ଅଯୋଧ୍ୟା ମଧ୍ୟସ୍ଥତା ରିପୋର୍ଟ ଟ୍ୱିଟରରେ ଲିକ୍‌!

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଚାଲିଥିବା ଅଯୋଧ୍ୟା ଜମି ବିବାଦ ମାମଲାର ନିୟମିତ ଶୁଣାଣି ଆଜି ୩୭ତମ ଦିନରେ ପହଞ୍ଚିଛି। ଆଜି ଶୁଣାଣି ବେଳେ ମୁସଲିମ ପକ୍ଷ କୋର୍ଟଙ୍କ ଆଗରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲାର ଆପୋଷ ସମାଧାନ ପାଇଁ ସୁପ୍ରିମକୋର୍ଟ ଗଠନ କରିଥିବା ମଧ୍ୟସ୍ଥତା ପ୍ୟାନେଲର ରିପୋର୍ଟ ଏବେ ଟ୍ୱିଟରରେ ଲିକ୍‌ ହୋଇଥିବା ମୁସଲିମ ପକ୍ଷ କୋର୍ଟଙ୍କୁ ଜଣାଇଛନ୍ତି। କୋର୍ଟ ନିର୍ଦ୍ଦିଷ୍ଟ ଭାବେ ମଧ୍ୟସ୍ଥତା ରିପୋର୍ଟକୁ ଗୋପନ ରଖିବାକୁ କହିଥିଲେ ହେଁ ଏହା କ’ଣ […]

e

e

Hemant Lenka
  • Published: Friday, 04 October 2019
  • Updated: 04 October 2019, 04:57 PM IST

Sports

Latest News

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ଚାଲିଥିବା ଅଯୋଧ୍ୟା ଜମି ବିବାଦ ମାମଲାର ନିୟମିତ ଶୁଣାଣି ଆଜି ୩୭ତମ ଦିନରେ ପହଞ୍ଚିଛି। ଆଜି ଶୁଣାଣି ବେଳେ ମୁସଲିମ ପକ୍ଷ କୋର୍ଟଙ୍କ ଆଗରେ ସାଂଘାତିକ ଅଭିଯୋଗ ଆଣିଛନ୍ତି। ଅଯୋଧ୍ୟା ଜମି ବିବାଦ ମାମଲାର ଆପୋଷ ସମାଧାନ ପାଇଁ ସୁପ୍ରିମକୋର୍ଟ ଗଠନ କରିଥିବା ମଧ୍ୟସ୍ଥତା ପ୍ୟାନେଲର ରିପୋର୍ଟ ଏବେ ଟ୍ୱିଟରରେ ଲିକ୍‌ ହୋଇଥିବା ମୁସଲିମ ପକ୍ଷ କୋର୍ଟଙ୍କୁ ଜଣାଇଛନ୍ତି।

କୋର୍ଟ ନିର୍ଦ୍ଦିଷ୍ଟ ଭାବେ ମଧ୍ୟସ୍ଥତା ରିପୋର୍ଟକୁ ଗୋପନ ରଖିବାକୁ କହିଥିଲେ ହେଁ ଏହା କ’ଣ ସତରେ ଲିକ୍‌ ହୋଇଛି ବୋଲି ଏବେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ଅଯୋଧ୍ୟା ଜମି ବିବାଦ ମାମଲାରେ ମୁସଲିମ ପକ୍ଷଙ୍କ ପାଇଁ ମାମଲା ଲଢ଼ୁଥିବା ଓକିଲ ରାଜୀବ ଧବନ କହିଛନ୍ତି, “ମଧ୍ୟସ୍ଥତା ପ୍ୟାନେଲ ସହ ଚାଲିଥିବା କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ତଥ୍ୟ ଏବେ ଲିକ୍‌ ହୋଇଛି। କିଛି ପ୍ରମାଣ ଓ ମତାମତ ଜାଣିଶୁଣି କେହି ଟ୍ୱିଟରରେ ଲିକ୍‌ କରିଛି। ଏହାକୁ କୋର୍ଟ ଗୁରୁତ୍ୱର ସହ ନେବା ଉଚିତ।”

ଅବଶ୍ୟକ ସୁପ୍ରିମକୋର୍ଟ ଏହା ଉପରେ କୌଣସି ମତାମତ ଦେଇ ନାହାନ୍ତି। ହେଲେ ପରବର୍ତ୍ତୀ ସମୟରେ କୋର୍ଟ ନିଶ୍ଚିତ ଭାବେ ଏହି ଅଭିଯୋଗ ସତ ହୋଇଥିଲେ ସଂପୃକ୍ତ ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସଙ୍କେତ ଦେଇଛନ୍ତି।

ଅଯୋଧ୍ୟା ଜମି ବିବାଦର ସମାଧାନ ନଭେମ୍ବର ୧୭ ପୂର୍ବରୁ ସାରିବାକୁ ସିଜେଆଇ ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଲକ୍ଷ୍ୟ ରଖିଛନ୍ତି। ସେହିପରି ଅକ୍ଟୋବର ୧୭ ମଧ୍ୟରେ ମାମଲା ସହ ଜଡ଼ିତ ସମସ୍ତ ପକ୍ଷ ନିଜର ଯୁକ୍ତି ଉପସ୍ଥାପନ କରିବେ ବୋଲି ମଧ୍ୟ କୋର୍ଟ କହିଛନ୍ତି।

ସୁପ୍ରିମକୋର୍ଟ ଅଯୋଧ୍ୟା ଜମି ବିବାଦ ମାମଲାର ନିୟମିତ ଶୁଣାଣି କରିବା ପୂର୍ବରୁ ମଧ୍ୟସ୍ଥତା ପ୍ୟାନେଲ ଗଠନ କରିଥିଲେ। ଏହି ମଧ୍ୟସ୍ଥତା ପ୍ୟାନେଲ ବିଭିନ୍ନ ପକ୍ଷଙ୍କ ସହ ଆଲୋଚନା କରିଥିଲେ ହେଁ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇପାରି ନଥିଲା। ଏହାପରେ ଅଗଷ୍ଟ ୬ରୁ ସୁପ୍ରିମକୋର୍ଟ ନିୟମିତ ଶୁଣାଣି ଆରମ୍ଭ କରିଛନ୍ତି। 

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos