ରାଜସ୍ଥାନରେ ରାଷ୍ଟ୍ରପତି ଶାସନ ଦାବି କଲେ ମାୟାବତୀ

ଜୟପୁର: ରାଜସ୍ଥାନରେ ସୃଷ୍ଟି ହୋଇଥିବା ପାଇଲଟ ଓ ଗେହଲଟ କଳି ଏବେ କଂଗ୍ରେସ ବିନାମ ବିଜେପି ହୋଇଗଲାଣି। ରାଜ୍ୟରେ କ୍ଷମତାସୀନ ସରକାରକୁ ଭାଙ୍ଗିବା ପାଇଁ ବିଜେପି କିଛି କଂଗ୍ରେସ ବିଧାୟକଙ୍କୁ ନିଜ ସପକ୍ଷକୁ ଆଣିବାକୁ ଚେଷ୍ଟା କରିବା ଓ ଟଙ୍କା ଦେଇ ରାଜ୍ୟରେ ଅସ୍ଥିରତା ସୃଷ୍ଟି କରୁଥିବା ଅଭିଯୋଗ ହୋଇଛନ୍ତି।

ଏସବୁ ବାଦବିବାଦ ଭିତରେ ଆଜି ବିଏସ୍‌ପି ମୁଖ୍ୟ ମାୟାବତୀ ରାଜସ୍ଥାନରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ପୂର୍ବରୁ ୬ ଜଣ ବିଏସପି ବିଧାୟକଙ୍କୁ ଘୋଡ଼ା ବେପାର ଜରିଆରେ କିଣିଥିବା ସେ ଅଭିଯୋଗ କରି ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ କହିଛନ୍ତି।

ମାୟାବତୀ କହିଛନ୍ତି, “ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସାମ୍ବିଧାନିକ ନିୟମ ଓ ଦଳ ବଦଳ ଆଇନକୁ ଉଲ୍ଲଙ୍ଘନ କରିଥିଲେ। ଏଥିସହ ସେ ଦୁଇଥର ବିଏସପିକୁ ଧୋକା ଦେଇଛନ୍ତି। ବିଏସପିକୁ ଧୋକା ଦେଇ ବିଏସପି ବିଧାୟକଙ୍କୁ କଂଗ୍ରେସରେ ସାମିଲ କରିଛନ୍ତି। ସେହିପରି ସେ ବେଆଇନ ଭାବେ ବିଧାୟକଙ୍କ ଫୋନ ଟ୍ୟାପିଂ କରି ମସ୍ତବଡ଼ ଭୁଲ କରିଛନ୍ତି। ତେଣୁ ରାଜ୍ୟପାଳ ଏଭଳି ରାଜନୀତିକ ଅସ୍ଥିରତାକୁ ବିଚାରକୁ ନେଇ ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବାକୁ ସୁପାରିସ କରିବା ଦରକାର।”

୨୦୧୯ରେ ବିଏସପିର ୬ ଜଣ ବିଧାୟକ ଦଳ ଛାଡ଼ି କଂଗ୍ରେସରେ ସାମିଲ ହୋଇଥିଲେ। ଏଥିପାଇଁ ଗେହଲଟ ସେମାନଙ୍କୁ ଆର୍ଥିକ ପ୍ରଲୋଭନ ଦେଇ ନିଜ ଆଡ଼କୁ ଆଣିଥିଲେ ବୋଲି ଅଭିଯୋଗ ହୋଇଥିଲା।

ଆହୁରି ପଢ଼ନ୍ତୁ

ଲୋନ୍ ନେବା ପାଇଁ ହିନ୍ଦୀ ଜାଣିବା ଦରକାର କହିବା ପରେ ମ୍ୟାନେଜରଙ୍କ ବଦଳି

ସାତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେଲେ ପ୍ରଧାନମନ୍ତ୍ରୀ

ପାରମ୍ପରିକ ନାଗାଲାଣ୍ଡ ବ୍ୟଞ୍ଜନ ପ୍ରସ୍ତୁତିକୁ ଶେୟାର କଲେ ସ୍ମୃତି ଇରାନୀ

ଦୀପିକା, ରକୁଲ୍, ସାରା, ଶ୍ରଦ୍ଧାଙ୍କୁ ଏନସିବିର ସମନ

ମିଚେଲ୍ ମାର୍ଶ ଆଇପିଏଲରୁ ଆଉଟ୍

ମାର୍ଚ୍ଚରୁ ଜୁନ୍ ମଧ୍ୟରେ ୨୯ ହଜାର ଜଣଙ୍କର ସଡ଼କ ଦୁର୍ଘଟଣାରେ ମୃତ୍ୟୁ

କୃଷି ବିଲ୍: ଶାସକ, ବିରୋଧୀ କେହି କିଛି କମ୍ ନୁହନ୍ତି

ଏକ ଫିଲ୍ମର ଶୁଟିଂ ବେଳୁ ଗଞ୍ଜେଇ ଭର୍ତ୍ତି ସିଗାରେଟ୍ ଟାଣିବା ଅଭ୍ୟାସରେ ପଡ଼ିଯାଇଥିଲେ ସୁଶାନ୍ତ

ଅନୁରାଗଙ୍କ ନାଁରେ ଦୁଷ୍କର୍ମ ମାମଲା ରୁଜୁ

ବିଜେପି ନେତାଙ୍କୁ ଗାଁ ଭିତରକୁ ଯିବାକୁ ଦେବୁନି: ଚାଷୀ ସଂଘ

ୱିନିଂ ଟ୍ରାକକୁ କମ୍ ବ୍ୟାକ୍ ଲକ୍ଷ୍ୟରେ ମୁମ୍ବାଇ ଇଣ୍ଡିଆନ୍ସ

ସୁଶାନ୍ତଙ୍କ ନାଁରେ ଅଭିଯୋଗ ଆଣିଲେ ରିଆ, କହିଲେ- ଫାଇଦା ଉଠାଉ ଥିଲେ