ଶାହୀନ ବାଗ: ବନ୍ଧୁକ ଦେଖାଇ ଆନ୍ଦୋଳନ ବନ୍ଦ କରିବାକୁ ଧମକ, ଭିଡିଓ ଭାଇରାଲ
ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ଅନୁରାଗ ଠାକୁରଙ୍କ ଗୁଳି ମାର ବୟାନ ପରେ ଆଜି ଶାହୀନ ବାଗରେ ଚାଲିଥିବା ସିଏଏ ବିରୋଧୀ ଆନ୍ଦୋଳନରେ ବନ୍ଧୁକ ବୁଲିଛି। ସିଏଏକୁ ବିରୋଧ କରି ଦୀର୍ଘ ୪୦ରୁ ଅଧିକ ଦିନ ହେଲା ଆନ୍ଦୋଳନ କରୁଥିବା ବିକ୍ଷୋଭକାରୀଙ୍କୁ ଭୟଭୀତ କରାଇବା ପାଇଁ ଆଜି ଜଣେ ଯୁବକ ହାତରେ ବନ୍ଧୁକ ଧରି ଆନ୍ଦୋଳନ ସ୍ଥଳରେ ପହଞ୍ଚିଥିଲେ। ସେ ଶାହୀନ ବାଗରେ ହେଉଥିବା ଆନ୍ଦୋଳନ ସ୍ଥଳର ଷ୍ଟେଜ ଉପରେ ଚଢ଼ି ଏହାକୁ ବନ୍ଦ କରିବାକୁ ଧମକ ଦେଇଛନ୍ତି। ତେବେ ସେ କୌଣସି ଅଘଟଣ ଘଟାଇବା ପୂର୍ବରୁ ଆନ୍ଦୋଳନକାରୀମାନେ ତାଙ୍କୁ କାବୁ କରି ନେଇଥିଲେ।
ଆଜି ଅପରାହ୍ଣ ପ୍ରାୟ ୩ଟା ବେଳେ ଦୁଇ ଜଣ ଯୁବକ ଆନ୍ଦୋଳନ ସ୍ଥଳରେ ପହଞ୍ଚିଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କ ହାତରେ ବନ୍ଧୁକ ରହିଥିଲା। ସେମାନେ ଆନ୍ଦୋଳନକାରୀଙ୍କୁ ତୁରନ୍ତ ଜାଗା ଖାଲି କରିବାକୁ କହିଥିଲେ। ଯଦି ଆନ୍ଦୋଳନ ବନ୍ଦ ନ ହୁଏ, ତା’ହେଲେ ସେମାନେ ସମସ୍ତଙ୍କୁ ଗୁଳି କରିଦେବେ ବୋଲି ଧମକ ମଧ୍ୟ ଦେଇଥିଲେ।
#SOSShaheenBagh
Two persons (one brandishing a pistol) entered the area where the women of Shaheen Bagh were sitting.Threatened them to vacate the road or else "lashe girenge".
Citizens of Delhi. Shaheen Bagh needs you. Please mobilise.@IndiasMuslims @ShaheenBagh_ @QutqutG pic.twitter.com/IgD8R8ORWx
— Abdul Mohammed (@ImAbdy) January 28, 2020
ସୟଦ ତସୀର ଅହମ୍ମଦ ନାମକ ଜଣେ ଆନ୍ଦୋଳନକାରୀ କହିଛନ୍ତି, “ବନ୍ଧୁକ ଧାରୀ ଜଣଙ୍କ ନିଜକୁ ଜଣେ ରାଜନୀତିକ ଦଳର କର୍ମକର୍ତ୍ତା ବୋଲି କହିଥିଲେ। ଏହାପରେ ସେ ଷ୍ଟେଜ ଉପରକୁ ଚଢ଼ି ବନ୍ଧୁକ ଦେଖାଇ ଆନ୍ଦୋଳନ ବନ୍ଦ କରିବାକୁ ଧମକ ଦେଇଥିଲେ। ତେବେ ଏହି ସମୟରେ ସ୍ଥାନୀୟ ଲୋକ ଓ ଆନ୍ଦୋଳନକାରୀ ଏକାଠି ହୋଇ ସେମାନଙ୍କୁ କାବୁ କରିନେଇଥିଲେ ଏବଂ ଧାରଣା ସ୍ଥଳର ବାହାକୁ ନେଇ ପ୍ରବଳ ମାଡ଼ ମାରିଥିଲେ।”
ଏହାର ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହୋଇଛି।
#WATCH A person who had gone to Shaheen Bagh to talk to protestors brandished a licensed pistol at the protest site, today. More details awaited. (Source – Delhi Police) pic.twitter.com/kHFbUnt8KG
— ANI (@ANI) January 28, 2020
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।