ନିହତ ୪ ଜୈଶ ଆତଙ୍କୀଙ୍କ ଆକ୍କା ଥିଲା ମାସୁଦର ଭାଇ ଅବଦୁଲ ରୌଫ

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ନଗ୍ରୋଟା ଏନକାଉଣ୍ଟରର ଗୁମର ଧୀରେଧୀରେ ଖୋଲିବାରେ ଲାଗିଛି। ଭାରତୀୟ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିବା ୪ ଜୈଶ ଆତଙ୍କୀଙ୍କ ହ୍ୟାଣ୍ଡଲେର ବା ଆକ୍କା ହେଉଛି ମାସୁଦ ଆଝାରର ଭାଇ ଅବଦୁଲ ରୌଫ ଅସଗର। ଅସଗର ହିଁ ସ୍ୟାଟେଲାଇଟ୍‌ ଫୋନ ଜରିଆରେ ଏହି ଆତଙ୍କବାଦୀଙ୍କ ସହ ସମ୍ପର୍କରେ ରହିଥିଲା। ସେମାନେ କେମିତି ଆକ୍ରମଣ କରିବେ ଓ କୁଆଡ଼େ ଯିବେ, ତା’ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା। ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୈଶର ୪ […]

gy

gy

Hemant Lenka
  • Published: Saturday, 21 November 2020
  • Updated: 21 November 2020, 09:13 PM IST

Sports

Latest News

ନୂଆଦିଲ୍ଲୀ: ଜମ୍ମୁ-କଶ୍ମୀର ନଗ୍ରୋଟା ଏନକାଉଣ୍ଟରର ଗୁମର ଧୀରେଧୀରେ ଖୋଲିବାରେ ଲାଗିଛି। ଭାରତୀୟ ସୁରକ୍ଷାକର୍ମୀଙ୍କ ଗୁଳିରେ ନିହତ ହୋଇଥିବା ୪ ଜୈଶ ଆତଙ୍କୀଙ୍କ ହ୍ୟାଣ୍ଡଲେର ବା ଆକ୍କା ହେଉଛି ମାସୁଦ ଆଝାରର ଭାଇ ଅବଦୁଲ ରୌଫ ଅସଗର। ଅସଗର ହିଁ ସ୍ୟାଟେଲାଇଟ୍‌ ଫୋନ ଜରିଆରେ ଏହି ଆତଙ୍କବାଦୀଙ୍କ ସହ ସମ୍ପର୍କରେ ରହିଥିଲା। ସେମାନେ କେମିତି ଆକ୍ରମଣ କରିବେ ଓ କୁଆଡ଼େ ଯିବେ, ତା’ର ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲା।

ସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଜୈଶର ୪ ଜଣ ଯାକ ଆତଙ୍କୀ ମୁମ୍ବାଇ ୨୬/୧୧ ଆକ୍ରମଣ ଭଳି ହିଂସା ଘଟାଇବାକୁ ଭାରତ ଆସିଥିଲେ। ଏଥିପାଇଁ ଟ୍ରକ୍‌ରେ ବିଭିନ୍ନ ପ୍ରକାରର ଅସ୍ତ୍ରଶସ୍ତ୍ର ଆଣିଥିଲେ। ପାକିସ୍ତାନ ଗୁଇନ୍ଦା ସଂସ୍ଥା ପୁଲୱାମା ଠାରୁ ବଡ଼ଧରଣର ଆକ୍ରମଣ କରିବା ପାଇଁ ଜୈଶ ମୁଖ୍ୟ ମାସୁଦ ଆଝାରକୁ ନିର୍ଦ୍ଦେଶ ଦେଇଛି। ମାସୁଦ ଜୈଶର ଅପରେସନ ମୁଖ୍ୟ ତଥା ତା’ ଭାଇ ଅସଗରକୁ ଭାରତରେ ଆକ୍ରମଣ କରିବାକୁ କହିଥିଲା। ପୁଲୱାମା ହମଲା ପଛରେ ମଧ୍ୟ ଅସଗର ଓ କାଜି ତରାରର ହାତ ରହିଥିଲା। ମାସୁଦ ଠାରୁ ନିର୍ଦ୍ଦେଶ ପରେ ରୌଫ ସବୁ ପ୍ରକାରର ଯୋଜନା କରିଥିଲା।

ରୌଫ ନିର୍ଦ୍ଦେଶରେ ୪ ପାକିସ୍ତାନ ଆତଙ୍କୀ ଏଥର ଭାରତରେ ପ୍ରବେଶ କରିଥିଲେ। ଆକ୍ରମଣ ପୂର୍ବରୁ ବାହାୱଲପୁରରେ ଗୋଟିଏ ବୈଠକ ବସିଥିଲା। ଏଥିରେ ମୌଲାନା ଅବୁ ଜୁନ୍ଦାଲ ଓ ମୁଫତି ତୌସୀଫ ମଧ୍ୟ ଯୋଗଦେଇଥିଲେ। ପ୍ରାଥମିକ ଯୋଜନା ପରେ ଜୈଶର ଶକରଗ୍ରହ ୟୁନିଟିକୁ ଚୂଡ଼ାନ୍ତ ଯୋଜନା ପ୍ରସ୍ତୁତ କରିବାକୁ କୁହାଯାଇଥିଲା।

ଏହି ୟୁନିଟି ଆକ୍ରମଣ ପାଇଁ ଆତଙ୍କୀ ଚୟନ ଓ ତାଲିମ ଦାୟିତ୍ୱ ନେଇଥିଲା। ନାଗ୍ରୋଟାରେ ନିହତ ୪ ଆତଙ୍କୀଙ୍କୁ ସ୍ୱତନ୍ତ୍ର ଭାବେ ଆତ୍ମଘାତୀ ହମଲାର ଟ୍ରେନିଂ ଦିଆଯାଇଥିଲା। ଏଥିସହ ଭାରତରେ ଅଧିକରୁ ଅଧିକ କ୍ଷତି ଘଟାଇବାକୁ ନିର୍ଦ୍ଦେଶ ଦିଆଯାଇଥିଲା। ତାମିଲ ଶେଷ ହେବା ପରେ ଅସ୍ତ୍ରଶସ୍ତ୍ର ସହିତ ୪ ଆତଙ୍କୀ ସାମ୍ବା ସେକ୍ଟରର ନୁଲ୍ଲା ଦେଇ ଭାରତରେ ପ୍ରବେଶ କରିଥିଲେ। ଭାରତୀୟ ସୀମାରେ ପାଦ ଦେବା ପରେ ଜଟୱାଲ ନିକଟରେ ସେମାନଙ୍କୁ ଗୋଟିଏ ଟ୍ରକ୍‌ ମିଳିଥିଲା। ଏହି ଟ୍ରକ୍‌ରେ ପୂର୍ବରୁ ସେଓ ରହିଥିଲା। ଏହି ସେଓ ଭର୍ତ୍ତି ଟ୍ରକ୍‌ରେ ବସି ସେମାନେ ନାଗ୍ରୋଟାରେ ପହଞ୍ଚିଥିଲେ।

ଟ୍ରକ୍‌ଟି ଆଗକୁ ବଢ଼ୁଥିବା ବେଳେ ହଠାତ୍‌ ବାନ ଟୋଲପ୍ଲାଜା ନିକଟରେ ଜମ୍ମୁ-କଶ୍ମୀର ପୁଲିସ୍‌ ଓ ସିଆରପିଏଫ ଯବାନମାନେ ଯାଞ୍ଚ କରିବା ପାଇଁ ଏହାକୁ ଅଟକାଇ ଦେଇଥିଲେ। ଭୋର ପ୍ରାୟ ୪.୪୫ରେ ଟ୍ରକ୍‌ଟି ପ୍ଲାଜା ନିକଟରେ ଅଟକିଥିଲା। ସୁରକ୍ଷାକର୍ମୀଙ୍କୁ ଦେଖି ଭୟରେ ଡ୍ରାଇଭର ଜଣଙ୍କ ଅନ୍ଧାର ରାସ୍ତାରେ ଦୌଡ଼ି ପଳାଇଥିଲେ।

ଏଭଳି ସ୍ଥିତିରେ ସେଓ ବୋଝେଇ ଟ୍ରକ୍‌ ମଧ୍ୟରେ ଲୁଚି ଥିବା ଆତଙ୍କବାଦୀମାନେ କିଛି ବି ବୁଝି ପାରି ନଥିଲେ। ସେମାନଙ୍କୁ ପ୍ରଥମେ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା। ହେଲେ ସେମାନେ ଆହ୍ଲା ହୁ ଆକବର, ପାକିସ୍ତାନ ଜିନ୍ଦାବାଦ, ଜୈଶ ଜିନ୍ଦାବାଦ ଓ ଇସଲାମ ଜିନ୍ଦାବାଦ ନାରା ଦେଇଥିଲେ।

ଗୁଳିମାଡ଼ କରି ଖସି ଯିବାକୁ ଚେଷ୍ଟା ମଧ୍ୟ କରିଥିଲେ। ହେଲେ ସୁରକ୍ଷାକର୍ମୀଙ୍କ ପକ୍ଷରୁ ମଧ୍ୟ ଏହାର ଦୃଢ଼ ଜବାବ ଦିଆଯାଇଥିଲା। ଦୀର୍ଘ ୩ ଘଣ୍ଟାରୁ ଅଧିକ ସମୟ ଧରି ଚାଲିଥିବା ଏନକାଉଣ୍ଟରରେ ୪ ଆତଙ୍କୀ ନିହତ ହୋଇଥିଲେ।

ଏହି ଆତଙ୍କବାଦୀମାନେ କେଉଁଠି ଆକ୍ରମଣ କରିବେ ଓ କେମିତି ସେମାନଙ୍କୁ ଯିବାକୁ ପଡ଼ିବ, ତା’ର ସବୁ ତଥ୍ୟ ରୌଫ ଆତଙ୍କୀଙ୍କୁ ଦେଉଥିଲା ବୋଲି ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos