ଗିରୀଶ ଚନ୍ଦ୍ର ମୁର୍ମୁଙ୍କ ସ୍ଥାନରେ ଶପଥ ନେଲେ ମନୋଜ ସିହ୍ନା

ଶ୍ରୀନଗର: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବିଜେପି ନେତା ମନୋଜ ସିହ୍ନା ଆଜି ଜମ୍ମୁ-କଶ୍ମୀରର ଉପରାଜ୍ୟପାଳ ଭାବେ ଶପଥ ଗ୍ରହଣ କରିଛନ୍ତି। ପୂର୍ବରୁ ଏହି ପଦରେ ଓଡ଼ିଶା ଜନ୍ମିତ ଗିରୀଶ ଚନ୍ଦ୍ର ମୁର୍ମୁ ରହିଥିଲେ। ହେଲେ ବୁଧବାର ସେ ଅପ୍ରତ୍ୟାଶିତ ଢଙ୍ଗରେ ଉପରାଜ୍ୟପାଳ ପଦରୁ ଇସ୍ତଫା ଦେଇଥିଲେ।

ତାଙ୍କ ସ୍ଥାନରେ ମନୋଜ ସିହ୍ନାକୁ ନିଯୁକ୍ତି ମିଳିଥିଲା। ଆଜି ଶ୍ରୀ ସିହ୍ନା ପଦ ଓ ଗୋପନୀୟତାର ଶପଥ ପାଠ କରିଛନ୍ତି। ଏଥିପାଇଁ ରାଜଭବନ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଜମ୍ମୁ-କଶ୍ମୀର ହାଇକୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ ଗୀତା ମିତ୍ତଲ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୋଦି ସରକାରଙ୍କ ପ୍ରଥମ କାର୍ଯ୍ୟକାଳ ସମୟରେ ମନୋଜ ସିହ୍ନା ରେଳ ରାଷ୍ଟ୍ର ମନ୍ତ୍ରୀ ଭାବେ କାର୍ଯ୍ୟ କରୁଥିଲେ।

ଜମ୍ମୁ-କଶ୍ମୀରେ ଦୀର୍ଘ ୨ ବର୍ଷରୁ ଅଧିକ ଦିନ ହେଲା କୌଣସି ସରକାର ନାହାନ୍ତି। ପ୍ରଶାସନ ଉପରେ ହିଁ ନୂଆ କରି ଗଠିତ ହୋଇଥିବା କେନ୍ଦ୍ର ଶାସିତ ଅଞ୍ଚଳର ଦାୟିତ୍ୱ ରହିଛି। ତେଣୁ ଶ୍ରୀ ସିହ୍ନା ଉଭୟ ପ୍ରଶାସିନକ ଓ ରାଜନୀତିକ ଉପାୟରେ କେମିତି ସବୁ କିଛି ଠିକଠାକ ଚଳାଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର।

ଅନ୍ୟପକ୍ଷରେ ଆଇଏଏସ ଅଫିସର ଗିରୀଶ ଚନ୍ଦ୍ର ମୁର୍ମୁଙ୍କୁ ଦେଶର ସିଏଜି ଭାବେ ନିଯୁକ୍ତି ମିଳିଛି।

 

ଆହୁରି ପଢ଼ନ୍ତୁ

କଙ୍ଗନାଙ୍କ ‘ମଣିକର୍ଣ୍ଣିକା’ରୁ କାହିଁକି ବାହାରିଥିଲେ ସୋନୁ; ପ୍ରଥମ ଥର ପାଇଁ ଖୋଲିଲେ ମୁହଁ

ଡିଜିଟାଲ ଏବଂ ବୈଦ୍ୟୁତିକ ଗଣମାଧ୍ୟମ ଏବେ ‘ୱାର୍କିଙ୍ଗ ଜର୍ଣ୍ଣାଲିଷ୍ଟ’ ପରିଭାଷା ଅନ୍ତର୍ଭୁକ୍ତ

ବିଜେପି ନେତାଙ୍କୁ ଗୁଳି କରି ହତ୍ୟା

ଲୋନ୍ ନେବା ପାଇଁ ହିନ୍ଦୀ ଜାଣିବା ଦରକାର କହିବା ପରେ ମ୍ୟାନେଜରଙ୍କ ବଦଳି

ସାତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ପାରମ୍ପରିକ ନାଗାଲାଣ୍ଡ ବ୍ୟଞ୍ଜନ ପ୍ରସ୍ତୁତିକୁ ଶେୟାର କଲେ ସ୍ମୃତି ଇରାନୀ

ଦୀପିକା, ରକୁଲ୍, ସାରା, ଶ୍ରଦ୍ଧାଙ୍କୁ ଏନସିବିର ସମନ

ମିଚେଲ୍ ମାର୍ଶ ଆଇପିଏଲରୁ ଆଉଟ୍

ମାର୍ଚ୍ଚରୁ ଜୁନ୍ ମଧ୍ୟରେ ୨୯ ହଜାର ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ

କୃଷି ବିଲ୍: ଶାସକ, ବିରୋଧୀ କେହି କିଛି କମ୍ ନୁହନ୍ତି

ଏକ ଫିଲ୍ମର ଶୁଟିଂ ବେଳୁ ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ଟାଣିବା ଅଭ୍ୟାସରେ ପଡ଼ିଯାଇଥିଲେ ସୁଶାନ୍ତ

ଅନୁରାଗଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ