ସହିଦ ଯବାନଙ୍କ ଅନ୍ତିମ ସଂସ୍କାର ବେଳକୁ ଜନ୍ମ ନେଲା ତାଙ୍କର ପ୍ରଥମ ସନ୍ତାନ

ଶ୍ରୀନଗର: ଦେଶର ସେବା କରୁ କରୁ ଲାନ୍ସ ନାଏକ ରଣଜିତ ସିଂହ ଭୁଟାୟଲ ପାକିସ୍ତାନୀ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହେଲେ। ହେଲେ ମଙ୍ଗଳବାର ତାଙ୍କ ଅନ୍ତିମ ସଂସ୍କାରର ମାତ୍ର କିଛି ଘଣ୍ଟା ପୂର୍ବରୁ ସହିଦଙ୍କ ଘରକୁ ଆସିଛନ୍ତି, ତାଙ୍କ ପ୍ରଥମ କନ୍ୟା ସନ୍ତାନ। ଝିଅଟି ତା’ ବାପାଙ୍କୁ ଦେଖିବାର ସୁଯୋଗ କେବେ ବି ପାଇବନି। କାରଣ ସେ ଘରକୁ ଆସିଲା ବେଳକୁ ତା’ ବାପା ସବୁଦିନ ପାଇଁ ଦୁନିଆ ଛାଡ଼ି ଯାଇଛନ୍ତି। ହୁଏତ ଝିଅଟି ଏହି ଦିନ […]

1540304188-Soldier_wife

1540304188-Soldier_wife

Hemant Lenka
  • Published: Tuesday, 23 October 2018
  • Updated: 23 October 2018, 09:50 PM IST

Sports

Latest News

ଶ୍ରୀନଗର: ଦେଶର ସେବା କରୁ କରୁ ଲାନ୍ସ ନାଏକ ରଣଜିତ ସିଂହ ଭୁଟାୟଲ ପାକିସ୍ତାନୀ ଆତଙ୍କବାଦୀଙ୍କ ଗୁଳିରେ ସହିଦ ହେଲେ। ହେଲେ ମଙ୍ଗଳବାର ତାଙ୍କ ଅନ୍ତିମ ସଂସ୍କାରର ମାତ୍ର କିଛି ଘଣ୍ଟା ପୂର୍ବରୁ ସହିଦଙ୍କ ଘରକୁ ଆସିଛନ୍ତି, ତାଙ୍କ ପ୍ରଥମ କନ୍ୟା ସନ୍ତାନ। ଝିଅଟି ତା’ ବାପାଙ୍କୁ ଦେଖିବାର ସୁଯୋଗ କେବେ ବି ପାଇବନି। କାରଣ ସେ ଘରକୁ ଆସିଲା ବେଳକୁ ତା’ ବାପା ସବୁଦିନ ପାଇଁ ଦୁନିଆ ଛାଡ଼ି ଯାଇଛନ୍ତି। ହୁଏତ ଝିଅଟି ଏହି ଦିନ କଥା ମନେ ନ ରଖିପାରେ, କିନ୍ତୁ ସେ ବଡ଼ ହେଲେ ତା’ ବାପାଙ୍କ ବଳିଦାନ ତାକୁ ପ୍ରେରଣା ଯୋଗାଇବ, ଏଥିରେ ସନ୍ଦେହ ନାହିଁ।

ରବିବାର ଦିନ ସୁନ୍ଦରବେନୀ ଠାରେ ଅନୁପ୍ରବେଶ କରିବାକୁ ଉଦ୍ୟମ କରୁଥିବା ଆତଙ୍କବାଦୀଙ୍କ ସହ ଲଢ଼େଇ କରିବା ବେଳେ ୩ ଜଣ ଯବାନ ସହିଦ ହୋଇଥିଲେ। ଏମାନଙ୍କ ମଧ୍ୟରେ ଥିଲେ ଲାନ୍ସ ନାଏକ ରଣଜିତ। ତାଙ୍କ ଘର ଜମ୍ମୁ-କଶ୍ମୀରର ରାମବନ ଗାଁରେ। ଆଜି ତାଙ୍କ ପାର୍ଥିବ ଶରୀରର ଗାଁକୁ ଅନ୍ତିମ ସଂସ୍କାର ପାଇଁ ଅଣା ଯାଇଥିଲା।

୩୬ ବର୍ଷୀୟ ରଣଜୀତ ୧୦ ବର୍ଷ ତଳେ ବିବାହ କରିଥିଲେ ହେଁ ଆଜି ଯାଏ ତାଙ୍କର ସନ୍ତାନସନ୍ତତି ନଥିଲେ। ହେଲେ ୧୦ ବର୍ଷ ପରେ ମିଳିଥିବା ଖୁସିକୁ ଦେଖିବାକୁ ରଣଜିତ ଆଉ ଏ ଦୁନିଆରେ ନାହାନ୍ତି। ଝିଅଟି ଜନ୍ମ ହେବା ବେଳେ ବାପାର ଅନ୍ତିମ ସଂସ୍କାର ହେବା ମଧ୍ୟ ଦୁନିଆରେ ଏକ ହୃଦୟବିଦାରକ ଘଟଣା। ସ୍ୱାମୀ ମୃତ୍ୟୁର ଦୁଃଖକୁ ଛାତିରେ ଜାବୁଡ଼ି ରଖି ପତ୍ନୀ ଶିମ୍ପୁ ଦେବୀ ଝିଅଟିକୁ ଜନ୍ମ ଦେଇଥିଲେ। ହେଲେ ଏଭଳି ଏକ ପରିସ୍ଥିତିରେ ସେ ଆଉ ନିଜ ଲୁହକୁ ରୋକି ପାରି ନଥିଲେ। କୋହଭରା କଣ୍ଠରେ ସେ କହିଥିଲେ, “ ମୋ ଝିଅ ତା’ ବାପା ଭଳି ଦେଶ ପାଇଁ କାମ କରିବ।”

ସୋମବାର ରାତିରେ ହିଁ ଶିମ୍ପୁ ଦେବୀ ଗର୍ଭ ଯନ୍ତ୍ରଣା ଅନୁଭବ କରିଥିଲେ। ତାଙ୍କୁ ଜିଲ୍ଲା ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ଭୋର ୫ଟାରେ ସେ ଏକ କନ୍ୟା ସନ୍ତାନଙ୍କୁ ଜନ୍ମ ଦେଇଛନ୍ତି। ରଣଜିତଙ୍କ ଅନ୍ତିମ ସଂସ୍କାର ବେଳେ ଶିମ୍ପୁ ଦେବୀ ଓ ତାଙ୍କ ନବଜାତକ କନ୍ୟାଙ୍କୁ ଶ୍ମଶାନ ଘାଟକୁ ନିଆଯାଇଥିଲା। ଏଭଳି ଏକ ଦୃଶ୍ୟ ଦେଖି ଗାଁ ଲୋକଙ୍କ ଆଖିରେ ଲୁହ ଜକେଇ ଆସିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story