ଲଢ଼େଇ କରି ଶେଷରେ ଜିତିଲେ ସିସୋଦିଆ ଓ ଅତିଶି

ନୂଆଦିଲ୍ଲୀ: ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଛନ୍ତି ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସେ ପତପରଗଞ୍ଜ ଆସନରୁ ପ୍ରାର୍ଥୀ ହୋଇଥିଲେ। ତାଙ୍କ ବିରୋଧରେ ବିଜେପି ରବୀନ୍ଦ୍ର ସିଂହ ନେଗୀଙ୍କୁ ପ୍ରାର୍ଥୀ କରିଥିଲା। ତେବେ କିଛି ରାଉଣ୍ଡ ପଛରେ ରହିବା ପରେ ସିସୋଦିଆ ଶେଷରେ ୨ ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରିଛନ୍ତି। ଆଜି ଭୋଟ ଗଣତିର ପ୍ରଥମ କିଛି ରାଉଣ୍ତରେ ସିସୋଦିଆ ଆଗରେ ରହିଥିଲେ। ତେବେ ରବୀନ୍ଦ୍ର ଜବରଦସ୍ତ […]

qwf

qwf

Hemant Lenka
  • Published: Tuesday, 11 February 2020
  • Updated: 11 February 2020, 03:38 PM IST

Sports

Latest News

ନୂଆଦିଲ୍ଲୀ: ଉତ୍କଣ୍ଠାପୂର୍ଣ୍ଣ ବିଜୟ ହାସଲ କରିଛନ୍ତି ଆମ ଆଦମୀ ପାର୍ଟିର ବରିଷ୍ଠ ନେତା ତଥା ଉପ ମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ। ସେ ପତପରଗଞ୍ଜ ଆସନରୁ ପ୍ରାର୍ଥୀ ହୋଇଥିଲେ। ତାଙ୍କ ବିରୋଧରେ ବିଜେପି ରବୀନ୍ଦ୍ର ସିଂହ ନେଗୀଙ୍କୁ ପ୍ରାର୍ଥୀ କରିଥିଲା। ତେବେ କିଛି ରାଉଣ୍ଡ ପଛରେ ରହିବା ପରେ ସିସୋଦିଆ ଶେଷରେ ୨ ହଜାରରୁ ଅଧିକ ଭୋଟରେ ବିଜୟ ଲାଭ କରିଛନ୍ତି।

ଆଜି ଭୋଟ ଗଣତିର ପ୍ରଥମ କିଛି ରାଉଣ୍ତରେ ସିସୋଦିଆ ଆଗରେ ରହିଥିଲେ। ତେବେ ରବୀନ୍ଦ୍ର ଜବରଦସ୍ତ କମବ୍ୟାକ କରି ଏକ ସମୟରେ ୧୩୭୫ ଖଣ୍ଡ ଭୋଟରେ ଲିଡ୍‌ କରିଯାଇଥିଲେ। ୧୦ ରାଉଣ୍ଡ ଯାଏ ଏହି ଲିଡ୍‌ କାଏମ ରହିଥିଲା। କିନ୍ତୁ ୧୦ମ ରାଉଣ୍ଡ ଶେଷ ବେଳକୁ ସବୁ କିଛି ଓଲଟ ପାଲଟ ହୋଇଯାଇଥିଲା।

୧୦ମ ରାଉଣ୍ଡ ଶେଷ ସୁଦ୍ଧା ସିସୋଦିଆ ୭୭୯ ଖଣ୍ଡ ଭୋଟରେ ଆଗୁଆ ହୋଇଯାଇଥିଲେ। ଶେଷରେ ସେ ୨୦୭୩ ଖଣ୍ଡ ଭୋଟରେ ଜିତିଛନ୍ତି। ବିଜୟ ପରେ ସିସୋଦିଆ କହିଛନ୍ତି, “ମୁଁ ପୁଣିଥରେ ପତପରଗଞ୍ଜର ବିଧାୟକ ହୋଇଥିବାରୁ ଖୁସି। ବିଜେପି ଘୃଣାର ରାଜନୀତି କରିବାକୁ ଚେଷ୍ଟା କରିଥିଲା। ହେଲେ ଲୋକମାନେ ଏହାକୁ ଗ୍ରହଣ କରିନାହାନ୍ତି। ଲୋକେ ବିକାଶକୁ ବାଛିଛନ୍ତି।”

ସେହିପରି କାଲକାଜି ଆସନର ଆପ ପ୍ରାର୍ଥୀ ଅତିଶି ମଧ୍ୟ ବିଜୟୀ ହୋଇଛନ୍ତି। ସେ ବିଜେପିର ଧର୍ମବୀର ସିଂହଙ୍କୁ ପରାସ୍ତ କରିଛନ୍ତି। ସିସୋଦିଆଙ୍କ ଭଳି ଅତିଶି ମଧ୍ୟ ବେଶ କିଛି ରାଉଣ୍ଡ ଲିଡ୍‌ କରିବା ପରେ ପଛରେ ପଡ଼ି ଯାଇଥିଲେ। ତେବେ ସେ ଜବରଦସ୍ତ କମବ୍ୟାକ କରି ଶେଷରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ସେ ୨୦୧୯ରେ ପୂର୍ବ ଦିଲ୍ଲୀରୁ ଆପର ଲୋକସଭା ପ୍ରାର୍ଥୀ ହୋଇଥିଲେ। ତେବେ ଏଠାରେ ସେ ବିଜେପି ପ୍ରାର୍ଥୀ ଗୌତମ ଗମ୍ଭୀରଙ୍କ ଠାରୁ ପରାସ୍ତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos