମାନଙ୍କ ଜୀବନ ବଞ୍ଚି ଯାଇଛି।

ଶୁକ୍ରବାର ମାତ୍ର ୨ ଫୁଟ ଜମିକୁ ନେଇ ସୃଷ୍ଟି ହୋଇଥିବା ବିବାଦର ସମାଧାନ ପାଇଁ ପରିବାର ଲୋକେ ଏକାଠି ହୋଇଥିଲେ। ଏହି ଆଲୋଚନା ବେଳେ ହଠାତ୍‌ ଭାଇମାନଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏଥିରେ ରାଗି ଯାଇ ମନୋହର ନିଜ ପାଖରେ ରଖିଥିବା ଲାଇସେନ୍ସ ପ୍ରାପ୍ତ ବନ୍ଧୁକରେ ଭାଇ ଓ ଭଉଣୀମାନଙ୍କ ଉପରକୁ ଗୁଳି ଚଳାଇଥିଲା।

Related story