ପିଏନ୍‌ବି ଦୁର୍ନୀତି: ରଦ୍ଦ ହେବ ଚୋକସିଙ୍କ ଆଣ୍ଟିଗୁଆ ନାଗରିକତ୍ୱ

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଦୁର୍ନୀତିର ମାଷ୍ଟରମାଇଣ୍ଡ ତଥା ଫେରାର ବ୍ୟବସାୟୀ ମେହୁଲ ଚୋକସିଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଭାରତରୁ ଫେରାର ହେବା ପରେ ଚୋକସିଙ୍କ ଆଣ୍ଟିଗୁଆରେ ଆତ୍ମଗୋପନ କରିଥିଲେ। ଏପରି କି ତାଙ୍କୁ ସେଠାରେ ଆଣ୍ଟିଗୁଆ ନାଗରିକତ୍ୱ ମଧ୍ୟ ମିଳିଥିଲା। ହେଲେ ଏବେ ଆଣ୍ଟିଗୁଆ ସରକାର ଚୋକସିଙ୍କ ନାଗରିକତ୍ୱକୁ ଖୁବ୍‌ଶୀଘ୍ର ରଦ୍ଦ କରିବାକୁ ଯାଉଛନ୍ତି। ଯଦି ତାଙ୍କ ନାଗରିକତ୍ୱ ରଦ୍ଦ ହୋଇଯାଏ, ତା’ହେଲେ ଭାରତ ପ୍ରତ୍ୟାବର୍ତ୍ତନ କରିବାରେ ଚୋକିସଙ୍କୁ ଆଉ କେହି ବି ଅଟକାଇ […]

r

Hemant Lenka
  • Published: Tuesday, 25 June 2019
  • , Updated: 25 June 2019, 12:40 PM IST

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାଶନାଲ ବ୍ୟାଙ୍କ ଋଣ ଦୁର୍ନୀତିର ମାଷ୍ଟରମାଇଣ୍ଡ ତଥା ଫେରାର ବ୍ୟବସାୟୀ ମେହୁଲ ଚୋକସିଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଭାରତରୁ ଫେରାର ହେବା ପରେ ଚୋକସିଙ୍କ ଆଣ୍ଟିଗୁଆରେ ଆତ୍ମଗୋପନ କରିଥିଲେ। ଏପରି କି ତାଙ୍କୁ ସେଠାରେ ଆଣ୍ଟିଗୁଆ ନାଗରିକତ୍ୱ ମଧ୍ୟ ମିଳିଥିଲା। ହେଲେ ଏବେ ଆଣ୍ଟିଗୁଆ ସରକାର ଚୋକସିଙ୍କ ନାଗରିକତ୍ୱକୁ ଖୁବ୍‌ଶୀଘ୍ର ରଦ୍ଦ କରିବାକୁ ଯାଉଛନ୍ତି। ଯଦି ତାଙ୍କ ନାଗରିକତ୍ୱ ରଦ୍ଦ ହୋଇଯାଏ, ତା’ହେଲେ ଭାରତ ପ୍ରତ୍ୟାବର୍ତ୍ତନ କରିବାରେ ଚୋକିସଙ୍କୁ ଆଉ କେହି ବି ଅଟକାଇ ପାରିବେ ନାହିଁ।

ଆଣ୍ଟିଗୁଆ ପ୍ରଧାନମନ୍ତ୍ରୀ ଗ୍ୟାଷ୍ଟନ ବ୍ରୋନୋ ହିଁ ଏଭଳି ନାଗରିକତ୍ୱ ରଦ୍ଦ କରିବାକୁ ନିଷ୍ପତ୍ତି ନେଇଥିବା ଜଣାପଡ଼ିଛି। ସେ କହିଛନ୍ତି, “ଚୋକିସ୍‌ଙ୍କୁ ମିଳିଥିବା ଆଣ୍ଟିଗୁଆ ଓ ବରବୁଡ଼ାର ନାଗରିକତ୍ୱକୁ ଖୁବ୍‌ଶୀଘ୍ର ରଦ୍ଦ କରାଯିବ। ଆମ ଦେଶରେ ଅପରାଧୀମାନଙ୍କୁ କୌଣସି ସ୍ଥାନ ମିଳିବ ନାହିଁ। ଅବଶ୍ୟ ଅପରାଧୀଙ୍କ ପାଖରେ ଆଇନଗତ ଲଢ଼େଇ କରିବାକୁ ସୁଯୋଗ ରହିବା ଦରକାର। ତେଣୁ ଚୋକସିଙ୍କ ପାଖରେ କୋର୍ଟ ଯିବାକୁ ଏବେ ବି ସମୟ ରହିଛି। ତଥାପି କୋର୍ଟ ଯଥାଶୀଘ୍ର ଏହି ମାମଲାର ଶୁଣାଣି କରି ଚୋକସିଙ୍କୁ ଭାରତ ପଠାଇବାକୁ ବ୍ୟବସ୍ଥା କରିବା ଦରକାର।”

ଅନ୍ୟପକ୍ଷରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ମୁମ୍ବାଇ ହାଇକୋର୍ଟରେ ସତ୍ୟପାଠ ଦାଖଲ କରାଯାଇଛି। ଯେଉଁଥିରେ ଚୋକିସଙ୍କୁ ଭାରତ ଫେରାଇ ଆଣିବାକୁ ଏହି ତଦନ୍ତକାରୀ ସଂସ୍ଥା ସବୁ ପ୍ରକାରର ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରସ୍ତୁତ ଥିବା ଦର୍ଶାଇଛି। ପିଏନବିରୁ ପ୍ରାୟ ୧୪ ହଜାର କୋଟି ଟଙ୍କାର ଋଣ ନେଇ ଚୋକସି ଓ ହୀରା ବ୍ୟବସାୟୀ ନିରବ ମୋଦି ଫେରାର ହୋଇଯାଇଛନ୍ତି।

Related story