ସତର୍କ ଜାରି କଲା ଆଇଏମ୍‌ଡି: ଆଜି ଏହିସବୁ ସ୍ଥାନରେ ୫୦ରୁ ୭୦ କିମି ବେଗରେ ବହିବ ପବନ

ନୂଆଦିଲ୍ଲୀ: ଉତ୍ତରଭାରତ ସମେତ କେତେକ ଅଞ୍ଚଳରେ ଘୂର୍ଣ୍ଣିଝଡ଼ ନେଇ ହାଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)। ଆଜି ସକାଳ ୮.୩୦ ରୁ ଆସନ୍ତାକାଲି ୮.୩୦ ଯାଏଁ ସତର୍କ ରଖିବାକୁ  ପାଣିପାଗ ବିଭାଗ ସୂଚନା ଦେଇଛି। ଏହାସହ ଘଣ୍ଟାପ୍ରତି  ୫୦ରୁ ୭୦ କିଲୋମିଟର ବେଗରେ  ପବନ ବହିବାର ସମ୍ଭାବନା ରହିଛି। ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ପବନର ବେଗ ଅଧିକ ରହିବା ଆଶଙ୍କା କରାଯାଉଛି। ତେବେ ଜମ୍ମୁ-କାଶ୍ମୀର,ହରିୟାଣା, ଚଣ୍ଡିଗଡ଼,ଦିଲ୍ଲୀ, ପଶ୍ଚିମ ଉତ୍ତରପ୍ରଦେଶ,ଉପହିମାଳୟ, ପଶ୍ଚିମବଙ୍ଗ ଓ ସିକିମ୍‌ର […]

weather

weather

Rakesh Mallick
  • Published: Tuesday, 08 May 2018
  • Updated: 08 May 2018, 08:30 AM IST

ନୂଆଦିଲ୍ଲୀ: ଉତ୍ତରଭାରତ ସମେତ କେତେକ ଅଞ୍ଚଳରେ ଘୂର୍ଣ୍ଣିଝଡ଼ ନେଇ ହାଇ ଆଲର୍ଟ ଜାରି କରିଛି ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି)। ଆଜି ସକାଳ ୮.୩୦ ରୁ ଆସନ୍ତାକାଲି ୮.୩୦ ଯାଏଁ ସତର୍କ ରଖିବାକୁ  ପାଣିପାଗ ବିଭାଗ ସୂଚନା ଦେଇଛି। ଏହାସହ ଘଣ୍ଟାପ୍ରତି  ୫୦ରୁ ୭୦ କିଲୋମିଟର ବେଗରେ  ପବନ ବହିବାର ସମ୍ଭାବନା ରହିଛି। ହିମାଚଳପ୍ରଦେଶ ଓ ଉତ୍ତରାଖଣ୍ଡରେ ପବନର ବେଗ ଅଧିକ ରହିବା ଆଶଙ୍କା କରାଯାଉଛି। ତେବେ ଜମ୍ମୁ-କାଶ୍ମୀର,ହରିୟାଣା, ଚଣ୍ଡିଗଡ଼,ଦିଲ୍ଲୀ, ପଶ୍ଚିମ ଉତ୍ତରପ୍ରଦେଶ,ଉପହିମାଳୟ, ପଶ୍ଚିମବଙ୍ଗ ଓ ସିକିମ୍‌ର ବିଭିନ୍ନ ସ୍ଥାନରେ ୫୦ରୁ ୭୦ କିଲୋମିଟର ବେଗରେ ପବନ ବହିପାରେ।

ପଞ୍ଚାବ, ଆସାମ ଓ ମେଘାଳୟ, ନାଗାଲାଣ୍ଡ, ମଣିପୁର, ମିଜାରୋମ ଓ ତ୍ରିପୁରା, ବିହାର, ପଶ୍ଚିମ ମଧ୍ୟପ୍ରଦେଶ, ପୂର୍ବ ଉତ୍ତର ପ୍ରଦେଶ, ପୂର୍ବ ରାଜସ୍ଥାନ, ଉପକୂଳବର୍ତ୍ତୀ,  କର୍ଣ୍ଣାଟକର ଆଭ୍ୟନ୍ତରୀଣ ଅଞ୍ଚଳ, ତାମିଲନାଡୁ  ଓ କେରଳର  ପ୍ରବଳ ପବନ ବହିବା ସହ ଝଡ଼ତୋଫାନ ହେବାର ସମ୍ଭାବନା ରହିଛି।

ତାମିଲନାଡୁ, କର୍ଣ୍ଣାଟକ ଆଭ୍ୟନ୍ତରୀଣ ଅଞ୍ଚଳ ଓ କେରଳର ଭିନ୍ନ ଭିନ୍ନ ସ୍ଥାନରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ଦିଲ୍ଲୀ, ଗୁରୁଗ୍ରାମ ଏବଂ ରାଜସ୍ଥାନରେ ଘୂର୍ଣ୍ଣିଝଡ଼ର ତାଣ୍ଡବ ଆରମ୍ଭ ହୋଇଛି। ଗତକାଲି ସଂଧ୍ୟାରୁ ଆରମ୍ଭ ହୋଇଥିବା ଘୂର୍ଣ୍ଣିଝଡ଼ର ପ୍ରଭାବରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଖବର ମିଳିଛି। ଦିଲ୍ଲୀ ସମେତ ଗ୍ରେଟର ନୋଏଡ଼ା, ଫରିଦାବାଦ୍, ଖୁରଜା ଅଞ୍ଚଳରେ ମୁଖତଃ ଏହାର ପ୍ରଭାବ ପଡ଼ିଛି। ଫଳରେ ଏସମସ୍ତ ଅଞ୍ଚଳରେ ବର୍ଷା ହୋଇଥିବା ମଧ୍ୟ ରେକର୍ଡ କରିଛି ପାଣିପାଗ ବିଭାଗ। ଘୂର୍ଣ୍ଣିଝଡ଼ ଯୋଗୁଁ ଆଗାମୀ ଦୁଇ ଦିନ ଯାଏଁ ହରିୟାଣାରେ ସମସ୍ତ ସ୍କୁଲକୁ ବନ୍ଦ ଘୋଷଣା କରିଛନ୍ତି ରାଜ୍ୟ ସରକାର।

ସେହିପରି ରାଜସ୍ଥାନର ବିଭିନ୍ନ ଅଞ୍ଚଳରେ ଘୂର୍ଣ୍ଣିଝଡ଼ର ବ୍ୟାପକ ପ୍ରଭାବ ଦେଖାଦେଇଛି।  ଗତ ସପ୍ତାହରେ ଉତ୍ତର ଏବଂ ପଶ୍ଚିମ ଭାରତରେ ଅନେକ ଅଞ୍ଚଳରେ ଘୂର୍ଣ୍ଣିଝଡ଼ର ପ୍ରଭାବରେ ୨ ଶହରୁ ଅଧିକ ଲୋକଙ୍କ ଜୀବନ ଯିବା ସହ ବହୁଲୋକ ଗୁରୁତର ଆହତ ହୋଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos