ମୋଦି-ଟ୍ରମ୍ପଙ୍କ ଆଲୋଚନାରେ ଉଠିଲା ନାହିଁ ଏସ୍‌-୪୦୦ ମିସାଇଲ୍‌ ଡିଲ୍‌

ଓସାକା: ଭାରତ ସରକାର ରୁଷ ଠାରୁ ଏସ୍‌-୪୦୦ ମିସାଇଲ୍‌ କିଣିବାକୁ ଡିଲ୍‌ କରିଥିବା ବେଳେ ଏହାକୁ ଆମେରିକା ପରୋକ୍ଷରେ ବିରୋଧ କରିଛି। ଏହି ଡିଲ୍‌କୁ ନେଇ ଭାରତ ଓ ଆମେରିକା ସମ୍ପର୍କରେ ଫାଟ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଥିଲା। ତେଣୁ ଜି-୨୦ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଯେତେବେଳେ ବୈଠକ କରିବେ, ଏ ଡିଲ୍‌ ପ୍ରସଙ୍ଗ ନିଶ୍ଚୟ ଉଠିବ ବୋଲି କୁହାଯାଉଥିଲା। ହେଲେ ମୋଦି ଓ […]

w

Hemant Lenka
  • Published: Friday, 28 June 2019
  • , Updated: 28 June 2019, 03:34 PM IST

ଓସାକା: ଭାରତ ସରକାର ରୁଷ ଠାରୁ ଏସ୍‌-୪୦୦ ମିସାଇଲ୍‌ କିଣିବାକୁ ଡିଲ୍‌ କରିଥିବା ବେଳେ ଏହାକୁ ଆମେରିକା ପରୋକ୍ଷରେ ବିରୋଧ କରିଛି। ଏହି ଡିଲ୍‌କୁ ନେଇ ଭାରତ ଓ ଆମେରିକା ସମ୍ପର୍କରେ ଫାଟ ସୃଷ୍ଟି ହେବ ବୋଲି ଆଶଙ୍କା କରାଯାଉଥିଲା।

ତେଣୁ ଜି-୨୦ ଶିଖର ସମ୍ମିଳନୀରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ଯେତେବେଳେ ବୈଠକ କରିବେ, ଏ ଡିଲ୍‌ ପ୍ରସଙ୍ଗ ନିଶ୍ଚୟ ଉଠିବ ବୋଲି କୁହାଯାଉଥିଲା। ହେଲେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଅନୁଷ୍ଠିତ ବୈଠକରେ ଏ ପ୍ରସଙ୍ଗ ଆଦୌ ଉଠି ନଥିବା ବୈଦେଶିକ ସଚିବ ବିଜୟ ଗୋଖଲେ ସ୍ପଷ୍ଟ କରିଛନ୍ତି। ଉଭୟ କେବଳ ଦ୍ୱିପାକ୍ଷିକ ପ୍ରତିରକ୍ଷା ଡିଲ୍‌କୁ ଅଧିକ ସୁଦୃଢ଼ କରିବା ଦିଗରେ ଆଲୋଚନା କରିଛନ୍ତି।

ଏସ୍‌-୪୦୦ ହେଉଛି ରୁଷର ସବୁଠାରୁ ଅତ୍ୟାଧୁନିକ ମିସାଇଲ୍‌। ଏହା ସ୍ଥଳ ଭାଗରୁ ହିଁ ଆକାଶ ମାର୍ଗରେ ଥିବା ଶତ୍ରୁ ପକ୍ଷର ଯେକୌଣସି ଯାନ ବା ବସ୍ତୁକୁ ନଷ୍ଟ କରିବାର କ୍ଷମତା ରଖିଛି। ଏହି ମିସାଇଲ୍‌ ପାଇଁ ରୁଷ ସହ ୨୦୧୪ରେ ଚାଇନା ପ୍ରଥମ ଦେଶ ଭାବେ ଡିଲ୍‌ କରିଥିଲା। ଗତବର୍ଷ ଅକ୍ଟୋବର ମାସରେ ଭାରତ ସରକାର ଏହି ମିସାଇଲ୍‌ ପାଇଁ ରୁଷ ସହ ୫ ବିଲିଅନ ଡଲାରର ଡିଲ୍‌ କରିଛନ୍ତି।

ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ପାଇଁ ଜାପାନ ଯାଇଥିବା ମୋଦି ଆଜି ପ୍ରଥମେ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେ ଓ ଟ୍ରମ୍ପଙ୍କ ସହ ତ୍ରିପାକ୍ଷିକ ବୈଠକ କରିଥିଲେ। ଏହାପରେ ମୋଦି ଓ ଟ୍ରମ୍ପଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହୋଇଛି।

Related story