ଆସନ୍ତାକାଲି ମୋଦି, ଟ୍ରମ୍ପ ଓ ଆବେଙ୍କ ମଧ୍ୟରେ ତ୍ରିପାକ୍ଷିକ ବୈଠକ

ଟୋକିଓ: ଜାପାନ୍‌ର ଓସାକାରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ପହଞ୍ଚିଛନ୍ତି। ଆଜି ଏହି ଅବସରରେ ମୋଦି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ଦୁଇ ନେତା ଭାରତରେ ନିର୍ମାଣ ହେବାକୁ ଥିବା ବୁଲେଟ୍‌ ଟ୍ରେନ୍‌ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ମୁମ୍ବାଇ-ଅହମଦାବାଦ ମଧ୍ୟରେ ପ୍ରସ୍ତାବିତ ବୁଲେଟ୍‌ ଟ୍ରେନ ଓ ବାରାଣସୀରେ କନଭେନସନ ସେଣ୍ଟର ପ୍ରତିଷ୍ଠାର ସ୍ଥିତି ସମ୍ପର୍କରେ ଉଭୟ ସମୀକ୍ଷା କରିଛନ୍ତି। ଏହାବାଦ୍‌ […]

wr

Hemant Lenka
  • Published: Thursday, 27 June 2019
  • , Updated: 27 June 2019, 01:00 PM IST

ଟୋକିଓ: ଜାପାନ୍‌ର ଓସାକାରେ ଆୟୋଜିତ ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସେଠାରେ ପହଞ୍ଚିଛନ୍ତି। ଆଜି ଏହି ଅବସରରେ ମୋଦି ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ସାକ୍ଷାତ କରିଛନ୍ତି। ଏହି ସମୟରେ ଦୁଇ ନେତା ଭାରତରେ ନିର୍ମାଣ ହେବାକୁ ଥିବା ବୁଲେଟ୍‌ ଟ୍ରେନ୍‌ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ମୁମ୍ବାଇ-ଅହମଦାବାଦ ମଧ୍ୟରେ ପ୍ରସ୍ତାବିତ ବୁଲେଟ୍‌ ଟ୍ରେନ ଓ ବାରାଣସୀରେ କନଭେନସନ ସେଣ୍ଟର ପ୍ରତିଷ୍ଠାର ସ୍ଥିତି ସମ୍ପର୍କରେ ଉଭୟ ସମୀକ୍ଷା କରିଛନ୍ତି। ଏହାବାଦ୍‌ ପଳାତକ ଘୋଷିତ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଏବଂ ଅନ୍ତର୍ଜାତୀୟ ସ୍ତରରେ ଏହା ବିରୋଧରେ ଆଇନ୍‌ ପ୍ରଣୟନ ଦିଗରେ ମୋଦି ପ୍ରତିପକ୍ଷ ଆବେଙ୍କୁ କହିଥିବା ବୈଦେଶିକ ସଚିବ ବିଜୟ ଗୋଖଲେ ସୂଚନା ଦେଇଛନ୍ତି।  ଏହି ପ୍ରସଙ୍ଗ ଜି-୨୦ ଶିଖର ସମ୍ମିଳନୀରେ ଉଠିବ ବୋଲି ମଧ୍ୟ ଜଣାପଡ଼ିଛି।

ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ହୋଇଥିବାରୁ ସାକ୍ଷାତକାର ସମୟରେ ସିଞ୍ଜୋ ଆବେ ତାଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏଥିସହ ସିଞ୍ଜୋ ଆବେ ପୁଣିଥରେ ଭାରତ ଆସିବେ ବୋଲି ମୋଦିଙ୍କୁ ପ୍ରତିଶ୍ରୁତି ଶ୍ରୀ ଗୋଖଲେ କହିଛନ୍ତି।

ସେ କହିଛନ୍ତି, ଆସନ୍ତାକାଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜାପାନ ପ୍ରତିପକ୍ଷଙ୍କ ସହ ଆଉ ଥରେ ଦ୍ୱିପାକ୍ଷିକ ଆଲୋଚନା କରିବେ। ଏହାପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ମଧ୍ୟ ସାକ୍ଷାତ କରିବେ। ଜାପାନ, ଭାରତ ଓ ଆମେରିକା ବିଭିନ୍ନ ପ୍ରସଙ୍ଗକୁ ନେଇ ତ୍ରିପାକ୍ଷିକ ବୈଠକ କରିବେ। ପରସ୍ପର ସହ ମିଶି କେମିତି ସମ୍ପର୍କକୁ ସୁଦୃଢ଼ କରାଯିବ, ବିଭିନ୍ନ ଅନ୍ତର୍ଜାତୀୟ ପ୍ରସଙ୍ଗ ଓ ଆତଙ୍କବାଦ ସମସ୍ୟା ଏହି ତ୍ରିପାକ୍ଷିକ ଆଲୋଚନାର ମୂଳ ଏଜେଣ୍ଡା ରହିବ ବୋଲି ସେ ସୂଚନା ଦେଇଛନ୍ତି।

Related story