ମିଡିଆ ପାଇଁ ନିଷ୍ପତ୍ତି ବଦଳାଇଥିଲେ ସୁପ୍ରିମକୋର୍ଟ କଲେଜିୟମ୍‌!

ନୂଆଦିଲ୍ଲୀ: ବରିଷ୍ଠ ବିଚାରପତିଙ୍କୁ ଅଣଦେଖା କରି ଦୁଇ କନିଷ୍ଠ ବିଚାରପତିଙ୍କୁ ସୁପ୍ରିମକୋର୍ଟକୁ ପଦୋନ୍ନତି ମିଳିବା ନେଇ ସୃଷ୍ଟି ହୋଇଥିବା ବିବାଦରେ ଏକ ନୂଆ ଟ୍ୱିଷ୍ଟ୍‌ ଆସିଛି।

ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ କଲେଜିୟମ ପ୍ରଥମେ ଦିଲ୍ଲୀ ହାଇକୋର୍ଟର ମୁଖ୍ୟ ବିଚାରପତି ରାଜେନ୍ଦ୍ର ମେନନ୍‌ ଓ ରାଜସ୍ଥାନ ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ପ୍ରଦୀପ ନନ୍ଦରାଯୋଗଙ୍କୁ ପଦୋନ୍ନତି ଦେବାକୁ ନିଷ୍ପତ୍ତି ନେଇଥିଲେ। ହେଲେ ଏହି ନାଁଗୁଡ଼ିକ ରାଷ୍ଟ୍ରପତିଙ୍କ ପାଖକୁ ଯିବା ପୂର୍ବରୁ କିଛି ଗଣମାଧ୍ୟମରେ ପ୍ରକାଶିତ ପାଇଥିଲା। ତେଣୁ ଏଥିରେ ବିରକ୍ତ ହୋଇ ଜଷ୍ଟିସ ଗୋଗୋଇ କଲେଜିୟମ ନିଷ୍ପତ୍ତିକୁ ଖାରଜ କରିଦେଇଥିଲେ। ଏଥିସହ କେମିତି ଏହି ଖବର ବାହାରକୁ ଗଲା, ତା’କୁ ନେଇ ମଧ୍ୟ ନିଜର ଅସନ୍ତୋଷ ଜାହିର କରିଥିଲେ।

ଏହାପରେ ଜାନୁଆରୀ ୫-୬ରେ ପୁଣିଥରେ କଲେଜିୟମ ବୈଠକ ବସିଥିଲା। ପୂର୍ବରୁ କଲେଜିୟମ୍‌ରେ ଥିବା ବିଚାରପତି ଜଷ୍ଟିସ୍‌ ମଦନ ବି ଲୋକୁର ଅବସର ନେଇଥିବାରୁ ଜଷ୍ଟିସ୍‌ ଅରୁଣ ମିଶ୍ରଙ୍କୁ ଏଥିରେ ସାମିଲ କରାଯାଇଥିଲା।

କଲେଜିୟମ୍‌ ପୂର୍ବରୁ ପଦୋନ୍ନତି ପାଇଁ ନିଷ୍ପତ୍ତି ନେଇଥିବା ଦୁଇ ନାଁ ବଦଳରେ ଦିଲ୍ଲୀ ହାଇକୋର୍ଟ ବିଚାରପତି ଜଷ୍ଟିସ୍‌ ସଞ୍ଜୀବ ଖାନ୍ନା ଓ କର୍ଣ୍ଣାଟକା ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀନେଶ ମାହେଶ୍ୱରୀଙ୍କୁ ପଦନ୍ନୋତି ଦେଇ ସୁପ୍ରିମକୋର୍ଟ ବିଚାରପତି କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାକୁ ପରବର୍ତ୍ତୀ ଅବସ୍ଥାରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମୋଦନ ଦେଇଛନ୍ତି।

ହେଲେ ବରିଷ୍ଠ ବିଚାରପତି ରହିଥିବା ବେଳେ କେମିତି ଦୁଇ କନିଷ୍ଠ ବିଚାରପତିଙ୍କୁ ପଦୋନ୍ନତି ମିଳିଲା, ତାକୁ ନେଇ ବିବାଦ ସୃଷ୍ଟି ହୋଇଛି। ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଆର୍‌ଏମ୍‌ ଲୋଧାଙ୍କ ଠାରୁ ଆରମ୍ଭ କରି ବାର କାଉନସିଲ ଅଫ୍‌ ଇଣ୍ଡିଆ ପର୍ଯ୍ୟନ୍ତ ସମସ୍ତେ କଲେଜିୟମର ଏଭଳି ନିଷ୍ପତ୍ତିରେ ଆଶ୍ଚର୍ଯ୍ୟ ହୋଇଛନ୍ତି। ଏଥିସହ ଏହାକୁ ତୀବ୍ର ନିନ୍ଦା ମଧ୍ୟ କରିଛନ୍ତି।

ଆହୁରି ପଢ଼ନ୍ତୁ

ବଲାଙ୍ଗିରରେ ବଢ଼ୁଛି ସଂକ୍ରମଣ, କଟକଣା ଲାଗୁ କଲା ବଜାର କମିଟି

ରାଜ୍ୟରେ ଆଖି ବୁଜିଲେ ୧୫ କରୋନା ଆକ୍ରାନ୍ତ

ଜବତ ହେଲା ୭୦ ଲକ୍ଷର ଗଞ୍ଜେଇ, କୋରାପୁଟରୁ ପଞ୍ଜାବ ଚାଲାଣ ସନ୍ଦେହ

୧୭୦୯ ପୁଲିସ୍‌ଙ୍କୁ ମିଳିବ ‘ଆନ୍ତରିକ ସୁରକ୍ଷା ସେବା ପଦକ’

ମୃତ୍ୟୁ ପୂର୍ବରୁ ଦୁଆର ମୁହଁରେ ପକାଇଦେଲା କୋଭିଡ୍‌ ଆମ୍ୱୁଲାନ୍ସ!

୮୩ ବର୍ଷ ବୃଦ୍ଧକୁ ପିଟି ପିଟି ଗୋଡ ହାତ ଭାଙ୍ଗିଦେଲା ପୁଲିସ  

କଟକରେ ଦୁର୍ଗା ପୂଜା, ସନ୍ଧ୍ୟା ୬ଟା ସୁଦ୍ଧା ବନ୍ଦ ରହିବ ଦୋକାନ ବଜାର !

ମଧୁମେହ କରୋନା ଆକ୍ରାନ୍ତଙ୍କୁ  ଏମିତି ପରାମର୍ଶ ଦେଲେ ଡାକ୍ତର ଅନୁଜ ବଳିୟାରସିଂହ

ପ୍ରଶାସନ ଶୁଣିଲାନି, ଜଙ୍ଗଲରୁ କାଠ ଆଣି  ପୋଲ ନିର୍ମାଣ କଲେ ଗ୍ରାମବାସୀ

ପୋଲ କରୁ ନାହାନ୍ତି ହେଲେ ତାର ଖୋଲିନେଲେ

ବିଦ୍ୟୁତ୍‌ ଶୁଳ୍କ ବୃଦ୍ଧିକୁ ଶକ୍ତିମନ୍ତ୍ରୀଙ୍କ ସମର୍ଥନ

ଓଡ଼ିଶାରୁ ସୁରତ ଚାଲାଣ ହେଉଥିଲା ଗଞ୍ଜେଇ, ଧରିଲା କ୍ରାଇମବ୍ରାଞ୍ଚ