ମେହବୁବା ମୁଫତିଙ୍କ ଅଟକ ଅବଧି ଆଉ ୩ ମାସ ବଢ଼ିଲା

ଶ୍ରୀନଗର: ଦୀର୍ଘ ଗୋଟିଏ ବର୍ଷ ହେଲା ପ୍ରଶାସନ ଦ୍ୱାରା ବନ୍ଦୀ ହୋଇ ରହିଥିବା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଅଟକ ଅବଧିକୁ ଆଉ ୩ ମାସ ବୃଦ୍ଧି କରାଯାଇଛି। ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରିବା ସହ ଉପତ୍ୟକାରୁ ଧାରା ୩୭୦କୁ ଉଚ୍ଛେଦ କରିଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ମୁଫତିଙ୍କୁ ପ୍ରଶାସନ ନିଜ ହେପାଜତକୁ ନେଇଥିଲା। ସେବେଠାରୁ ସେ ପ୍ରଶାସନ ଦ୍ୱାରା ଅଟକ […]

a

a

Hemant Lenka
  • Published: Friday, 31 July 2020
  • Updated: 31 July 2020, 05:25 PM IST

Sports

Latest News

ଶ୍ରୀନଗର: ଦୀର୍ଘ ଗୋଟିଏ ବର୍ଷ ହେଲା ପ୍ରଶାସନ ଦ୍ୱାରା ବନ୍ଦୀ ହୋଇ ରହିଥିବା ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଅଟକ ଅବଧିକୁ ଆଉ ୩ ମାସ ବୃଦ୍ଧି କରାଯାଇଛି। ଅଗଷ୍ଟ ୫ ତାରିଖରେ କେନ୍ଦ୍ର ସରକାର ଜମ୍ମୁ-କଶ୍ମୀରକୁ ଦୁଇ ଭାଗରେ ବିଭକ୍ତ କରିବା ସହ ଉପତ୍ୟକାରୁ ଧାରା ୩୭୦କୁ ଉଚ୍ଛେଦ କରିଥିଲେ। ଏହାର ଗୋଟିଏ ଦିନ ପୂର୍ବରୁ ମୁଫତିଙ୍କୁ ପ୍ରଶାସନ ନିଜ ହେପାଜତକୁ ନେଇଥିଲା। ସେବେଠାରୁ ସେ ପ୍ରଶାସନ ଦ୍ୱାରା ଅଟକ ହୋଇ ରହିଛନ୍ତି। ତାଙ୍କୁ ପବ୍ଲିକ ସେଫ୍ଟି ଆକ୍ଟ(ପିଏସଏ) ବଳରେ ଅଟକ ରଖାଯାଇଛି।

ଅଗଷ୍ଟ ୫ରେ ଧାରା ୩୭୦ ଉଚ୍ଛେଦକୁ ବର୍ଷେ ପୂରିବ। ଏହା ପୁର୍ବରୁ ମୁଫତିଙ୍କୁ ଅଟକ ଦଣ୍ଡରୁ ମୁକ୍ତି ମିଳିବ ବୋଲି କୁହାଯାଉଥିଲେ। କିନ୍ତୁ ଆଜି ସରକାର ତାଙ୍କ ଅଟକ ଅବଧିକୁ ଆଉ ୩ ମାସ ବୃଦ୍ଧି କରିଛନ୍ତି। ଏହାପୂର୍ବରୁ ମେ’ ମାସରେ ବି ତାଙ୍କ ଅଟକ ଅବଧିକୁ ବୃଦ୍ଧି କରାଯାଇଥିଲା। ଏବେ ସେ ତାଙ୍କ ଅଫିସିଆଲ ବାସଭବନ ଫେୟାର ଭ୍ୟୁରେ ଗୃହବନ୍ଦୀ ଭାବେ ରହିଛନ୍ତି।

ପ୍ରଥମେ ତାଙ୍କ ନାଁରେ ପିଏସଏ ଲାଗୁ ହୋଇ ନଥିଲା। ବିନା ପିଏସଏରେ ତାଙ୍କୁ ୬ ମାସ ଅଟକ ରଖାଯାଇଥିଲା। ଏହାପରେ ଅର୍ଥାତ ଫେବୃଆରୀ ୫ରେ ତାଙ୍କ ନାଁରେ ପିଏସଏ ଲାଗୁ କରାଯାଇଥିଲା। ତେବେ ସରକାରୀ ଅଟକ କେନ୍ଦ୍ରରେ ବନ୍ଦୀ ଥିବା ମୁଫତିଙ୍କୁ ଏପ୍ରିଲ ୭ରେ କିଛିଟା ଆଶ୍ୱସ୍ତି ମିଳିଥିଲା। ସରକାରୀ ଅଟକ କେନ୍ଦ୍ରରୁ ତାଙ୍କୁ ଫେୟାର ଭ୍ୟୁ ସ୍ଥିତ ବାସଭବନକୁ ନିଆଯାଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos