ମାଇକ୍ରୋସଫ୍ଟର ସହ ପ୍ରତିଷ୍ଠାତା ପୋଲ୍‌ ଏଲେନ୍‌ଙ୍କ ଦେହାନ୍ତ

ନୂଆଦିଲ୍ଲୀ: ବିଶ୍ୱର ପ୍ରତିଷ୍ଠିତ ସଫ୍ଟୱେୟର କଂପାନୀ ‘ମାଇକ୍ରୋସଫ୍ଟ’ର ସହ ପ୍ରତିଷ୍ଠାତା ପଲ୍‌ ଆ ଲେନ୍‌ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ହେବ କ୍ୟାନସର୍‌ରେ ପୀଡ଼ିତ ଥିଲେ। ସେ ତାଙ୍କ ବନ୍ଧୁ ବିଲ୍‌ ଗେଟସ୍‌ଙ୍କ ସହ ମିଶି ମାଇକ୍ରୋସଫ୍ଟ ପ୍ରତିଷ୍ଠା କରିଥିଲେ। ୨୦୧୦ ମସିହାରେ ୧୨.୭ ବିଲିୟନ୍‌ ଆମେରିକୀୟ ଡଲାରର ମାଲିକ ହୋଇ ସେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଥିଲେ। ଫୋବର୍ସ ପତ୍ରିକା ଅନୁସାରେ […]

microsoft

Jitendra Garnayak
  • Published: Tuesday, 16 October 2018
  • , Updated: 16 October 2018, 10:30 AM IST

ନୂଆଦିଲ୍ଲୀ: ବିଶ୍ୱର ପ୍ରତିଷ୍ଠିତ ସଫ୍ଟୱେୟର କଂପାନୀ ‘ମାଇକ୍ରୋସଫ୍ଟ’ର ସହ ପ୍ରତିଷ୍ଠାତା ପଲ୍‌ ଆ ଲେନ୍‌ଙ୍କ ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୬୫ ବର୍ଷ ହୋଇଥିଲା। ସେ ଦୀର୍ଘ ଦିନ ହେବ କ୍ୟାନସର୍‌ରେ ପୀଡ଼ିତ ଥିଲେ।

ସେ ତାଙ୍କ ବନ୍ଧୁ ବିଲ୍‌ ଗେଟସ୍‌ଙ୍କ ସହ ମିଶି ମାଇକ୍ରୋସଫ୍ଟ ପ୍ରତିଷ୍ଠା କରିଥିଲେ। ୨୦୧୦ ମସିହାରେ ୧୨.୭ ବିଲିୟନ୍‌ ଆମେରିକୀୟ ଡଲାରର ମାଲିକ ହୋଇ ସେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିଙ୍କ ତାଲିକାରେ ସ୍ଥାନ ପାଇଥିଲେ। ଫୋବର୍ସ ପତ୍ରିକା ଅନୁସାରେ ତାଙ୍କ ସମ୍ପତ୍ତିର ମୂଲ୍ୟ ୨୦.୩୦ ବିଲିୟନ୍ ଡଲାର ଥିଲା। ସେ ବ୍ୟବସାୟ ସହିତ କ୍ରୀଡ଼ା କ୍ଷେତ୍ରରେ ବି ବହୁତ ସକ୍ରିୟ ଥିଲେ।

୧୯୮୩ ମସିହାରୁ ଆଲେନ୍‌ କ୍ୟାନସରରେ ପୀଡ଼ିତ ହୋଇ ଚିକିତ୍ସାଧୀନ ଥିଲେ। ଅସୁସ୍ଥତା କାରଣରୁ ସେ କମ୍ପାନୀ ଠାରୁ ଦୂରେଇ ରହୁଥିଲେ। ୨୦୦୦ ମସିହା ନଭେମ୍ୱରରେ ସେ ଆନୁଷ୍ଠାନିକ ଭାବେ ତାଙ୍କ ପଦବୀରୁ ଇସ୍ତଫା ଦେଇଥିଲେ। ହେଲେ କମ୍ପାନୀର କର୍ମଚାରୀଙ୍କୁ ପରାମର୍ଶ ଦେବାଙ୍କୁ ତାଙ୍କୁ କୁହାଯାଇଥିଲା।

Related story