ଆର୍ଥିକ ମାନ୍ଦାବସ୍ଥା ସୁଧାର ପାଇଁ ମୋଦିଙ୍କ ମେଗା ପ୍ୟାକେଜ୍‌

ନୂଆଦିଲ୍ଲୀ: ଦେଶରେ ମାନ୍ଦାବସ୍ଥାର ସୁଧାର ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା । ଏଥିପାଇଁ ୧୦ ଲକ୍ଷ କୋଟି ଟଙ୍କାର ଯୋଜନା ପ୍ରସ୍ତୁତି କରିଛନ୍ତି କେନ୍ଦ୍ର ସରକାର।  ବ୍ୟାଙ୍କର ଆର୍ଥିକ ଅବସ୍ଥାକୁ ଦୃଢ଼ କରିବା ସହ ଦେଶରେ ନିଯୁକ୍ତି ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଛି।  ଏହି ଯୋଜନାରେ ରାଷ୍ଟ୍ରାୟତ  ବ୍ୟାଙ୍କ ଗୁଡ଼ିକ ପାଇଁ ୨ ଲକ୍ଷ ୧୧ ହଜାର କୋଟି ଟଙ୍କା ପ୍ରସ୍ତାବିତ ଥିବା ବେଳେ ସଡ଼କ ପ୍ରକଳ୍ପ ପାଇଁ ୭ ଲକ୍ଷ କୋଟି ଟଙ୍କା ଅନୁମୋଦିତ […]

Rakesh Mallick
  • Published: Wednesday, 25 October 2017
  • Updated: 25 October 2017, 08:42 AM IST

Sports

Latest News

ନୂଆଦିଲ୍ଲୀ: ଦେଶରେ ମାନ୍ଦାବସ୍ଥାର ସୁଧାର ଆଣିବା ପାଇଁ କେନ୍ଦ୍ର ସରକାରଙ୍କ ଯୋଜନା । ଏଥିପାଇଁ ୧୦ ଲକ୍ଷ କୋଟି ଟଙ୍କାର ଯୋଜନା ପ୍ରସ୍ତୁତି କରିଛନ୍ତି କେନ୍ଦ୍ର ସରକାର।  ବ୍ୟାଙ୍କର ଆର୍ଥିକ ଅବସ୍ଥାକୁ ଦୃଢ଼ କରିବା ସହ ଦେଶରେ ନିଯୁକ୍ତି ସୃଷ୍ଟି କରିବା ଉପରେ ଗୁରୁତ୍ୱ ଦିଆଯାଇଛି।  ଏହି ଯୋଜନାରେ ରାଷ୍ଟ୍ରାୟତ  ବ୍ୟାଙ୍କ ଗୁଡ଼ିକ ପାଇଁ ୨ ଲକ୍ଷ ୧୧ ହଜାର କୋଟି ଟଙ୍କା ପ୍ରସ୍ତାବିତ ଥିବା ବେଳେ ସଡ଼କ ପ୍ରକଳ୍ପ ପାଇଁ ୭ ଲକ୍ଷ କୋଟି ଟଙ୍କା ଅନୁମୋଦିତ ହୋଇଛି।

ଦେଶରେ ସଡ଼କପଥର ବିସ୍ତାର  ପାଇଁ ଆରମ୍ଭ ହେବ ‘ଭାରତମାଳା’ ଯୋଜନା । ୨୦୨୨ ମସିହା ସୁଦ୍ଧା ସଡ଼କପଥ ବିସ୍ତାର ଲାଗି ଯୋଜନା କରାଯାଇଛି।  ବିମୁଦ୍ରାକରଣ ପରେ ମନ୍ଥର ହୋଇଥିବା ଦେଶର ଅର୍ଥନୀତିକୁ ପୁଣି ଥରେ ସୁଧାର ଆଣିବା ପାଇଁ କେନ୍ଦ୍ର କ୍ୟାବିନେଟ ପକ୍ଷରୁ ଏପରି ନିଷ୍ପତ୍ତି ନିଆଯାଇଛି।  ଗତ ଜୁନ୍ ମାସରେ ଆର୍ଥିକ ଅଭିବୃଦ୍ଧି ହାର ୫.୭ ଭାଗକୁ ହ୍ରାସ ପାଇଥିଲା । ଯାହା ପରେ କେନ୍ଦ୍ର ସରକାରଙ୍କୁ ଘୋର ବିରୋଧର ସମ୍ମୁଖୀନ ହେବାକୁ ପଡ଼ିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos