ଇଲ୍ଲି ସିଦ୍ଦିକଙ୍କ ହାତକୁ ସବୁଦିନ ପାଇଁ ଧରିଲେ ମନପ୍ରୀତ ସିଂହ

ଅମୃତସର: ଭାରତୀୟ ହକି ଟିମ୍‌ର ଅଧିନାୟକ ମନପ୍ରୀତ ସିଂହ ଶେଷରେ ତାଙ୍କ ଗର୍ଲଫ୍ରେଣ୍ଡ ଇଲ୍ଲି ସିଦ୍ଦିକଙ୍କୁ ବିବାହ କରିଛନ୍ତି। ମ୍ୟାଲେସିୟାର ଇଲ୍ଲି ଓ ମନପ୍ରୀତ ଦୀର୍ଘ ୮ ବର୍ଷ ହେଲା ପରସ୍ପରକୁ ଭଲ ପାଉଥିଲେ। ଏନେଇ ଦୀର୍ଘ ଦିନ ହେଲା ଖବର ପ୍ରକାଶ ପାଉଥିଲା।

କିନ୍ତୁ ଉଭୟ କେବେ ହେଲେ ବି ଖୋଲାଖୋଲି ଭାବେ ନିଜ ପ୍ରେମ ସମ୍ପର୍କରେ କାହାକୁ ଜଣାଇଥିଲେ। ହେଲେ ଆଜି ଜଲନ୍ଧର ସ୍ଥିତ ଜିଟିବି ନଗର ଗୁରୁଦ୍ୱାରାରେ ଉଭୟ ସବୁଦିନ ପାଇଁ ପରସ୍ପରର ହାତ ଧରିଛନ୍ତି। ମନପ୍ରୀତ ପ୍ରଥମଥର ୨୦୧୨ରେ ଇଲ୍ଲିଙ୍କୁ ସୁଲତାନ ଜୋହର କପ୍‌ ବେଳେ ଦେଖିଥିଲେ।

ଏହି ସମୟରେ ସେ ଭାରତୀୟ ଜୁନିୟର ହକି ଟିମର ଅଧିନାୟକ ଥିଲେ। ଏହି ଟୁର୍ଣ୍ଣାମେଣ୍ଟର ଗୋଟିଏ ମ୍ୟାଚ୍‌ ଦେଖିବାକୁ ଇଲ୍ଲି ଯାଇଥିଲେ। ପ୍ରଥମ ଦେଖାରେ ହିଁ ମନପ୍ରୀତ ଓ ଇଲ୍ଲି ପରସ୍ପରକୁ ହୃଦୟ ଦେଇ ବସିଥିଲେ।

ଇଲ୍ଲିଙ୍କ ମା’ ମ୍ୟାଲେସିୟା ସେନା ପାଇଁ ହକି ଖେଳନ୍ତି। ହକି ବ୍ୟାକଗ୍ରାଉଣ୍ଡ ପାଇଁ ଉଭୟ ପରିବାରରେ ନିବିଡ଼ତା ବଢ଼ିଥିଲା। ଶେଷରେ ଉଭୟ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। କରୋନା କଟକଣା ଯୋଗୁ ବହୁତ କମ ଲୋକ ଏହି ବାହାଘରରେ ଯୋଗଦେଇଥିଲେ।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।