ହୋମ କ୍ୱାରେଣ୍ଟାଇନ୍‌ରେ ମିମି ଚକ୍ରବର୍ତ୍ତୀ

କୋଲକାତା: ବେଙ୍ଗଲୀ ଅଭିନେତ୍ରୀରୁ ଟିଏମସି ସାଂସଦ ହୋଇଥିବା ମିମି ଚକ୍ରବର୍ତ୍ତୀଙ୍କୁ ମଧ୍ୟ କରୋନା ଭାଇରସ ଭୟ ଘାରିଛି। ଏଥିପାଇଁ ମିମିଙ୍କୁ ୧୪ ଦିନ ପାଇଁ ହୋମ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ନିଷ୍ପତ୍ତି ହୋଇଛି। ସାରା ବିଶ୍ୱକୁ ଗ୍ରାସ କରିଥିବା କରୋନା ଏବେ ୮ ହଜାରରୁ ଅଧିକ ମୁଣ୍ଡ ନେଇ ସାରିଲାଣି। ଏସବୁ ଭିତରେ ମିମି ଲଣ୍ଡନ ଗସ୍ତ କରିଥିଲେ। ଆଜି ସେ ଲଣ୍ଡନରୁ ଫେରିଛନ୍ତି। ବ୍ରିଟେନରେ କରୋନା ତା’ର ଉପସ୍ଥିତି ଜାହାରି କରିଛି। ଏଠାରେ ୭୦ରୁ ଅଧିକ ଲୋକ […]

w

w

Hemant Lenka
  • Published: Wednesday, 18 March 2020
  • Updated: 18 March 2020, 09:14 PM IST

Sports

Latest News

କୋଲକାତା: ବେଙ୍ଗଲୀ ଅଭିନେତ୍ରୀରୁ ଟିଏମସି ସାଂସଦ ହୋଇଥିବା ମିମି ଚକ୍ରବର୍ତ୍ତୀଙ୍କୁ ମଧ୍ୟ କରୋନା ଭାଇରସ ଭୟ ଘାରିଛି। ଏଥିପାଇଁ ମିମିଙ୍କୁ ୧୪ ଦିନ ପାଇଁ ହୋମ କ୍ୱାରେଣ୍ଟାଇନ୍‌ରେ ରଖିବାକୁ ନିଷ୍ପତ୍ତି ହୋଇଛି। ସାରା ବିଶ୍ୱକୁ ଗ୍ରାସ କରିଥିବା କରୋନା ଏବେ ୮ ହଜାରରୁ ଅଧିକ ମୁଣ୍ଡ ନେଇ ସାରିଲାଣି। ଏସବୁ ଭିତରେ ମିମି ଲଣ୍ଡନ ଗସ୍ତ କରିଥିଲେ।

ଆଜି ସେ ଲଣ୍ଡନରୁ ଫେରିଛନ୍ତି। ବ୍ରିଟେନରେ କରୋନା ତା’ର ଉପସ୍ଥିତି ଜାହାରି କରିଛି। ଏଠାରେ ୭୦ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ତେଣୁ ମିମି ଲଣ୍ଡନରୁ ଫେରିଥିବାରୁ ସେ ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଆଶଙ୍କା ରହିଛି। ଏହି କାରଣରୁ ସେ ୧୪ ଦିନ ପାଇଁ ହୋମ କ୍ୱାରେଣ୍ଟାଇନ୍‌ରେ ରହିବେ।

ଲଣ୍ଡନରୁ ଫେରିବା ପରେ ଏୟାରପୋର୍ଟରେ ତାଙ୍କର ଥର୍ମାଲ ସ୍କ୍ରିନିଂ କରାଯାଇଥିଲା। ହେଲେ ସେ ସୁସ୍ଥ ଥିବା ଜଣାପଡ଼ିଛି। ତଥାପି ସଚେତନା ସ୍ୱରୂପ ସେ ୧୪ ଦିନ ପାଇଁ ଏକାକୀ ଗୋଟିଏ ରୁମରେ ରହିବେ। ଏନେଇ ମିମିଙ୍କ ପ୍ରେସ ସେକ୍ରେଟାରୀ ଅନିରବାଣ ଭଟ୍ଟଚାର୍ଯ୍ୟ ସୂଚନା ଦେଇଛନ୍ତି।

ସେ କହିଛନ୍ତି, ଏହି କ୍ୱାରେଣ୍ଟାଇନ ପିରିୟଡରେ ଯଦି ମିମିଙ୍କ ଶରୀର ଖରାପ ହୁଏ, ତା’ହେଲେ ସେ ନିଶ୍ଚିତ ପୁଣିଥରେ କରୋନା ଭାଇରସ ପରୀକ୍ଷା କରିବେ। ଏହି ସମୟରେ ମିମି ତାଙ୍କ ବାପା ମା’ଙ୍କୁ ମଧ୍ୟ ସାକ୍ଷାତ କରିବେ ନାହିଁ। ସେ ଲଣ୍ଡନରେ ଫିଲ୍ମ ଶୁଟିଂ ପାଇଁ ଯାଇଥିଲେ। କରୋନା ଭାଇରସ ବ୍ରିଟେନରେ ବ୍ୟାପିବା ଦିନ ଠାରୁ ମିମି ନିୟମିତ ମାସ୍କ ବ୍ୟବହାର କରିବା ସହ ସାନିଟାଇଜରରେ ସଫା ସୁତର ହେଉଥିଲେ। ସେ ବ୍ରିଟେନରୁ ଦୁବାଇ ଦେଇ ଭାରତ ଫେରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos