ବାଉଁଶରେ ତିଆରି ଟିଫିନ ବକ୍ସ, ଭିଡିଓ ଭାଇରାଲ
ଇମ୍ଫାଲ: ପୃଥିବୀ ପ୍ରାକୃତିକ ସମ୍ପଦରେ ପରିପୂର୍ଣ୍ଣ। କିନ୍ତୁ ଆମେ ଏହାକୁ ଠିକ ଭାବେ ବ୍ୟବହାର କରି ଏଥିରୁ ଉତ୍ପାଦ ପ୍ରସ୍ତୁତ କରିପାରିଲେ ଅତ୍ୟନ୍ତ ଭଲ। ଏହି ଉତ୍ପାଦ ଗୁଡ଼ିକ ଆକର୍ଷଣୀୟ ହେବା ସହ ପରିବେଶକୁ ସୁହାଇ ଥାଏ। ଏହିକ୍ରମରେ ବାଉଁଶରୁ କିପରି ଖାଇବା ଟିଫିନ ବକ୍ସ ତିଆରି କରାଯାଉଛି, ତା’ର ଭିଡିଓ ଭାଇରାଲ ହୋଇଛି।
ଭାରତୀୟ ଫରେଷ୍ଟ ସର୍ଭିସର ଅଧିକାରୀ ସୁଧା ରାମେନ ୩୭ ସେକେଣ୍ଡର ଏକ ଭିଡିଓ ଶେୟାର କରିଛନ୍ତି। ଯେଉଁଥିରେ ମଣିପୁର ଅନୁଷ୍ଠାନର ଜଣେ ବ୍ୟକ୍ତି ବାଉଁଶରେ ତିଆରି ଏକ ଟିଫିନ ବାକ୍ସକୁ ସଜାଡ଼ୁଛନ୍ତି। ଏହି ବାକ୍ସଟି କେବଳ ସୁନ୍ଦର ନୁହେଁ ବରଂ ସୁବିଧାଜନକ ମଧ୍ୟ ହୋଇଛି।
Look at this Bamboo Tiffin carrier made by Zogam Bamboo at Churachandpur, Manipur. Beautiful and innovative design using local resources.
Use natural products – they are not just attractive, but also eco-friendly and it also supports many to have a livelihood. pic.twitter.com/7OFUpfvvWV
— Sudha Ramen IFS 🇮🇳 (@SudhaRamenIFS) July 6, 2020
ସୁଧା ରାମେନ ତାଙ୍କ ପୋଷ୍ଟର କ୍ୟାପସନ୍ରେ ଲେଖିଛନ୍ତି ଯେ ପ୍ରାକୃତିକ ଦ୍ରବ୍ୟ ମଧ୍ୟ ଅନେକ ପରିବାରକୁ ଜୀବିକା ନିର୍ବାହ କରିବାରେ ସାହାଯ୍ୟ କରୁଛି। ଏହାକୁ ମଣିପୁର ଚୁରାଚାନ୍ଦପୁର ଅଞ୍ଚଳରେ ଯୋଗାମ ବାଉଁସରେ ପ୍ରସ୍ତୁତ କରାଯାଇଥିବା ସେ କହିଛନ୍ତି। ସ୍ଥାନୀୟ ଉତ୍ସକୁ ବ୍ୟବହାର କରି ଏହି ସୁନ୍ଦର ଏବଂ ଅଭିନବ ଡିଜାଇନର ବାକ୍ସ ତିଆରି ହୋଇଛି।
ଏହାର ଭିଡିଓକୁ ଅନେକ ଲୋକ ଶେୟାର କରି ପ୍ରଶଂସା କରୁଛନ୍ତି। ଷ୍ଟିଲ କିମ୍ବା ଅନ୍ୟ ଟିଫିନ୍ ଭଳି ଏଥିରେ ମଧ୍ୟ ବେଶ ସହଜରେ ଖାଦ୍ୟକୁ ନେବା ଆଣିବା କରିହେବ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।