ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ମନାକଲେ ପେନ୍ସ, ଆଜି ଭୋଟିଂ

ୱାଶିଂଟନ: କାର୍ଯ୍ୟକାଳ ସରିବା ପୂର୍ବରୁ ମହାଭିଯୋଗ ପ୍ରସ୍ତାବର ସମ୍ମୁଖୀନ ହୋଇଥିବା ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ତାଙ୍କୁ ସମ୍ବିଧାନର ୨୫ତମ ସଂଶୋଧନ ଅନୁଯାୟୀ ଅଯୋଗ୍ୟ ଘୋଷଣା କରିବା ଯେଉଁ ଦାବି ହେଉଥିଲା ଓ ପ୍ରସ୍ତାବ ଆଗତ କରାଯାଇଥିଲା, ଏହାକୁ ଉପରାଷ୍ଟ୍ରପତି ମାଇକ ପେନ୍ସ ଅଗ୍ରାହ୍ୟ କରି ଦେଇଛନ୍ତି। ତେବେ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଉପରେ ଆମେରିକା ସଂସଦରେ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଆମେରିକା ପ୍ରତିନିଧି ସଭାର […]

t

t

Hemant Lenka
  • Published: Wednesday, 13 January 2021
  • Updated: 13 January 2021, 02:20 PM IST

Sports

Latest News

ୱାଶିଂଟନ: କାର୍ଯ୍ୟକାଳ ସରିବା ପୂର୍ବରୁ ମହାଭିଯୋଗ ପ୍ରସ୍ତାବର ସମ୍ମୁଖୀନ ହୋଇଥିବା ଆମେରିକାର ବିଦାୟୀ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ତାଙ୍କୁ ସମ୍ବିଧାନର ୨୫ତମ ସଂଶୋଧନ ଅନୁଯାୟୀ ଅଯୋଗ୍ୟ ଘୋଷଣା କରିବା ଯେଉଁ ଦାବି ହେଉଥିଲା ଓ ପ୍ରସ୍ତାବ ଆଗତ କରାଯାଇଥିଲା, ଏହାକୁ ଉପରାଷ୍ଟ୍ରପତି ମାଇକ ପେନ୍ସ ଅଗ୍ରାହ୍ୟ କରି ଦେଇଛନ୍ତି।

ତେବେ ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଉପରେ ଆମେରିକା ସଂସଦରେ କରାଯିବ ବୋଲି ସେ ପ୍ରତିଶ୍ରୁତି ଦେଇଛନ୍ତି। ଆମେରିକା ପ୍ରତିନିଧି ସଭାର ବାଚସ୍ପତି ନାନ୍ସି ପେଲୋସିଙ୍କୁ ଚିଠି ଲେଖି ପେନ୍ସ କହିଛନ୍ତି, ଆଉ ୮ ଦିନ ପରେ ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ଶେଷ ହେବ। ଆପଣ ଓ ଡେମୋକ୍ରାଟିକ ନେତାମାନେ କ୍ୟାବିନେଟ ଏବଂ ମୁଁ ସମ୍ବିଧାନର ୨୫ତମ ସଂଶୋଧନକୁ ବ୍ୟବହାର କରି ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷଣା କରୁ ବୋଲି ଦାବି କରୁଛନ୍ତି।

ତେବେ ଏଭଳି ପଦକ୍ଷେପ ଆମ ଦେଶର ସ୍ୱାର୍ଥ ପାଇଁ ଗୋଟିଏ ଭଲ ଉଦାହରଣ ସୃଷ୍ଟି କରିବ ବୋଲି ମୁଁ ଭାବୁନାହିଁ। ଆମ ସମ୍ବିଧାନକୁ ମଧ୍ୟ ଏହି ପଦକ୍ଷେପ ନିଶ୍ଚିତ କୁଠାରାଘାତ କରିବ। ସମ୍ବିଧାନର ୨୫ତମ ସଂଶୋଧନକୁ କେବଳ ଜଣେ ଅଯୋଗ୍ୟ କିମ୍ବା ରାଷ୍ଟ୍ରପତି ଭାବେ କାମ କରିବାକୁ ଇଚ୍ଛା ନଥିବା ବ୍ୟକ୍ତିଙ୍କ କ୍ଷେତ୍ରରେ ଲାଗୁ କରାଯାଏ। ଏହାକୁ ଦଣ୍ଡ ଭାବେ ଲାଗୁ କରିବା ଠିକ ହେବ ନାହିଁ ବୋଲି ସେ କହିଛନ୍ତି।

ତେବେ ବୁଧବାର ଟ୍ରମ୍ପଙ୍କ ବିରୋଧରେ ଆସିଥିବା ମହାଭିଯୋଗ ପ୍ରସ୍ତାବ ଉପରେ ଭୋଟିଂ ହେବ ବୋଲି ସେ କହିଛନ୍ତି। ଗତ ବୁଧବାର ଆମେରିକାର କ୍ୟାପିଟୋଲ ବିଲଡିଂରେ ଟ୍ରମ୍ପଙ୍କ ସମର୍ଥକମାନେ ଧସେଇ ପଶି ବ୍ୟାପକ ହିଂସାକାଣ୍ଡ ଘଟାଇଥିଲେ। ଏଥିପାଇଁ ବାଇଡେନଙ୍କ ଡେମୋକ୍ରାଟ ଦଳ ଟ୍ରମ୍ପଙ୍କୁ ରାଷ୍ଟ୍ରପତି ପଦରୁ ହଟାଇବାକୁ ମହାଭିଯୋଗ ପ୍ରସ୍ତାବ ଆଗତ କରିଛି।

ଏହା ଉପରେ ନିଷ୍ପତ୍ତି ଆଜି ନିଆଯିବ। ତେବେ ଏହା ପୂର୍ବରୁ ସମ୍ବିଧାନର ୨୫ତମ ସଂଶୋଧନ ବଳରେ ରାଷ୍ଟ୍ରପତିଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ ପ୍ରସ୍ତାବ ଆଗତ ହୋଇଥିଲା। ଏହାକୁ ଟ୍ରମ୍ପଙ୍କ ରିପବ୍ଲିକାନ ପାର୍ଟି ଅଟକାଇ ଦେବାରୁ ଡେମୋକ୍ରାଟିକ ପାର୍ଟି ମହାଭିଯୋଗ ପ୍ରସ୍ତାବ ଆଗତ କରିଥିଲା।

ପ୍ରତିନିଧି ସଭାର ବାଚସ୍ପତି ନାନ୍ସି ପେଲୋସି ଉପ ରାଷ୍ଟ୍ରପତି ମାଇକ ପେନ୍ସଙ୍କୁ ସମ୍ବିଧାନର ୨୫ତମ ସଂଶୋଧନ ବଳରେ ଟ୍ରମ୍ପଙ୍କୁ ଅଯୋଗ୍ୟ ଘୋଷଣା କରିବାକୁ କହିଥିଲେ। ଏହାଦ୍ୱାରା ଟ୍ରମ୍ପ ଆଉ ରାଷ୍ଟ୍ରପତି ରହିପାରିବେ ନାହିଁ ଓ ପେନ୍ସ ତାଙ୍କ କାର୍ଯ୍ୟକାଳ ଶେଷ ହେବା ଯାଏ କାମଚଳା ରାଷ୍ଟ୍ରପତି ଭାବେ ଦାୟିତ୍ୱ ନେଇଥାଆନ୍ତେ। ଜୋ ବାଇଡେନ ୨୦ରେ ଶପଥ ଗ୍ରହଣ କରିବା ପରେ ପେନ୍ସ ତାଙ୍କୁ କ୍ଷମତା ହସ୍ତାନ୍ତର କରି ରାଷ୍ଟ୍ରପତି ପଦରୁ ବିଦାୟ ନେବାର ବ୍ୟବସ୍ଥା ହୋଇଥାଆନ୍ତା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story