ନରେନ୍ଦ୍ର ଡାଭୋଲକର ହତ୍ୟା ମାମଲା: ଅଭିଯୁକ୍ତର ସ୍ଵୀକାରୋକ୍ତି

ନୂଆଦିଲ୍ଲୀ: ବିଶିଷ୍ଟ ହେତୁବାଦୀ ନରେନ୍ଦ୍ର ଡାଭୋଲକରଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଆଜି ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି କରିଛି। କର୍ଣ୍ଣାଟକା ପୁଲିସ୍‌କୁ ଅଭିଯୁକ୍ତ ଜଣଙ୍କ କହିଛି ଯେ ୬ ବର୍ଷ ତଳେ ସେ ନରେନ୍ଦ୍ରଙ୍କୁ ଦୁଇଟି ଗୁଳି ମାରିଥିଲା। ଗୋଟିଏ ପଛପଟୁ ତାଙ୍କ ମୁଣ୍ଡକୁ ଏବଂ ଅନ୍ୟଟି ସେ ତଳେ ପଡ଼ିବା ପରେ ଅତ୍ୟନ୍ତ ଡାହାଣ ଆଖିକୁ। ଦୀର୍ଘ ସମୟର ଜେରା ପରେ କର୍ଣ୍ଣାଟକା ପୁଲିସ୍‌ ପ୍ରସ୍ତୁତ କରିଥିବା ୧୪ ପୃଷ୍ଠାର ସ୍ୱୀକାରୋକ୍ତିର ଏକ ନକଲ ଗଣମାଧ୍ୟମର ହସ୍ତଗତ ହୋଇଛି। […]

r

Hemant Lenka
  • Published: Thursday, 27 June 2019
  • , Updated: 27 June 2019, 03:10 PM IST

ନୂଆଦିଲ୍ଲୀ: ବିଶିଷ୍ଟ ହେତୁବାଦୀ ନରେନ୍ଦ୍ର ଡାଭୋଲକରଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତ ଆଜି ଚାଞ୍ଚଲ୍ୟକର ସ୍ୱୀକାରୋକ୍ତି କରିଛି। କର୍ଣ୍ଣାଟକା ପୁଲିସ୍‌କୁ ଅଭିଯୁକ୍ତ ଜଣଙ୍କ କହିଛି ଯେ ୬ ବର୍ଷ ତଳେ ସେ ନରେନ୍ଦ୍ରଙ୍କୁ ଦୁଇଟି ଗୁଳି ମାରିଥିଲା।

ଗୋଟିଏ ପଛପଟୁ ତାଙ୍କ ମୁଣ୍ଡକୁ ଏବଂ ଅନ୍ୟଟି ସେ ତଳେ ପଡ଼ିବା ପରେ ଅତ୍ୟନ୍ତ ଡାହାଣ ଆଖିକୁ। ଦୀର୍ଘ ସମୟର ଜେରା ପରେ କର୍ଣ୍ଣାଟକା ପୁଲିସ୍‌ ପ୍ରସ୍ତୁତ କରିଥିବା ୧୪ ପୃଷ୍ଠାର ସ୍ୱୀକାରୋକ୍ତିର ଏକ ନକଲ ଗଣମାଧ୍ୟମର ହସ୍ତଗତ ହୋଇଛି।

ଶରଦ କାଲାସ୍କର ନାମକ ଏହି ଅଭିଯୁକ୍ତ ଜଣଙ୍କ ଗୋବିନ୍ଦ ପାନସାରେ ଓ ଗୌରୀ ଲଙ୍କେଶଙ୍କ ହତ୍ୟାକାଣ୍ଡରେ ମଧ୍ୟ ସମ୍ପୃକ୍ତ ଥିବା କଥା ସ୍ୱୀକାର କରିଛି। ନାଲାସୋପାରା ବନ୍ଧୁକ ଚୋରା ଚାଳାଣ ଘଟଣାରେ ପୁଲିସ୍‌ ୨୦୧୮ରେ ଶରଦକୁ ଗିରଫ କରିଥିଲା।

ସେବେଠାରୁ ସେ ଜେଲରେ ବନ୍ଦୀ ରହିଛି। ତା’ ନାଁରେ ପୁଲିସ୍‌ ହତ୍ୟା ଓ ଷଡ଼ଯନ୍ତ୍ର ଭଳି ଗୁରୁତର ମାମଲା ରୁଜୁ କରିଛି। ମହାରାଷ୍ଟ୍ର ପୁଲିସ୍‌ର ଆଣ୍ଟି ଟେରର ସ୍କ୍ୱାଡ୍‌ ପ୍ରଥମେ ଶରଦକୁ ଗିରଫ କରିଥିଲା। ଜେରା କଲା ବେଳେ ଉପରୋକ୍ତ ୩ ହତ୍ୟାକାଣ୍ଡରେ ସେ ସଂପୃକ୍ତ ଥିବା ଜଣାପଡ଼ିଥିଲା। ଏହାପରେ ମହାରାଷ୍ଟ୍ର ପୁଲିସ୍‌ ଏ ସମ୍ପର୍କରେ କର୍ଣ୍ଣାଟକା ପୁଲିସ୍‌କୁ ଜଣାଇଥିଲା।

Related story