ଶାହୀନ ବାଗରେ ୨ୟ ରାଉଣ୍ଡ ବୈଠକ: ପୁଣି ନିଷ୍ପତ୍ତି ଝୁଲିଲା

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦିଲ୍ଲୀର ଶାହୀନ ବାଗରେ ଆନ୍ଦୋଳନ କରୁଥିବା ଲୋକଙ୍କ ସହ ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବୈଠକ କରିଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଦୁଇ ମଧ୍ୟସ୍ଥିତି। ତେବେ ଗତକାଲି ପରି ଆଜି ମଧ୍ୟ ଆଲୋଚନାରୁ କୌଣସି ନିସ୍କର୍ଷ ବାହାରିପାରି ନାହିଁ। ଆସନ୍ତାକାଲି ପୁଣିଥରେ ଦୁଇ ମଧ୍ୟସ୍ଥି ସଞ୍ଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନ ଶାହୀନ ବାଗ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବେ। ଆଜି ମଧ୍ୟାହ୍ନ ୨.୩୦ ପରେ […]

de

de

Hemant Lenka
  • Published: Thursday, 20 February 2020
  • Updated: 20 February 2020, 09:04 PM IST

Sports

Latest News

ନୂଆଦିଲ୍ଲୀ: ବିବାଦୀୟ ନାଗରିକତା ସଂଶୋଧନ ଆଇନ(ସିଏଏ) ବିରୋଧରେ ଦିଲ୍ଲୀର ଶାହୀନ ବାଗରେ ଆନ୍ଦୋଳନ କରୁଥିବା ଲୋକଙ୍କ ସହ ଆଜି କ୍ରମାଗତ ଦ୍ୱିତୀୟ ଦିନ ପାଇଁ ବୈଠକ କରିଛନ୍ତି ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଦୁଇ ମଧ୍ୟସ୍ଥିତି। ତେବେ ଗତକାଲି ପରି ଆଜି ମଧ୍ୟ ଆଲୋଚନାରୁ କୌଣସି ନିସ୍କର୍ଷ ବାହାରିପାରି ନାହିଁ। ଆସନ୍ତାକାଲି ପୁଣିଥରେ ଦୁଇ ମଧ୍ୟସ୍ଥି ସଞ୍ଜୟ ହେଗଡେ ଓ ସାଧନା ରାମଚନ୍ଦ୍ରନ ଶାହୀନ ବାଗ ଆସି ଆନ୍ଦୋଳନକାରୀଙ୍କ ସହ ଆଲୋଚନା କରିବେ।

ଆଜି ମଧ୍ୟାହ୍ନ ୨.୩୦ ପରେ ସଞ୍ଜୟ ଓ ସାଧନା ଶାହୀନ ବାଗରେ ପହଞ୍ଚିଥିଲେ। ତେବେ ସେଠାରେ ଗଣମାଧ୍ୟମ ପ୍ରତିନିଧିମାନେ ଭିଡ଼ ଜମାଇଥିବାରୁ ଦୁଇ ମଧ୍ୟସ୍ଥି ଆନ୍ଦୋଳନକାରୀଙ୍କ ସହ କୌଣସି ପ୍ରକାରର ଆଲୋଚନା କରି ନଥିଲେ। ଗଣାମାଧ୍ୟମ ପ୍ରତିନିଧି ଭିଡ଼ କମ କରିବା ପରେ ସାଧନା କହିଥିଲେ ଯେ “ଆପଣମାନେ ଡାକିଲେ ଆଉ ଆମେ ଚାଲି ଆସିଲୁ। ଆମେ ଏଠାକୁ ଆପଣଙ୍କ ଆନ୍ଦୋଳନ ବନ୍ଦ କରିବାକୁ ଆସିନାହୁଁ। ଶାହୀନ ବାଗ ଏଠାରେ ଅଛି ଓ ରହିବ।

ଆମେ ସମାଧାନର ରାସ୍ତା ବାହାର କରିବାକୁ ଆସିଛୁ। ଆମେ ଚାହୁଁଛୁ ଆନ୍ଦୋଳନ ହେବା ସହ ଅନ୍ୟମାନେ ଭୋଗୁଥିବା ସମସ୍ୟା ମଧ୍ୟ ସମାଧାନ ହେବା ଉଚିତ। ଆମେମାନେ ସମସ୍ତେ ସୁପ୍ରିମକୋର୍ଟଙ୍କ ଉପରେ ବିଶ୍ୱାସ ରଖିବା ଉଚିତ। ଆପଣମାନେ ଉଠାଇଥିବା ଦାବି ପ୍ରଶାସନ କାନରେ ପଡ଼ିଛି। ସିଏଏ-ଏନଆରସି ବିରୋଧରେ ସୁପ୍ରିମକୋର୍ଟରେ ଆବେଦନ ହୋଇଛି। ସୁପ୍ରିମକୋର୍ଟ ଏହାର ଶୁଣାଣି କରିବେ। ଆମେ ସୁପ୍ରିମକୋର୍ଟଙ୍କ ରାୟକୁ ଅପେକ୍ଷା କରିବା ଦରକାର।”

ଅନ୍ୟତମ ମଧ୍ୟସ୍ଥି ସଞ୍ଜୟ ହେଗଡେ କହିଛନ୍ତି, “ଆନ୍ଦୋଳନ ଏମିତି ହେବା ଦରକାର ଯେମିତି ଏହାଦ୍ୱାରା ଆଉ କେହି ଅସୁବିଧାର ସମ୍ମୁଖୀନ ନ ହେବେ। ଆମେ ଏମିତି ଏକ ଦେଶରେ ରହୁଛେ, ଯେଉଁଠି ଜଣେ ଅନ୍ୟ ଜଣଙ୍କୁ ସାହାଯ୍ୟ କରିଥାଏ। ଆମ ଦେଶର ଲୋକ କାହା ପାଇଁ ଅସୁବିଧା ଚିନ୍ତା କରନ୍ତି ନାହିଁ। ଦୀର୍ଘ ୨ ମାସ ହେଲା ଚାଲିଥିବା ବିବାଦ ସମାଧାନ କରିବାକୁ ଆମେ ଏଠାକୁ ଆସିଛୁ।

ଶାହୀନ ବାଗ ଯେମିତି ସାରା ଭାରତ ବର୍ଷ ପାଇଁ ଏକ ଆନ୍ଦୋଳନ କରିବାର ଉଦାହରଣ ପାଲଟିଛି ସେମିତି ଏଠାକାର ଆନ୍ଦୋଳନକାରୀ ଅନ୍ୟମାନଙ୍କୁ ନିଜର ବିକ୍ଷୋଭ ଦ୍ୱାରା ସମସ୍ୟାରେ ପକାନ୍ତି ନାହିଁ ବୋଲି ଏକ ଉଦାହରଣ ସୃଷ୍ଟି କରିବା ଉଚିତ। ଆମେ ଏଠାରେ କହିବାକୁ ଚାହୁଁଛୁ ଯେ ଆମେମାନେ ଏଠାକୁ ଆପଣମାନଙ୍କ ପାଇଁ ଲଢ଼େଇ କରିବାକୁ ଆସିଛୁ।

ଯଦି ଆପଣମାନେ ଆନ୍ଦୋଳନ ସ୍ଥଳ ପରିବର୍ତ୍ତନ କରିଦେବେ, ତା’ହେଲେ ଆପଣଙ୍କ ଲଢ଼େଇ ମରିଯିବ ବୋଲି ଭାବିବା ଭୁଲ। ଆମେ ଦେଖିଛୁ ଆମ ଦେଶରେ ଅନେକ ପ୍ରଧାନମନ୍ତ୍ରୀ ଆସିଛନ୍ତି ଓ ଯାଇଛନ୍ତି। ଯେଉଁମାନେ କ୍ଷମତାକୁ ଆସନ୍ତି, ସେମାନେ ଦେଶକୁ ଶାସନ କରନ୍ତି। କିଛି ଭଲ କାମ କରନ୍ତି ଓ ଆଉ କିଛି ଭୁଲ ନିଷ୍ପତ୍ତି ମଧ୍ୟ ନେବାର ନଜିର ରହିଛି। ଆପଣମାନେ ଯାହା ବି କହୁଛନ୍ତି, ସେକଥା ସାରା ଦେଶ ଓ ପ୍ରଧାନମନ୍ତ୍ରୀ ଶୁଣୁଛନ୍ତି।”

ଆନ୍ଦୋଳନକାରୀମାନେ କହିଛନ୍ତି ଯେ ଆମେ ଦୁଇ ମିନିଟ୍‌ରେ ଆନ୍ଦୋଳନ ସ୍ଥଳ ଛାଡ଼ି ଚାଲିଯିବୁ। କିନ୍ତୁ ଆମକୁ ନିର୍ଭର ପ୍ରତିଶ୍ରୁତି ଦରକାର। ଏଥିସହ ସିଏଏ ଓ ଏନଆରସିକୁ ଉଚ୍ଛେଦ କରାଯିବା ଦରକାର। କିଛି ଆନ୍ଦୋଳନକାରୀ ନିଜର କଥା ରଖିବା ବେଳେ ଭାବପ୍ରବଣ ହୋଇ କାନ୍ଦି ମଧ୍ୟ ପକାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story