କ’ଣ ମାଓବାଦୀଙ୍କ କବଜାରେ କିସ୍ତାରାମ ? ଘଣ୍ଟା କେଇଟା ମଧ୍ୟରେ ପୁଣି କଲେ ଆକ୍ରମଣ, ଲୁଟି ନେଲେ ୪ ବନ୍ଧୁକ

ରାୟପୁର: ଏମିତି ଲାଗୁଛି ଛତିଶଗଡ଼ର କିସ୍ତାରାମ ଜଙ୍ଗଲକୁ ମାଓବାଦୀମାନେ ନିଜ କବଜାକୁ ନେଇଯାଇଛନ୍ତି। ଏଠାରେ ସେନା କ୍ୟାମ୍ପ କରି ରହିଛି, ପାଟ୍ରୋଲିଂ ବି କରୁଛି। ହେଲେ ମାଓବାଦୀଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ିବା ପରି ଲାଗୁନାହିଁ। କାରଣ ମାଓବାଦୀଙ୍କ ଆକ୍ରମଣରେ ୯ ଜଣ ଯବାନ ସହିଦ ହେବା ଘଟଣାକୁ ଘଣ୍ଟା କେଇଟା ବିତିଛି। ଏପର୍ଯ୍ୟନ୍ତ ସହିଦଙ୍କ ମରଶରୀର ଅନ୍ତିମ ସତ୍କାର କରାଯାଇନି। ପୁଣି ଥରେ ସେହି ଜଙ୍ଗଲରେ ଯବାନଙ୍କୁ ଟାର୍ଗେଟ କରିଛନ୍ତି ମାଓବାଦୀ। ଏଥର କୌଣସି […]

nn-14-768x507

nn-14-768x507

Rakesh Mallick
  • Published: Wednesday, 14 March 2018
  • Updated: 14 March 2018, 01:24 PM IST

Sports

Latest News

ରାୟପୁର: ଏମିତି ଲାଗୁଛି ଛତିଶଗଡ଼ର କିସ୍ତାରାମ ଜଙ୍ଗଲକୁ ମାଓବାଦୀମାନେ ନିଜ କବଜାକୁ ନେଇଯାଇଛନ୍ତି। ଏଠାରେ ସେନା କ୍ୟାମ୍ପ କରି ରହିଛି, ପାଟ୍ରୋଲିଂ ବି କରୁଛି। ହେଲେ ମାଓବାଦୀଙ୍କ ଉପରେ ଏହାର କିଛି ପ୍ରଭାବ ପଡ଼ିବା ପରି ଲାଗୁନାହିଁ। କାରଣ ମାଓବାଦୀଙ୍କ ଆକ୍ରମଣରେ ୯ ଜଣ ଯବାନ ସହିଦ ହେବା ଘଟଣାକୁ ଘଣ୍ଟା କେଇଟା ବିତିଛି। ଏପର୍ଯ୍ୟନ୍ତ ସହିଦଙ୍କ ମରଶରୀର ଅନ୍ତିମ ସତ୍କାର କରାଯାଇନି। ପୁଣି ଥରେ ସେହି ଜଙ୍ଗଲରେ ଯବାନଙ୍କୁ ଟାର୍ଗେଟ କରିଛନ୍ତି ମାଓବାଦୀ। ଏଥର କୌଣସି ବିସ୍ଫୋରଣ ଘଟାଇ ନାହିଁନ୍ତି। ପରନ୍ତୁ ଯବାନଙ୍କ କ୍ୟାମ୍ପ ଉପରକୁ କରିଛନ୍ତି ରକେଟ୍‌ ମାଡ଼। ଖାଲି ରକେଟ୍‌ ମାଡ଼ କରି ନାହାଁନ୍ତି କ୍ୟାମ୍ପରୁ ୪ଟି ବନ୍ଧୁକ ମଧ୍ୟ ଲୁଟି ନେଇଛନ୍ତି। ଏନେଇ ସୁକମା ଏସ୍‌ପି ଅଭିଷେକ ମୀନା ସୂଚନା ଦେଇଛନ୍ତି।

ଗତକାଲି ଛତିଶଗଡ଼ ସୁକମାର କିସ୍ତାରାମ ଅଞ୍ଚଳରେ ମାଓବାଦୀମାନେ ଏକ ଆଇଇଡି ବିସ୍ଫୋରଣ ଘଟାଇବାରୁ ୯ ଜଣ ଯବାନ ସହିଦ ହୋଇଥିଲେ। ମୃତ ଯବାନମାନେ ସିଆରପିଏଫ୍ ୨୧୨ ବାଟାଲିୟନର ଥିଲେ। ଏମାନଙ୍କ ମଧ୍ୟରେ ଓଡ଼ିଶାର ଜଣେ ଯବାନ ଅଛନ୍ତି।ମାସବାଦୀମାନେ ଆମ୍ବୁସ୍ କରି ଯବାନଙ୍କୁ ଟାର୍ଗେଟ କରିଥିଲେ। ଆମ୍ବୁସରେ ଶହେରୁ ଅଧିକ ମାଓବାଦୀ ସାମିଲ ଥିଲେ। ଯବାନମାନେ କିସ୍ତାରାମ ଓ ସୁକମା ମଧ୍ୟରେ ପାଟ୍ରୋଲିଂ ଚାଲିଥିବା ବେଳେ ମାଓବାଦୀମାନେ ଏହି ବର୍ବରକାଣ୍ଡ ଘଟାଇଥିଲେ। ବିସ୍ଫୋରଣରେ ଯବାନଙ୍କ ମାଇନ୍ ପ୍ରୋଟେଡ୍ ଗାଡ଼ି ଭାଙ୍ଗିରୁଜି ଚୁରମାର ହୋଇଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos