ଏବେ ଥିବା କରୋନା କଟକଣା ଜାନୁଆରୀ ୩୧ ଯାଏ ବଢ଼ିଲା

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲାଗୁ କରିଥିବା କଟକଣାକୁ ୨୦୨୧ ଜାନୁଆରୀ ୩୧ ଯାଏ ବୃଦ୍ଧି କରିଛନ୍ତି। ଏହାର ଅର୍ଥ ବର୍ତ୍ତମାନ ଦେଶରେ କରୋନା ପାଇଁ ଲାଗୁ ହୋଇଥିବା କଟକଣା ଜାନୁଆରୀ ୩୧ ଯାଏ ବଳବତ୍ତର ରହିବ। କେନ୍ଦ୍ର ସରକାର ନୂଆ କଟକଣା ଲାଗୁ କରି ନଥିଲେ ହେଁ ବ୍ରିଟେନ ଫେରନ୍ତାଙ୍କ ପ୍ରତି ସତର୍କ ରହିବାକୁ କହିଛନ୍ତି। ବ୍ରିଟେନରେ ଦେଖାଯାଉଥିବା ନୂଆ ଷ୍ଟ୍ରେନ୍‌ ଏଯାଏ ଭାରତରେ ମିଳିନାହିଁ ସତ, କିନ୍ତୁ […]

g

g

Hemant Lenka
  • Published: Monday, 28 December 2020
  • Updated: 28 December 2020, 08:23 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ଲାଗୁ କରିଥିବା କଟକଣାକୁ ୨୦୨୧ ଜାନୁଆରୀ ୩୧ ଯାଏ ବୃଦ୍ଧି କରିଛନ୍ତି। ଏହାର ଅର୍ଥ ବର୍ତ୍ତମାନ ଦେଶରେ କରୋନା ପାଇଁ ଲାଗୁ ହୋଇଥିବା କଟକଣା ଜାନୁଆରୀ ୩୧ ଯାଏ ବଳବତ୍ତର ରହିବ।

କେନ୍ଦ୍ର ସରକାର ନୂଆ କଟକଣା ଲାଗୁ କରି ନଥିଲେ ହେଁ ବ୍ରିଟେନ ଫେରନ୍ତାଙ୍କ ପ୍ରତି ସତର୍କ ରହିବାକୁ କହିଛନ୍ତି। ବ୍ରିଟେନରେ ଦେଖାଯାଉଥିବା ନୂଆ ଷ୍ଟ୍ରେନ୍‌ ଏଯାଏ ଭାରତରେ ମିଳିନାହିଁ ସତ, କିନ୍ତୁ ଆଗକୁ ବିପଦ ଥିବାରୁ ସରକାର ସମସ୍ତଙ୍କୁ ଏଥିପ୍ରତି ଅଧିକ ଯତ୍ନବାନ ହେବାକୁ ପରାମର୍ଶ ଦେଇଛନ୍ତି।

ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଆକ୍ଟିଭ କେସ୍‌ କ୍ରମାଗତ ହ୍ରାସ ପାଉଥିଲେ ହେଁ ସର୍ଭେଲାନ୍ସ, କଣ୍ଟେନମେଣ୍ଟ ଓ କସନ ଜରୁରୀ। ବିଶ୍ୱରେ କରୋନା ସଂକ୍ରମଣ ଦ୍ରୁତଗତିରେ ବଢ଼ୁଛି। ଏଥିସହ ବ୍ରିଟେନରେ କରୋନାର ନୂଆ ଷ୍ଟ୍ରେନ ଠାବ ହୋଇଛି। ତେଣୁ ଆମ ସମସ୍ତଙ୍କୁ ଏଥିପ୍ରତି ସତର୍କ ରହିବାକୁ ପଡ଼ିବ।

ପୂର୍ବରୁ ଜାରି ହୋଇଥିବା ଗାଇଡଲାଇନଗୁଡ଼ିକୁ କଡ଼ାକଡ଼ି ପାଳନ କରାଯିବ। କଣ୍ଟେନମେଣ୍ଟ ଜୋନ୍‌ରେ ଲକଡାଉନ ପୂର୍ବଭଳି ଜାରି ରହିବ। ଏଠାରେ ଜରୁରୀ ସେବା ବ୍ୟତୀତ ଅଣ ଅତ୍ୟାବଶ୍ୟକ ସେବା ସଂପୂର୍ଣ୍ଣ ଭାବେ ବାରଣ କରାଯିବ। ରାଜ୍ୟ ସରକାରମାନେ କେନ୍ଦ୍ରର ବିନା ଅନୁମତିରେ ଲକଡାଉନ କିମ୍ବା ଶଟଡାଉନ କରିପାରିବେ ନାହିଁ। କିନ୍ତୁ ସ୍ଥାନୀୟ ପ୍ରଶାସନ କରୋନା ସ୍ଥିତିକୁ ଦୃଷ୍ଟିରେ ରଖି ନାଇଟ କର୍ଫ୍ୟୁ ଲାଗୁ କରିପାରିବେ।

ପୂର୍ବ ଗାଇଡ ବଳବତ୍ତର ରହିଥିବାରୁ ଜାନୁଆରୀ ୩୧ ଯାଏ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ ରହିବ। କେବଳ ସ୍ୱତନ୍ତ୍ର ଅନୁମତି କ୍ରମେ ବିଦେଶକୁ ବିମାନ ଉଡ଼ି ପାରିବ। ସେହିପରି ୨୦୨୧ର ଜାନୁଆରୀ ମାସରେ ବି ୫୦ ପ୍ରତିଶତ ଦର୍ଶକଙ୍କୁ ନେଇ ଚାଲି ପାରିବ ସିନେମା ହଲ୍, ଥିଏଟର। କ୍ରୀଡ଼ାବିତଙ୍କ ପାଇଁ ସୁଇମିଂ ପୁଲ୍ ଖୋଲା ରଖିବାକୁ ବି ଅନୁମତି ରହିଛି।

ବ୍ୟବସାୟିକ ଉଦ୍ଦେଶ୍ୟରେ ପ୍ରଦର୍ଶନୀ ହଲ୍ ଖୋଲାଯିବାକୁ ଅନୁମତି ମିଳିଛି। ସେହିପରି ସାମାଜିକ, କ୍ରୀଡ଼ା, ମନୋରଂଜନ, ଶୈକ୍ଷିକ କାର୍ଯ୍ୟକୁ ସର୍ତ୍ତମୂଳକ ଅନୁମତି ମିଳିଛି।

କଣ୍ଟେନମେଣ୍ଟ ଜୋନ ବାହାରେ ସମସ୍ତ କାର୍ଯ୍ୟକଳାପ ଅନୁମତି, ଜୋନ୍ ଭିତରେ ଅତ୍ୟାବଶ୍ୟକ କାମ ଛଡ଼ା ଆଉ କୌଣସି କାମକୁ ଅନୁମତି ନାହିଁ। ସାମାଜିକ / ଧାର୍ମିକ / କ୍ରୀଡା / ମନୋରଞ୍ଜନ / ଶିକ୍ଷାଗତ / ସାଂସ୍କୃତିକ / ଧାର୍ମିକ ସମାବେଶ ସର୍ବାଧିକ ୫୦ ପ୍ରତିଶତ ଲୋକଙ୍କୁ ନେଇ ଚାଲିବ। ଆନ୍ତଃ ରାଜ୍ୟ ଏବଂ ଅନ୍ତଃ ରାଜ୍ୟ ମଧ୍ୟରେ ଯାତାୟତ ନେଇ କୌଣସି ପ୍ରତିବନ୍ଧକ ନାହିଁ। ୬୫ ବର୍ଷରୁ ଅଧିକ ବୟସ୍କ ବ୍ୟକ୍ତି, ଅସୁସ୍ଥ ଥିବା ବ୍ୟକ୍ତି, ଗର୍ଭବତୀ ଓ ୧୦ ବର୍ଷରୁ କମ୍ ପିଲାମାନେ ଆବଶ୍ୟକ ନଥିଲେ ଘରୁ ନବାହାରିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଫେସ୍ ମାସ୍କ ପିନ୍ଧିବା, ହାତ ସଫା କରିବା ଏବଂ ସାମାଜିକ ଦୂରତା ରକ୍ଷା କରିବାକୁ କୁହାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story