କଲେଜ ପିଲାଙ୍କୁ ବି ମିଳିବ ମଧ୍ୟାହ୍ନ ଭୋଜନ

ହାଇଦ୍ରାବାଦ: ସ୍କୁଲ ଭଳି କଲେଜ୍‌ ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ। ଯୁକ୍ତ ଦୁଇ ଓ ଡିଗ୍ରୀ କଲେଜ୍ ଛାତ୍ରଛାତ୍ରୀଙ୍କ ପାଇଁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରିବାକୁ ନିଷ୍ପତ୍ତି ନେଇଛନ୍ତି ତେଲେଙ୍ଗାନା ସରକାର। ଚଳିତ ଶିକ୍ଷା ବର୍ଷରୁ ଏହି ବ୍ୟବସ୍ଥା ଲାଗୁ କରିବାକୁ ନିଷ୍ପତ୍ତି ହୋଇଛି। ସରକାରୀ କଲେଜ୍‌ଗୁଡ଼ିକରେ ଡ୍ରପ୍‌ଆଉଟ୍‌ ହାର ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହାକୁ ହ୍ରାସ କରିବା ପାଇଁ ଏଭଳି ଅଭିନବ ନିଷ୍ପତ୍ତି ନିଆଯାଇଥିବା ମୁଖ୍ୟମନ୍ତ୍ରୀ କେ. ଚନ୍ଦ୍ରଶେଖର ରାଓ କହିଛନ୍ତି।

ଯେଉଁ ଛାତ୍ରାଛାତ୍ରୀମାନେ ସକାଳେ କଲେଜ୍‌ ଆସୁଛନ୍ତି ସେମାନେ ମଧ୍ୟାହ୍ନରେ ଘରକୁ ଫେରିଯାଉଛନ୍ତି। ଫଳରେ ସରକାରୀ କଲେଜ୍‌ ଗୁଡ଼ିକରେ ଡ୍ରପ୍‌ଆଉଟ୍ ହାର ବୃଦ୍ଧି ପାଉଛି ବୋଲି ସେ କହିଛନ୍ତି। ଯଦି ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ପୁଷ୍ଟିକର ଖାଦ୍ୟ ମିଳିବ ତେବେ ସେମାନେ ସୁସ୍ଥ ରହିବେ ଓ ଡ୍ରପ୍‌ଆଉଟ୍ ହାର ବି କମିବ ବୋଲି ସରକାର ଆଶା ରଖିଛନ୍ତି।

ତେଲେଙ୍ଗାନାର ଜଦ୍‌ଚେର୍ଲାରେ ରଘୁରାମ ନାମକ ଜଣେ ସରକାରୀ ଅଧ୍ୟାପକ ନିଜେ ଖର୍ଚ୍ଚ କରି ଜୁନିଅର କଲେଜ୍‌ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଉଥିବା ଖବର ପ୍ରକାଶ ପାଇଥିଲା। ଏହା ସରକାର ଜାଣିବା ପରେ ତାଙ୍କୁ ପ୍ରଶଂସା କରିବା ସହିତ ଜୁନିଅର ଓ ଡିଗ୍ରୀ କଲେଜ୍ ପିଲାଙ୍କୁ ମଧ୍ୟାହ୍ନ ଭୋଜନ ଯୋଗାଇ ଦେବାକୁ ନିଷ୍ପତ୍ତି ନେଇଛନ୍ତି।

ଆହୁରି ପଢ଼ନ୍ତୁ

ସୁରକ୍ଷାକର୍ମୀଙ୍କ ଗୁଳିରେ ୨ ଆତଙ୍କୀ ସଫା, ଯବାନ ଆହତ

ସଞ୍ଜୟ ରାଉତ-ଫଡନାଭିସ ଆଲୋଚନାର ଇଫେକ୍ଟ: ଉଦ୍ଧବ ଓ ଶରଦ ପାୱାରଙ୍କ ରୁଦ୍ଧଦ୍ୱାର ବୈଠକ

କୋଇଲା ଖଣିରେ ଭୟଙ୍କର ଦୁର୍ଘଟଣା: ୧୬ ମୃତ

ନାବାଳିକା ଭଉଣୀକୁ ୮ ବର୍ଷ ଧରି ଦୁଷ୍କର୍ମ କରୁଥିଲା ଭାଇ, ଆଉ ମା’…

ଆତଙ୍କୀ କାର୍ଯ୍ୟକଳାପର କେନ୍ଦ୍ରସ୍ଥଳ ପାଲଟିଛି ବେଙ୍ଗାଲୁରୁ: ବିଜେପି ସାଂସଦ

ପାୟଲଙ୍କ ଚେତାବନୀ: ଅନୁରାଗଙ୍କୁ ଗିରଫ ନ କଲେ…

ଦୁବାଇ ଓ ବ୍ରିଟେନରୁ ଆସିଥିବା ଲୋକଙ୍କ ପାଇଁ ଭାରତରେ ବଢ଼ିଥିଲା କରୋନା!

ନୀତୀଶ କୁମାରଙ୍କ ଦଳରେ ମିଶିଲେ ଗୁପ୍ତେଶ୍ୱର ପାଣ୍ଡେ

ଚୋରା ଚାଲାଣର ପର୍ଦ୍ଦାଫାସ: ୩ କୋଟି ଟଙ୍କାର ହାତ ଘଣ୍ଟା ଜବତ

ରବି କିଶନଙ୍କୁ ମିଳୁଛି ହତ୍ୟା ଧମକ!

ଉମା ଭାରତୀ କରୋନାରେ ଆକ୍ରାନ୍ତ

ଦିନକରେ ୮୮,୬୦୦ ଆକ୍ରାନ୍ତ, ୯୨ ହଜାର ସୁସ୍ଥ