ପାକିସ୍ତାନକୁ ଝଟକା: ଆମେରିକା ସଦନରେ ଉପସ୍ଥାପନ ହେଲା ଏମ୍‌ଏନ୍‌ଏନ୍‌ଏ ବିଲ୍‌

ୱାସିଂଟନ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ଆମେରିକା ପାକିସ୍ତାନ ବିରୁଦ୍ଧରେ ତା’ର ଆଭିମୁଖ୍ୟ ଶକ୍ତି କରିଦେଇଛି। ଆମେରିକା ସଦନରେ ପାକିସ୍ତାନକୁ ମିଳିଥିବା ମେଜର ନନ୍‌ ନାଟୋ ଏଲାୟ ଷ୍ଟାଟସ୍‌ ବିରୋଧରେ ଦ୍ୱିପକ୍ଷିୟ ବିଲ୍‌ ଉପସ୍ଥାପନ କରାଯାଇଛି। ସିନେଟରେ ରିପବ୍ଲିକ ସାଂସଦ ଟେଡ ପୋ ଏବଂ ଡେମୋକ୍ରେଟିକ୍‌ ସାଂସଦ ରିକ୍‌ ନୋଲନ୍ ଏହି ବିଲ୍‌ ଉପସ୍ଥାପନ କରିଛନ୍ତି। ଏଥିରେ ପାକିସ୍ତାନକୁ ମିଳିଥିବା ମେଜର ନନ୍‌ ନାଟୋ ଏଲାୟ ଷ୍ଟାଟସ୍‌ ବାତିଲ କରିବାକୁ କୁହାଯାଇଛି। ୨୦୦୪ରେ ତତ୍‌କାଳୀନ […]

america

america

Rakesh Mallick
  • Published: Friday, 23 June 2017
  • Updated: 23 June 2017, 10:02 PM IST

ୱାସିଂଟନ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ପୂର୍ବରୁ ଆମେରିକା ପାକିସ୍ତାନ ବିରୁଦ୍ଧରେ ତା’ର ଆଭିମୁଖ୍ୟ ଶକ୍ତି କରିଦେଇଛି। ଆମେରିକା ସଦନରେ ପାକିସ୍ତାନକୁ ମିଳିଥିବା ମେଜର ନନ୍‌ ନାଟୋ ଏଲାୟ ଷ୍ଟାଟସ୍‌ ବିରୋଧରେ ଦ୍ୱିପକ୍ଷିୟ ବିଲ୍‌ ଉପସ୍ଥାପନ କରାଯାଇଛି। ସିନେଟରେ ରିପବ୍ଲିକ ସାଂସଦ ଟେଡ ପୋ ଏବଂ ଡେମୋକ୍ରେଟିକ୍‌ ସାଂସଦ ରିକ୍‌ ନୋଲନ୍ ଏହି ବିଲ୍‌ ଉପସ୍ଥାପନ କରିଛନ୍ତି। ଏଥିରେ ପାକିସ୍ତାନକୁ ମିଳିଥିବା ମେଜର ନନ୍‌ ନାଟୋ ଏଲାୟ ଷ୍ଟାଟସ୍‌ ବାତିଲ କରିବାକୁ କୁହାଯାଇଛି।

୨୦୦୪ରେ ତତ୍‌କାଳୀନ ରାଷ୍ଟ୍ରପତି ଜର୍ଜ ବୁଶ ପାକିସ୍ତାନକୁ ଏହି ଷ୍ଟାଟସ୍‌ ଦେଇଥିଲେ। ଆଲ କଏଦା ଓ ତାଲିବାନ ବିରୁଦ୍ଧରେ ଲଢେଇରେ ଆମେରିକାକୁ ସହଯୋଗ କରିବା ପାଇଁ ପାକିସ୍ତାନକୁ ଏହି ଷ୍ଟାଟସ୍‌ ମିଳିଥିଲା।

ନିଜ ସହ ମିଶି କାମ କରୁଥିବା ଦେଶଙ୍କୁ ଆମେରିକା ସରକାର ଏହି ମେଜର ନନ୍‌ ନାଟୋ ଏଲାୟ ଷ୍ଟାଟସ୍‌ ଦେଇଥାନ୍ତି। ଏହାଦ୍ୱାରା ଉକ୍ତ ଦେଶକୁ ସାମରିକ ଓ ଆର୍ଥିକ ସହାୟତା ମିଳିଥାଏ।

ପୋ କହିଛନ୍ତି,“ଆମେରିକୀୟଙ୍କ ରକ୍ତରେ ପାକିସ୍ତାନର ହାତ ରଙ୍ଗିନ ହୋଇଛି। ଏହାର ଜବାବ ଦେବାକୁ ହେବ। ଆମେରିକା ପକ୍ଷରୁ ଦିଆଯାଉଥିବା ଅଧିକାରକୁ ପାକିସ୍ତାନ ଠିକ୍‌ରେ ବ୍ୟବହାର କରିନି। ଓସାମା ବିନ ଲାଦେନ ହତ୍ୟାଠାରୁ ତାଲିବାନ ବିରୋଧରେ କାର୍ଯ୍ୟାନୁଷ୍ଠାନ ବେଳେ ପାକିସ୍ତାନ ପଛକୁ ହଟି ଯାଇଛି। ପାକିସ୍ତାନର ଏପରି ଆଭିମୁଖ୍ୟ ପାଇଁ ଆତଙ୍କବାଦ ବିରୋଧୀ ଚିନ୍ତାଧାରାକୁ କ୍ଷତି ପହଞ୍ଚୁଛି। ଆମକୁ ପାକିସ୍ତାନ ସହ ନୂଆ ସମ୍ପର୍କ ଗଢିବାକୁ ହେବ। ହେଲେ ଏହା ପୂର୍ବରୁ ପାକିସ୍ତାନକୁ ମିଳୁଥିବା ଅସ୍ତ୍ରଶସ୍ତ୍ର ସହାୟତା ବନ୍ଦ କରିବାକୁ ପଡିବ।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story