ଯୁବକ ଜଣଙ୍କ ଏମିତି ଝାଡ଼ୁ ମାରିଲେ ଯେ ଭିଡିଓ ହେଲା ଭାଇରାଲ
ନୂଆଦିଲ୍ଲୀ: ଝାଡ଼ୁ ମାରିବା ବି ଏକ କଳା। ସେଥିପାଇଁ ସମସ୍ତେ ସେ କାମ ଠିକରେ କରିପାରନ୍ତି ନାହିଁ। କିଛି ଲୋକ ଘର ସଫାସୁତରା ରଖିବାକୁ ଭଲପାଆନ୍ତି। ତେଣୁ କେହି କେହି ଘର ଝାଡ଼ୁ କରିବା ପାଇଁ ଲୋକ ମଧ୍ୟ ନିଯୁକ୍ତ କରିଥାନ୍ତି। ଏଥିପାଇଁ ସେମାନେ ଟଙ୍କା ମଧ୍ୟ ଗଣନ୍ତି।
ଏବେ ଏପରି ଏକ ଭିଡିଓ ଶୋସାଲ ମିଡିଆରେ ଭାଇରାଲ ହେଉଛି, ଯେଉଁଥିରେ ଜଣେ ଯୁବକ ଘର ଝାଡ଼ୁ କରୁଥିବା ଦେଖାଯାଉଛି। ସେ ଝାଡ଼ୁ କରିସାରିବାପରେ ଅଳିଆ ଗୁଡ଼ିକୁ ଉଠାଇବାକୁ ଚେଷ୍ଟା କରୁଥିବା ସମୟରେ ପଛକୁ ପଛ ଯାଉଛନ୍ତି। ଯୁବକ ଜଣଙ୍କ ଏମିତି ପଛକୁ ପଛ ଯାଇ ବିଭିନ୍ନ ସ୍ଥାନରେ ଝାଡ଼ୁ ମାରୁଥିବାର ଦେଖିବାକୁ ମିଳୁଛି।
ଯେପରିକି ସେ ହ୍ୱାଇଟ ହାଉସ, ଟ୍ୟାଲେଣ୍ଟ ଶୋ’ ଓ ଶେଷରେ ଏକ ଗୁମ୍ଫା ପାଖରେ ସେ ପହଞ୍ଚି ଯାଇଛନ୍ତି। ଗୁମ୍ଫା ପାଖରେ ତାଙ୍କର ଝାଡ଼ୁ ମାରିବା କାମ ସରୁଛି। ସେ କେମିତି ଗୁମ୍ଫା ପାଖକୁ ଆସିଲେ, ତାହା ଦେଖି ଯୁବକ ଜଣଙ୍କ ଆଶ୍ଚର୍ଯ୍ୟ ଚକିତ ହୋଇଛନ୍ତି। ଏଡିଟିଂ ହୋଇଥିବା ଭିଡିଓଟି ଟ୍ୱିଟରେ ଏବେ ଭାଇରାଲ ହେବାରେ ହୋଇଛି ।
Ridiculously brilliant 🙌🏼 pic.twitter.com/tsPInyX3XI
— Venkatasubramanian (@venkattcv) August 13, 2020
ଏହି ଭିଡିଓଟି ଭେଙ୍କଟେସୁ ବ୍ରମାନିୟନ ଅଗଷ୍ଟ ୧୩ରେ ତାଙ୍କ ଟ୍ୱିଟର ଆକାଉଣ୍ଟରେ ପୋଷ୍ଟ କରିଛନ୍ତି । ତେବେ ଏହି ଭିଡିଓଟିକୁ ଏ ପର୍ଯ୍ୟନ୍ତ ପାଖାପାଖି ୭୦ ହଜାର ଲୋକ ଦେଖି ସାରିଥିବାବେଳେ ୧ ଲକ୍ଷରୁ ଅଧିକ ଭ୍ୟୁ ମିଳିଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।