ଚରିତ୍ରକୁ ସନ୍ଦେହ, ପତ୍ନୀ, ୨ ପିଲା ଓ ଅନ୍ୟ ୬ ଜଣଙ୍କୁ ହତ୍ୟା

ଲାହୋର: ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ଜଣେ ବ୍ୟକ୍ତି ଏକ ଭୟଙ୍କର କାଣ୍ଡ ଘଟାଇଛି। ପରପୁରୁଷଙ୍କ ସହ ପତ୍ନୀଙ୍କ ସମ୍ପର୍କ ଥିବା ସନ୍ଦେହ କରି ବ୍ୟକ୍ତି ଜଣଙ୍କ ହତ୍ୟାକାରୀ ସାଜିଛନ୍ତି। ସେ ତାଙ୍କ ପତ୍ନୀ, ୨ ଜଣ ଛୋଟ ପିଲା ଓ ପରିବାରର ଅନ୍ୟ ୬ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଖାଲି ସେତିକି ନୁହେଁ, ଏହାପରେ ସେ ପୂରା ଘରକୁ ନିଆଁ ଲଗାଇ ସମସ୍ତଙ୍କୁ ପୋଡ଼ି ଦେଇଛନ୍ତି। ପାକିସ୍ତାନର ମୁଲତାନରେ ଏଭଳି ଲୋମହର୍ଷଣକାରୀ ଘଟଣା […]

sqq

Hemant Lenka
  • Published: Monday, 01 July 2019
  • , Updated: 01 July 2019, 06:06 PM IST

ଲାହୋର: ପତ୍ନୀଙ୍କ ଚରିତ୍ରକୁ ସନ୍ଦେହ କରି ଜଣେ ବ୍ୟକ୍ତି ଏକ ଭୟଙ୍କର କାଣ୍ଡ ଘଟାଇଛି। ପରପୁରୁଷଙ୍କ ସହ ପତ୍ନୀଙ୍କ ସମ୍ପର୍କ ଥିବା ସନ୍ଦେହ କରି ବ୍ୟକ୍ତି ଜଣଙ୍କ ହତ୍ୟାକାରୀ ସାଜିଛନ୍ତି। ସେ ତାଙ୍କ ପତ୍ନୀ, ୨ ଜଣ ଛୋଟ ପିଲା ଓ ପରିବାରର ଅନ୍ୟ ୬ ଜଣଙ୍କୁ ଗୁଳି କରି ହତ୍ୟା କରିଛନ୍ତି। ଖାଲି ସେତିକି ନୁହେଁ, ଏହାପରେ ସେ ପୂରା ଘରକୁ ନିଆଁ ଲଗାଇ ସମସ୍ତଙ୍କୁ ପୋଡ଼ି ଦେଇଛନ୍ତି। ପାକିସ୍ତାନର ମୁଲତାନରେ ଏଭଳି ଲୋମହର୍ଷଣକାରୀ ଘଟଣା ଘଟିଛି।

ମହମ୍ମଦ ଅଜମଲ ନାମକ ବ୍ୟକ୍ତି ଏଭଳି କାଣ୍ଡ ଭିଆଇଛି। ମୁଲତାନର ପୁଲିସ୍‌ ଅଫିସର ଇମ୍ରାନ୍‌ ମେହମ୍ମୁଦ କହିଛନ୍ତି, “ମହମ୍ମଦ ତାଙ୍କ ପତ୍ନୀ କିରନଙ୍କୁ ସର୍ବଦା ସନ୍ଦେହ ଚକ୍ଷୁରେ ଦେଖୁଥିଲେ। ମହମ୍ମଦ ସାଉଦିରେ ଟେଲର କାମ କରୁଥିବା ବେଳେ ତାଙ୍କ ପତ୍ନୀ କରିନ ଦୁଇ ସନ୍ତାନ ଓ ପରିବାର ଲୋକଙ୍କ ସହ ମୁଲତାନ୍‌ରେ ରହୁଥିଲେ। ହେଲେ ୨୫ ଦିନ ତଳେ ମହମ୍ମଦ ପାକିସ୍ତାନ ଫେରିବା ସହ ପତ୍ନୀଙ୍କ ଚରିତ୍ରକୁ ନେଇ ପ୍ରଶ୍ନ ଉଠାଇଥିଲେ।

ଜଣେ ପର ପୁରୁଷଙ୍କ ସହ ପ୍ରଥମେ କରିନଙ୍କ ଫଟୋକୁ ମହମ୍ମଦ ଦେଖିଥିଲେ। ଏହାପରେ କରିନଙ୍କ ସହ ଉକ୍ତ ବ୍ୟକ୍ତିଙ୍କ ପ୍ରେମ ସମ୍ପର୍କ ରହିଥିବା ସନ୍ଦେହ କରିଥିଲେ।

ଏହାକୁ ନେଇ ସ୍ୱାମୀ ଓ ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଏଥିରେ ଉତକ୍ଷିପ୍ତ ହୋଇ ମହମ୍ମଦ ପ୍ରଥମେ କରିନ ଓ ତାଙ୍କର ଦୁଇ ପିଲାଙ୍କୁ ହତ୍ୟା କରିଥିଲେ। ଏହାପରେ ୩ ଜଣ ଶାଳୀ ଓ ତାଙ୍କର ୨ ପିଲାଙ୍କୁ ଗୁଳି କରିଥିଲେ। ଏହା ପରେ ସେ ତାଙ୍କ ଶାଶୂଙ୍କୁ ମଧ୍ୟ ହତ୍ୟା କରିଥିଲେ।”

ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ସମୟରେ ମହମ୍ମଦର ବାପା ମଧ୍ୟ ସେଠାରେ ଉପସ୍ଥିତ ଥିଲେ। ପୁଲିସ୍‌ କରିନଙ୍କ ଭାଇଙ୍କ ଅଭିଯୋଗ କ୍ରମେ ମହମ୍ମଦ ଓ ତା’ ବାପାଙ୍କୁ ଗିରଫ କରିଛି। ମହମ୍ମଦ ନିଜର ଦୋଷ ମଧ୍ୟ ସ୍ୱୀକାର କରିଛି।

Related story