ବିଧାୟକଙ୍କ ମାନବିକତା,ଆହତଙ୍କୁ ପିଠିରେ ବୋହିଲେ

ଲକ୍ଷ୍ନୌ: ଉତ୍ତର ପ୍ରଦେଶର ଜଣେ ବିଧାୟକ ମାନବିକତାର ଉଦାହରଣ ସୃଷ୍ଟି କରିଛନ୍ତି। ତାଙ୍କ ନାଁ ସୁନୀଲ ଦତ୍ତ। ସେ ଫରୁଖାବାଦରୁ ବିଜେପି ଟିକେଟ୍‌ରେ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।

ଘଟଣାଟି ଏହିପରି। ନିକଟରେ ଫରୁଖାବାଦର ନେକପୁରରେ ଦୁଇଟି ବାଇକ୍ ମଧ୍ୟରେ ଧକ୍କା ହୋଇଥିଲା। ଏଥିରେ ତିନି ଜଣ ବ୍ୟକ୍ତି ଆହତ ହୋଇଥିଲେ। ସେମାନେ ଗୁରୁତର ଅବସ୍ଥାରେ ରାସ୍ତାରେ ଗଡ଼ୁଥିବା ବେଳେ ସୁନୀଲ ସେହି ରାସ୍ତା ଦେଇ ଯାଉଥିଲେ। ସେ ତୁରନ୍ତ ଆହତମାନଙ୍କୁ ନିଜ ଗାଡ଼ିରେ ଡାକ୍ତରଖାନାକୁ ନେଇ ଯାଇଥିଲେ। ସେଠାରେ ପହଞ୍ଚିବା ପରେ ଷ୍ଟ୍ରେଚରର ଅଭାବ ଦେଖି ସେ ଆହତଙ୍କୁ ନିଜ ପିଠିରେ ବୋହି ଜରୁରୀକାଳୀନ ୱାର୍ଡକୁ ନେଇଥିଲେ। ବିଧାୟକ ଆହତମାନଙ୍କୁ ଡାକ୍ତରଖାନା ଆଣିଥିବା ଦେଖି ଡାକ୍ତର ସଙ୍ଗେ ସଙ୍ଗେ ସେମାନଙ୍କ ଚିକିତ୍ସା ଆରମ୍ଭ କରିଥିଲେ।

ୟୁପି ସରକାରଙ୍କ କହିବା ଅନୁଯାୟୀ ଗତବର୍ଷ ଉତ୍ତର ପ୍ରଦେଶରେ ୫୦୦୦ଟି ହତ୍ୟାକାଣ୍ଡ ଘଟିଥିବା ବେଳେ ୧୯,୦୦୦ ଲୋକ ସଡ଼କ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ। ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ତୁରନ୍ତ ଡାକ୍ତରଖାନା ପହଞ୍ଚା ଯାଇପାରିଲେ ଅନେକ ଜୀବନ ବଞ୍ଚି ଯାଆନ୍ତା।

ଆହୁରି ପଢ଼ନ୍ତୁ

ଓଲିଙ୍କ ଗାଦି ରକ୍ଷା ପାଇଁ ଚୀନ୍ ଆକ୍ଟିଭ୍

ଉପରେ ବୁଲିଲା ଆମେରିକାର ଲଢ଼ୁଆ ବିମାନ, ଜଳକା ସାଜିଲା ଚୀନ୍

ଦୁଇ ଘଣ୍ଟା କଥା ହେଲେ ଡୋଭାଲ, ୨ କିଲୋମିଟର ପଛକୁ ହଟିଲା ଡ୍ରାଗନ!

ଭାରତ-ଚାଇନା ବିବାଦ: ଡୋକଲାମ ୭୩ ଦିନ, ଲଦାଖ ୬୦ ଦିନ, କେମିତି ଥିଲା ପୂରା ଘଟଣା

ଦେଶରେ ଏଯାଏ କେତେ କରୋନା ଟେଷ୍ଟ ହେଲାଣି? ସୂଚନା ଦେଲା ଆଇସିଏମଆର

ପ୍ଲାଜମା ଦେଲେ ସମ୍ବିତ ପାତ୍ର, କରୋନାରୁ ସୁସ୍ଥ ହୋଇଥିଲେ

ଚାଇନା ସୀମାନ୍ତରେ ମୁତୟନ ଯବାନଙ୍କ ପାଇଁ ସ୍ୱତନ୍ତ୍ର ଟେଣ୍ଟ କିଣିବ ଭାରତ

ମଝି ଆକାଶରେ ଦୁଇ ବିମାନ ମୁହାଁମୁହିଁ ଧକ୍କା ହୋଇ ନଦୀକୁ ଖସିପଡ଼ିଲେ

ପଛକୁ ହଟିଲା ଚାଇନା: ସୀମାରୁ ଟେଣ୍ଟ, ଗାଡ଼ି ଓ ଯବାନଙ୍କୁ ପ୍ରତ୍ୟାହାର କଲା

ସୀମାରେ ଯୁଦ୍ଧ ପରିସ୍ଥିତି: ଚାଇନାକୁ କଡ଼ା ଟକ୍କର ଦେବାକୁ ୩୦ ହଜାର ଯବାନ ତୟାର

ଗଲୱାନ ସଂଘର୍ଷ: ଚାଞ୍ଚଲ୍ୟକର ଖୁଲାସା କଲେ ସହିଦଙ୍କ ପରିବାର ଲୋକ

ପୁଣି ବିଶ୍ୱର ଚିନ୍ତା ବଢ଼ାଇଲା ଚାଇନା, କାୟା ମେଲାଉଛି ଆଉ ଏକ ମହାମାରୀ