ଖାଦ୍ୟ ଅର୍ଡର ଦେଇଥିଲେ, ଖାଇଲେ ଗୁଳି

ନୂଆଦିଲ୍ଲୀ: ଦିଲ୍ଲୀର ବିକାଶପୁରୀରେ ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ୍‌ ଆପ୍‌ ଜରିଆରେ ଖାଦ୍ୟ ପ୍ୟାକେଟ୍‌ ଅର୍ଡର ଦେଇଥିବା ୩୫ ବର୍ଷୀୟ ଅମିତ କୋଚ୍ଚରଙ୍କୁ ତାଙ୍କ ଘର ସାମ୍ନାରେ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ରାତିରେ ଅମିତ ଏବଂ ତାଙ୍କର ଦୁଇ ଜଣ ସାଙ୍ଗ ଅନଲାଇନ୍‌ରେ ଖାଦ୍ୟ ପାଇଁ ଅର୍ଡର ଦେଇଥିଲେ। କିଛି ସମୟ ପରେ ଘରର ବେଲ୍ ରିଙ୍ଗ ହେବାରୁ ଅମିତ ଖାଦ୍ୟ ପ୍ୟାକେଟ୍‌ ସଂଗ୍ରହ ପାଇଁ ବାହାରକୁ ଆସିଥିଲେ। ଏହି ସମୟରେ କିଛି […]

waq

Hemant Lenka
  • Published: Friday, 14 June 2019
  • , Updated: 14 June 2019, 05:20 PM IST

ନୂଆଦିଲ୍ଲୀ: ଦିଲ୍ଲୀର ବିକାଶପୁରୀରେ ଏକ ଅଭାବନୀୟ ଘଟଣା ଘଟିଛି। ମୋବାଇଲ୍‌ ଆପ୍‌ ଜରିଆରେ ଖାଦ୍ୟ ପ୍ୟାକେଟ୍‌ ଅର୍ଡର ଦେଇଥିବା ୩୫ ବର୍ଷୀୟ ଅମିତ କୋଚ୍ଚରଙ୍କୁ ତାଙ୍କ ଘର ସାମ୍ନାରେ ଗୁଳି କରି ହତ୍ୟା କରାଯାଇଛି। ଗତକାଲି ରାତିରେ ଅମିତ ଏବଂ ତାଙ୍କର ଦୁଇ ଜଣ ସାଙ୍ଗ ଅନଲାଇନ୍‌ରେ ଖାଦ୍ୟ ପାଇଁ ଅର୍ଡର ଦେଇଥିଲେ। କିଛି ସମୟ ପରେ ଘରର ବେଲ୍ ରିଙ୍ଗ ହେବାରୁ ଅମିତ ଖାଦ୍ୟ ପ୍ୟାକେଟ୍‌ ସଂଗ୍ରହ ପାଇଁ ବାହାରକୁ ଆସିଥିଲେ।

ଏହି ସମୟରେ କିଛି ଅଜଣା ବ୍ୟକ୍ତି ତାଙ୍କ ସହ କଥା ହେବାକୁ ଚାହୁଁଥିବା କହି ଘର ବାହାରେ ପାର୍କିଙ୍ଗ ହୋଇଥିବା ଏକ କାର ମଧ୍ୟକୁ ନେଇଯାଇଥିଲେ। ସେଠାରେ ସେମାନେ ଅମିତଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗୁଳି ଶବ୍ଦ ଶୁଣି ଅମିତଙ୍କ ଦୁଇ ଜଣ ସାଙ୍ଗ ବାହାରକୁ ଆସିଥିଲେ ହେଁ ଆକ୍ରମଣକାରୀମାନେ ତାଙ୍କୁ ମଧ୍ୟ ବନ୍ଧୁକ ଦେଖାଇ ଭୟଭୀତ କରାଇଥିଲେ।

ଏହି ଘଟଣା ବେଳେ ଅମିତଙ୍କ ପତ୍ନୀ ଘରେ ନଥିଲେ। ସେ ଗୁରୁଗ୍ରାମରେ ଥିବା କଲ୍‌ ସେଣ୍ଟର୍‌ରେ କାର୍ଯ୍ୟ କରନ୍ତି। ଅମିତ ମଧ୍ୟ କଲ୍‌ ସେଣ୍ଟର୍‌ରେ କାର୍ଯ୍ୟ କରୁଥିଲେ। ହେଲେ ବର୍ତ୍ତମାନ ସ୍ଥିତିରେ ସେ ଚାକିରି ଛାଡ଼ି ଘରେ ରହିଥିଲେ। ହତ୍ୟା ପଛର କାରଣ କଣ, ତାହା ଏବେ ବି ସ୍ପଷ୍ଟ ହୋଇନାହିଁ।

Related story