ନୂଆଦିଲ୍ଲୀ: ଦେଶର ଅଗ୍ରଣୀ ମୋବାଇଲ କମ୍ପାନୀ ଏୟାରେଟଲ ସହିତ ମିଶିବ ଟାଟା ଟେଲିକମ୍ କମ୍ପାନୀ। ଫେବୃଆରୀରେ ଏହି ମିଶ୍ରଣକୁ ଅନୁମତି ମିଳିବ। ଏୟାରଟେଲ ସହିତ ଟାଟା ଟେଲିକମର ମିଶ୍ରଣକୁ କେନ୍ଦ୍ରର ଟେଲିକମ ବିଭାଗ ଅନୁମୋଦନ ଦେଇଥିବା ସୂଚନା ରହିଛି। ଟାଟା ଟେଲିକମ ଏୟାରଟେଲ ସହିତ ବିଲୟ ହେବା ମାମଲାକୁ ନେଇ କୋର୍ଟ ଖାରଜ କରିଥିଲେ। ହେଲେ ଏହାକୁ ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରାଯିବ କି ନାହିଁ ନିଷ୍ପତ୍ତି ନେଇନାହିଁ। ଦୁଇ କମ୍ପାନୀ ମଧ୍ୟରେ ଆର୍ଥିକ ନେଣଦେଣ ନେଇ ଚୁକ୍ତି ପରେ ଦୁଇ କମ୍ପାନୀ ମଧ୍ୟରେ ବିଲୟ ପାଇଁ ଟିଡିସାଟ ଅନୁମତି ଦେଇଥିଲା।
ସରକାରଙ୍କ ତରଫରୁ ଏହି ଡିଲ ନେଇ ଚୂଡ଼ାନ୍ତ ଅନୁମତି ଆସିବା ପରେ ଏୟାରଟେଲରେ ୧୭୮.୫ ଏମଏଚଜେଡ୍ ସ୍ପେକଟ୍ରମ ପାଇବ। ଏହି ସ୍ପେକଟ୍ରମରେ ୧୮୦୦ ଏମଏଚଜେଡ୍, ୨୧୦୦ ଏମଏଚଜେଡ ଏବଂ ୮୫୦ ଏମଏଚଜେଡ କ୍ଷମତା ସମ୍ପନ୍ନ ନେଟଓ୍ୱର୍କ ରହିଛି। ଯାହାକି ୪ଜି ନେଟଓ୍ୱର୍କ ଅପରେଟିଂରେ ରହିଥାଏ।
ଏହାବାଦ୍ ଟାଟା ଟେଲିକମର ଗ୍ରାହକମାନେ ଏୟାରଟେଲ ନେଟ୍ୱଓ୍ୱର୍କର ସୁବିଧା ପାଇବେ। ଏଥିସହିତ ଏୟାରଟେଲର ତାରିଫ ପ୍ୟାକ୍ ଏବଂ ଅନ୍ୟାନ୍ୟ ସେବା ଏୟାରଟେଲ ଯୋଗାଇଦେବେ।
ସୂଚନାଯୋଗ୍ୟ, ଏହି ଦୁଇ କମ୍ପାନୀ ମଧ୍ୟରେ ବିଲୟ ପାଇଁ ଟେଲିକମ ଟ୍ରିବ୍ୟୁନାଲ ଗତବର୍ଷ ନଭେମ୍ୱରରେ ଅର୍ଡର ଦେଇଥିଲେ। ଏହାପରେ ଟ୍ରିବ୍ୟୁନାଲଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରି ସୁପ୍ରିମକୋର୍ଟ ଯାଇଥିଲା ଟେଲକମ ବିଭାଗ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।