ନ୍ୟୁଜ ଚ୍ୟାନେଲ ପାଇଁ ଗାଇଡଲାଇନ: ଅର୍ଦ୍ଧ ସତ୍ୟ ଓ ବ୍ୟକ୍ତି କିମ୍ବା ଗ୍ରୁପର ଛବିକୁ ଖରାପ କରିବା ଭଳି ଖବରକୁ ନା

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ଘରୋଇ ନ୍ୟୁଜ ଚ୍ୟାନେଲଗୁଡ଼ିକ ଏମିତି ଅନେକ କାର୍ଯ୍ୟକ୍ରମ ପ୍ରସାରଣ କରୁଛନ୍ତି, ଯାହା ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ଗ୍ରୁପ୍‌ର ଛବିକୁ ଖରାପ କରୁଥିବା ଅଭିଯୋଗ ହେଉଛି। ଏଥିସହ କିଛି ଗଣାମଧ୍ୟମ ଅର୍ଦ୍ଧ ସତ୍ୟ ଖବରକୁ ମଧ୍ୟ ପ୍ରସାରଣ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି। ଏହାକୁ ଦୃଷ୍ଟିରେ ରଖି ଦେଶରେ ଥିବା ସମସ୍ତ ଘରୋଇ ଟିଭ ଚ୍ୟାନେଲ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗାଇଡଲାଇନ ଜାରି କରିଛି। ସବୁ ଚ୍ୟାନେଲଗୁଡ଼ିକ କାର୍ଯ୍ୟକ୍ରମ ପ୍ରସାରଣ କରିବା […]

v

v

Hemant Lenka
  • Published: Friday, 09 October 2020
  • Updated: 09 October 2020, 04:53 PM IST

Sports

Latest News

ନୂଆଦିଲ୍ଲୀ: ଦିନକୁ ଦିନ ଦେଶରେ ଘରୋଇ ନ୍ୟୁଜ ଚ୍ୟାନେଲଗୁଡ଼ିକ ଏମିତି ଅନେକ କାର୍ଯ୍ୟକ୍ରମ ପ୍ରସାରଣ କରୁଛନ୍ତି, ଯାହା ନିର୍ଦ୍ଦିଷ୍ଟ ବ୍ୟକ୍ତି କିମ୍ବା ଗ୍ରୁପ୍‌ର ଛବିକୁ ଖରାପ କରୁଥିବା ଅଭିଯୋଗ ହେଉଛି। ଏଥିସହ କିଛି ଗଣାମଧ୍ୟମ ଅର୍ଦ୍ଧ ସତ୍ୟ ଖବରକୁ ମଧ୍ୟ ପ୍ରସାରଣ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି।

ଏହାକୁ ଦୃଷ୍ଟିରେ ରଖି ଦେଶରେ ଥିବା ସମସ୍ତ ଘରୋଇ ଟିଭ ଚ୍ୟାନେଲ ପାଇଁ ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଗାଇଡଲାଇନ ଜାରି କରିଛି। ସବୁ ଚ୍ୟାନେଲଗୁଡ଼ିକ କାର୍ଯ୍ୟକ୍ରମ ପ୍ରସାରଣ କରିବା ବେଳେ କେବୁଲ ଟେଲିଭିଜନ ନେଟୱର୍କ(ରେଗୁଲେସନ) ଆକ୍ଟ ୧୯୯୫କୁ ମାନିବାକୁ ବାଧ୍ୟ।

ନିୟମ ବିଷୟରେ ବିସ୍ତୃତ ସୂଚନା ଦେଇ ମନ୍ତ୍ରଣାଳୟ କହିଛି ଯେ ଘରୋଇ ଟିଭି ଚ୍ୟାନେଲଗୁଡ଼ିକ ଅଶାଳୀନ, ମାନହାନି ସୂଚକ, ଅର୍ଦ୍ଧ ସତ୍ୟ କିମ୍ବା ଜଣେ ବ୍ୟକ୍ତି ଓ ଗ୍ରୁପର ଛବିକୁ ଖରାପ କରିବା ଭଳି ଜାଣିଶୁଣି ଖବର ପ୍ରସାରଣ କରିପାରିବେ ନାହିଁ। ଯଦି ସେଭଳି କିଛି ହୁଏ, ତା’ହେଲେ ଚ୍ୟାନେଲ ଗୁଡ଼ିକ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମନ୍ତ୍ରଣାଳୟ କହିଛି।

ନିକଟରେ ଏନବିଏସ୍‌ଏ ଜାତୀୟ ଗଣମାଧ୍ୟମ ଆଜତକ ଉପରେ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମଲାରେ ପୋଷ୍ଟ କରିଥିବା ଗୋଟିଏ ଫେକ୍‌ ଟ୍ୱିଟ ପାଇଁ ୧ ଲକ୍ଷ ଟଙ୍କାର ଫାଇନ କରିଥିଲା। ଏଥିସହ ଜୀ ନ୍ୟୁଜ, ଇଣ୍ଡିଆ ଟିଭି ଓ ନ୍ୟୁଜ ୨୪ ସୁଶାନ୍ତ ସିଂହ ରାଜପୁତ ମୃତ୍ୟୁ ମାମାଲର ଖବର ପ୍ରସାରଣ କରିବା ବେଳେ ନିୟମକୁ ଉଲ୍ଲଙ୍ଘନ କରିଥିବାରୁ କ୍ଷମା ମାଗିବାକୁ କହିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos