‘ସରକାରୀ ସ୍କୁଲରେ ପଢ଼ିଥିବା ପିଲାଙ୍କୁ କେବଳ ସରକାରୀ ଚାକିରୀ‘

ରାଞ୍ଚି : ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ଝାରଖଣ୍ଡର ଶିକ୍ଷା ମନ୍ତ୍ରୀ ଜଗରନାଥ ମହତୋ। ମନ୍ତ୍ରୀ ଶ୍ରୀ ମହତୋ କହିଛିନ୍ତି ଯେ କେବଳ ସରକାରୀ ସ୍କୁଲରେ ପଢ଼ୁଥିବା ଛାତ୍ରଛାତ୍ରୀଙ୍କୁ ହିଁ ସରକାରୀ ଚାକିରୀ ମିଳିବ। ରାଜ୍ୟ ସରକାର ଏ ଦିଗରେ ବାଚାରବିମର୍ଶ କରୁଥିବା ସେ ସୂଚନା ଦେଇଛନ୍ତି।

ସେ କହିଛନ୍ତି ଯେ ଏବେ ଶିକ୍ଷକମାନଙ୍କୁ ଶିକ୍ଷକତା ବ୍ୟତୀତ ଆଉ କୌଣସି ଭିନ୍ନ କାର୍ଯ୍ୟ କରିବାକୁ ଦିଆଯିବ ନାହିଁ। ସେହିପରି ଅନ୍ୟ କାର୍ଯ୍ୟ କରୁଥିବା ଶିକ୍ଷକଙ୍କୁ ଏଥିରୁ ବିରତ କରାଯିବ। ଏହାଦ୍ୱାରା ଶିକ୍ଷକମାନେ ସମ୍ପୂର୍ଣ୍ଣ ଭାବେ ଶିକ୍ଷା ପ୍ରତି ଧ୍ୟାନ ଦେଇପାରିବେ। ସେହିପରି ପିଲାମାନଙ୍କୁ ଗୁରୁତ୍ୱର ସହ ଶିକ୍ଷାଦାନ କରିପାରିବେ ବୋଲି ସେ କହିଛନ୍ତି।

ତେବେ ଶିକ୍ଷାମନ୍ତ୍ରୀଙ୍କ ଏହି ବୟାନକୁ ବିପକ୍ଷ ତ ବିପକ୍ଷ ଖୋଦ୍ ମେଣ୍ଟ ସରକାରରେ ଥିବା ମନ୍ତ୍ରୀମାନେ ମଧ୍ୟ ବିରୋଧ କରିଛନ୍ତି। ମନ୍ତ୍ରୀ ଜଗରନାଥଙ୍କର ଏହି ବୟାନକୁ ନେଇ ଝରଖଣ୍ଡ ରାଜନୀତିରେ ହଙ୍ଗାମା ସୃଷ୍ଟି ହୋଇଛି। କଂଗ୍ରେସରେ ଥାଇ ବି ଜେଏମଏମ ସରକାରରେ ରାଜସ୍ୱ ମନ୍ତ୍ରୀ ହୋଇଥିବା ରାମେଶ୍ୱର ଉରାଂବ କହିଛନ୍ତି, ଶିକ୍ଷାମନ୍ତ୍ରୀ ଦେଇଥିବା ବୟାନ ସମ୍ପୂର୍ଣ୍ଣ ରୂପେ ଅସମ୍ୱିଧାନିକ। ମନ୍ତ୍ରୀଙ୍କର ଏହି ବୟାନ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ସରକାରୀ ଚାକିରୀ ଠାରୁ ଦୂରେଇ ଦେବ। ଏହାର ବ୍ୟବହାରିକ ରୂପେ ସମ୍ଭବ ନୁହେଁ। ଶିକ୍ଷକଙ୍କୁ ଅନ୍ୟ କାର୍ଯ୍ୟରୁ ନିବୃତ କରିବା ଏକ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଏହା ସରକାରୀ ସ୍କୁଲର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ ବୋଲି ସେ କହିଛନ୍ତି।

ଝାରଖଣ୍ଡର ପ୍ରମୁଖ ବିରୋଧୀ ପାର୍ଟି ବିଜେପି ଏହି ବୟାନକୁ ନେଇ ଶିକ୍ଷାମନ୍ତ୍ରୀଙ୍କୁ ଘେରିଛି। ବିଜେପି କହିଛି ଯେ ଏହା ମନ୍ତ୍ରୀଙ୍କ ପିଲାଳିଆମି। ବିଜେପି ବିଧାୟକ ସିପି ସିଂ କହିଛନ୍ତି, ଯଦି ଦମ ଅଛି, ତା’ହେଲେ ଶିକ୍ଷାମନ୍ତ୍ରୀ ଓ ରାଜ୍ୟ ସରକାର ଘରୋଇ ସ୍କୁଲ ଗୁଡ଼ିକୁ ବନ୍ଦକରି ଦେଖାନ୍ତୁ।

ଆହୁରି ପଢ଼ନ୍ତୁ

ବିମାନ ବନ୍ଦରରେ ହଟହଟା ହେଲେ କାନିମୋଝୀ

ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୪୨

ଭଗବାନ ରାମଙ୍କ ପରେ ବୁଦ୍ଧଙ୍କୁ ନେଇ ନୂଆ ବିବାଦ କଲା ନେପାଳ

‘ବିହାର ନୁହେଁ, ମୁମ୍ବାଇ ସୁଶାନ୍ତଙ୍କୁ ଲୋକପ୍ରିୟ କରିଛି’

ଶ୍ୱାସରୁଦ୍ଧ ହୋଇ ପାଇଖାନା ଟାଙ୍କିରେ ଜୀବନ ହାରିଲେ ୬ ଜଣ

ସ୍ୱାମୀର କଥା ଶୁଣି ମରଣ ମୁହଁରୁ ଉଠି ବସିଲା ସ୍ତ୍ରୀ

ନୋଟବନ୍ଦୀ, ଜିଏସଟି ଏବଂ ଲକଡାଉନ୍ ମୋଦି ସରକାରର ଭୁଲ୍ ପଦକ୍ଷେପ: ରାହୁଲ୍

ଜନ୍ମଦିନରେ ମହେଶ ବାବୁଙ୍କୁ ପୁଅଝିଅ ଦେଲେ ଉପହାର

ଶାହଙ୍କ କରୋନା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ, ସ୍ପଷ୍ଟୀ କରଣ ରଖିଲା ଗୃହ ମନ୍ତ୍ରାଳୟ

ରିୟାଙ୍କୁ ପୁଣି ଡାକିଲା ଇଡି

ଲୋକଙ୍କୁ ସୋନୁ ସୁଦ୍‌ଙ୍କ‌ ଅନୁରୋଧ

ଅଯୋଧ୍ୟା ଭଳି ନେପାଳରେ ଭବ୍ୟ ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ଓଲିଙ୍କ ନିର୍ଦ୍ଦେଶ