ବଟର ଚିକେନ ପାଇଁ ୩୨ କିମି ଗଲେ, ଆଉ ଲକ୍ଷେ ୨୩ ହଜାର ଫାଇନ ଦେଲେ

ମେଲବର୍ଣ୍ଣ: ଦୁନିଆରେ ଆପଣ ଅଜବ ପ୍ରକାରର ଲୋକ ଦେଖିଥିବେ। କିନ୍ତୁ ନିଜର ଫେଭରାଇଟ ଖାଦ୍ୟ ପାଇଁ ଜଣେ ଆଇନ ଭାଙ୍ଗି ୩୨ କିମି ରାସ୍ତା ଅତିକ୍ରମ କରି ଲକ୍ଷେ ୨୩ ହଜାର ଟଙ୍କା ଜୋରିମାନା ଗଣିବା କଥା କେବେ ଶୁଣି ନଥିବେ। ତେବେ ଅଷ୍ଟ୍ରେଲିଆର ମେଲବର୍ଣ୍ଣରେ ଏଭଳି ଏକ ଘଟଣା ଘଟିଛି। ସାମାନ୍ୟ କିଛି ଟଙ୍କାର ଖାଦ୍ୟ ପାଇଁ  ଜଣେ ବ୍ୟକ୍ତି ମୋଟା ଅଙ୍କର ତଣ୍ଡ ଗଣିଛନ୍ତି।

କରୋନା ଭାଇରସ ପାଇଁ ଏବେ ସବୁ ଦେଶ ଭଳି ଅଷ୍ଟ୍ରେଲିଆରେ ବି ଲକଡାଉନ ଜାରି କରାଯାଇଛି। ଲୋକଙ୍କୁ ବାହାରିବାକୁ ବାରଣ କରାଯାଇଛି। ବିଶେଷ କରି ମେଲବର୍ଣ୍ଣରେ କଟକଣାକୁ ଅଧିକ କଡ଼ାକଡ଼ି କରାଯାଇଛି। ହେଲେ ଜଣେ ବ୍ୟକ୍ତିଙ୍କର ଲକଡାଉନ ବେଳେ ବଟର ଚିକେନ ଖାଇବାକୁ ଇଚ୍ଛା ହୋଇଥିଲା। ଏଥିପାଇଁ ସେ ଲକଡାଉନ କଟକଣାକୁ ଫୁ’ କରି ଦୀର୍ଘ ୩୨ କିମି ବାଟ ଚାଲି ଯାଇଥିଲେ।

ସେ ବଟର ଚିକେନ ଧରି ଫେରିବା ବେଳେ ପୁଲିସ୍‌ ହାବୁଡ଼ରେ ପଡ଼ିଥିଲେ। କଟକଣାକୁ ଉଲ୍ଲଙ୍ଘନ କରିଥିବାରୁ ତାଙ୍କ ନାଁରେ ଅଷ୍ଟ୍ରେଲିଆ ପୁଲିସ୍‌ ୧ ହଜାର ୬୫୨ ଡଲାର ଅର୍ଥାତ ପାଖାପାଖି ୧ଲକ୍ଷ ୨୩ ହଜାର ଟଙ୍କାର ଚାଲାଣ କାଟିଥିଲା। ଫଳରେ ବ୍ୟକ୍ତି ଜଣଙ୍କ ବଟର ଚିକେନ ପାଇଁ ଏତେ ଟଙ୍କାର ଫାଇନ ଦେଇଛନ୍ତି।

ଆହୁରି ପଢ଼ନ୍ତୁ

ଉତ୍ତର ପ୍ରଦେଶ ଗଣଦୁଷ୍କର୍ମ ଓ ହତ୍ୟା ଘଟଣା: ୨୫ ଲକ୍ଷ ଟଙ୍କାର କ୍ଷତି ପୂରଣ ଘୋଷଣା

କୃଷ୍ଣ ଜନ୍ମଭୂମି ମାମଲା: ମସଜିଦ ଉଚ୍ଛେଦ ଆବେଦନ ଖାରଜ, କ’ଣ ଥିଲା ପୂରା ଇତିହାସ ଜାଣନ୍ତୁ

ଦେଶରେ ପ୍ରଥମ: ଏହି ରାଜ୍ୟରେ ୨୫% ଛାଡ଼ ହେଲା ସ୍କୁଲ ଫି’

ଆୟକର ରିଟର୍ଣ୍ଣର ଅବଧି ପୁଣି ବଢ଼ିଲା, ନୂଆ ତାରିଖ ସମ୍ପର୍କରେ ଜାଣନ୍ତୁ

କ୍ରିକେଟର ମହମ୍ମଦ ଶାମିଙ୍କ ପତ୍ନୀଙ୍କ ସୁରକ୍ଷା ସମ୍ପର୍କରେ ପୁଲିସକୁ‌ ଏମିତି ନିର୍ଦ୍ଦେଶ ଦେଲେ କୋର୍ଟ

ୟୁପିରେ ନିର୍ଭୟା ଗଣଦୁଷ୍କର୍ମର ପୁନରାବୃତ୍ତି: ଯୋଗୀଙ୍କ ଇସ୍ତଫା ଦାବି ଜୋର ଧରିଲା

ଲକ୍ଷେ ମୁହାଁ ଦେଶରେ କରୋନା ମୃତ୍ୟୁସଂଖ୍ୟା

ଅର୍ଗାନ ଡୋନେଟ କରିବେ ଅମିତାଭ, କିନ୍ତୁ ଫ୍ୟାନ୍‌ ଉଠାଇଲେ ପ୍ରଶ୍ନ

ହାଥରସ ମାମଲା: ପୀଡ଼ିତା ଦୁଷ୍କର୍ମର ଶିକାର ହୋଇ ନାହାନ୍ତି କହିଲେ ଆଇଜି

ବାବ୍ରି ମସଜିଦ ଭଙ୍ଗା ମାମଲାର ରାୟ ଶୁଣାଇ ଅବସର ନେବେ ଜଷ୍ଟିସ୍ ଏସ.କେ ଯାଦବ

ହାଥରସ ଦୁଷ୍କର୍ମ ମାମଲା, ଯୋଗୀଙ୍କ ସହ କଥା ହେଲେ ମୋଦି

ଜାପାନ ଯିବେ ଜୟଶଙ୍କର, ବଢ଼ିଲା ଚୀନର ଟେନସନ