ଇଭାଙ୍କା ଟ୍ରମ୍ପଙ୍କୁ ଭେଟିଥିବା ଅଷ୍ଟ୍ରେଲିଆ ମନ୍ତ୍ରୀଙ୍କୁ କରୋନା

ୱାଶିଂଟନ: ଅଷ୍ଟ୍ରେଲିଆ ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀ ପ୍ରାଣଘାତୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଶରୀରରେ କରୋନା ଭୂତାଣୁ ଠାବ ହେବା ପରେ ଆଜି ଉକ୍ତ ମନ୍ତ୍ରୀଙ୍କୁ ବ୍ରିସବେନର ଏକ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। ଆମେରିକାରୁ ଫେରିବାର ଗୋଟିଏ ଦିନ ପରେ ତାଙ୍କ ଶରୀରରେ କରୋନା ଭାଇରସ ଥିବା ସାମ୍ନାକୁ ଆସିଛି। ଆମେରିକା ଗସ୍ତ ବେଳେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ଭେଟିଥିଲେ। ଏବେ ଇଭାଙ୍କା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି […]

dcd

dcd

Hemant Lenka
  • Published: Friday, 13 March 2020
  • Updated: 13 March 2020, 05:40 PM IST

Sports

Latest News

ୱାଶିଂଟନ: ଅଷ୍ଟ୍ରେଲିଆ ସରକାରଙ୍କ ଜଣେ ବରିଷ୍ଠ ମନ୍ତ୍ରୀ ପ୍ରାଣଘାତୀ କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ତାଙ୍କ ଶରୀରରେ କରୋନା ଭୂତାଣୁ ଠାବ ହେବା ପରେ ଆଜି ଉକ୍ତ ମନ୍ତ୍ରୀଙ୍କୁ ବ୍ରିସବେନର ଏକ ହସ୍ପିଟାଲର ସ୍ୱତନ୍ତ୍ର ୱାର୍ଡରେ ରଖାଯାଇଛି। ଆମେରିକାରୁ ଫେରିବାର ଗୋଟିଏ ଦିନ ପରେ ତାଙ୍କ ଶରୀରରେ କରୋନା ଭାଇରସ ଥିବା ସାମ୍ନାକୁ ଆସିଛି।

ଆମେରିକା ଗସ୍ତ ବେଳେ ସେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଝିଅ ଇଭାଙ୍କାଙ୍କୁ ଭେଟିଥିଲେ। ଏବେ ଇଭାଙ୍କା ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ ବୋଲି ଜଣାପଡ଼ିଛି। କାରଣ ଅଷ୍ଟ୍ରେଲିଆ ମନ୍ତ୍ରୀ ପିଟର ଡୁଟ୍ଟନଙ୍କ ସହ ସେ ହାତ ମିଳାଇଥିଲେ। ଏଥିସହ ତାଙ୍କ ସହ ଅଷ୍ଟ୍ରେଲିଆ ଦୂତାବାସରେ ଫଟୋ ମଧ୍ୟ ଉଠାଇଥିଲେ। ତେଣୁ ସେ କରୋନାରେ କାଳେ ଆକ୍ରାନ୍ତ ହୋଇଥିବେ, ସେନେଇ ସନ୍ଦେହ ପ୍ରକାଶ ପାଇଛି।

ଅନ୍ୟପକ୍ଷରେ ଅଷ୍ଟ୍ରେଲିଆରେ କରୋନାରେ ୧୯୬ ଜଣ ଆକ୍ରାନ୍ତ ହୋଇଥିବା ବେଳେ ୩ ଜଣଙ୍କ ମୃତ୍ୟୁ ଘଟିଛି। ସମସ୍ତ ଆକ୍ରାନ୍ତଙ୍କୁ ସ୍ୱତନ୍ତ୍ର ୱାର୍ଡରେ ରଖାଯାଇ ଚିକିତ୍ସା ଯୋଗାଇ ଦିଆଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos