ସାରା ଦେଶକୁ ୨୧ ଦିନ ପାଇଁ ତାଲା ପକାଇଲେ ମୋଦି, ଲୋକଙ୍କୁ ଘରୁ ବାହାରିବା ମନା

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବାସୀଙ୍କୁ ସମ୍ବୋଧନ କରି ପୂରା ଦେଶକୁ ୨୧ ଦିନ ଯାଏ ଲକ ଡାଉନ ବା ତାଲା ବନ୍ଦ ପାଇଁ ଘୋଷଣା କରିଛନ୍ତି। ଏହି ନିୟମ କଡ଼ାକଡ଼ି ପାଳନ କରାଯିବ ଓ କେହି ବି ଘରୁ ବାହାରକୁ ବାହାରି ପାରିବେ ନାହିଁ। ଏହା ଲକ ଡାଉନ ହୋଇଥିଲେ ହେଁ କର୍ଫ୍ୟୁ ଭଳି ନିୟମ ପାଳନ କରାଯିବ ବୋଲି ମୋଦି ଆଜି ବେଶ ଗମ୍ଭୀର […]

dcx

dcx

Hemant Lenka
  • Published: Tuesday, 24 March 2020
  • Updated: 24 March 2020, 09:24 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ବିରୋଧରେ ନିର୍ଣ୍ଣାୟକ ଯୁଦ୍ଧ ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶବାସୀଙ୍କୁ ସମ୍ବୋଧନ କରି ପୂରା ଦେଶକୁ ୨୧ ଦିନ ଯାଏ ଲକ ଡାଉନ ବା ତାଲା ବନ୍ଦ ପାଇଁ ଘୋଷଣା କରିଛନ୍ତି। ଏହି ନିୟମ କଡ଼ାକଡ଼ି ପାଳନ କରାଯିବ ଓ କେହି ବି ଘରୁ ବାହାରକୁ ବାହାରି ପାରିବେ ନାହିଁ। ଏହା ଲକ ଡାଉନ ହୋଇଥିଲେ ହେଁ କର୍ଫ୍ୟୁ ଭଳି ନିୟମ ପାଳନ କରାଯିବ ବୋଲି ମୋଦି ଆଜି ବେଶ ଗମ୍ଭୀର ସ୍ୱରରେ କହିଛନ୍ତି।

ମୋଦିଙ୍କ ଘୋଷଣା ଅନୁଯାୟୀ, ଏହି ୨୧ ଦିନିଆ ଲକ ଡାଉନ୍‌ ଆଜି ମଧ୍ୟରାତ୍ରରୁ ଆରମ୍ଭ ହୋଇ ଏପ୍ରିଲ ୧୪ ରାତି ୧୨ ଯାଏ ବଳବତ୍ତର ରହିବ। ଏଥିସହ କରୋନାର ମୁକାବିଲା ପାଇଁ କେନ୍ଦ୍ର ସରକାର ୧୫ ହଜାର କୋଟି ଟଙ୍କାର ହେଲଥ ପ୍ୟାକେଜ ଘୋଷଣା କରିଛନ୍ତି।

ମୋଦି ଆଜି ଠିକ୍‌ ସନ୍ଧ୍ୟା ୮ଟାରେ ଦେଶବାସୀଙ୍କୁ ସମ୍ବୋଧନ କରିଥିଲେ। ଏଥିରେ ସେ ପ୍ରଥମେ ରବିବାର ଜାରି ହୋଇଥିବା ଜନତା କର୍ଫ୍ୟୁକୁ ଦେଶବାସୀ ସମର୍ଥନ କରିଥିବାରୁ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ଏହାପରେ ସେ ବିଭିନ୍ନ ରାଜ୍ୟ ପକ୍ଷରୁ ଜାରି କରାଯାଇଥିବା ଲକ ଡାଉନ ଓ କର୍ଫ୍ୟୁ ସମ୍ପର୍କରେ ଅବଗତ କରାଇଥିଲେ।

କିଛି ରାଜ୍ୟରେ ୨୯ ତାରିଖ ଓ ଆଉ କିଛି ରାଜ୍ୟରେ ୩୧ ଯାଏ ଲକ ଡାଉନ ଘୋଷଣା କରାଯାଇଥିଲା। ହେଲେ ମୋଦି ଆଜି ମଧ୍ୟରାତ୍ରରୁ ସମଗ୍ର ଦେଶରେ ତାଲା ବନ୍ଦ ବା ଲକ ଡାଉନ କାର୍ଯ୍ୟକାରୀ ହେବ ବୋଲି ସେ ଘୋଷଣା କରିଥିଲେ। ସେ କହିଥିଲେ, ଆସନ୍ତା ୨୧ ଦିନ ଯାଏ ଏହାକୁ ସମଗ୍ର ଦେଶରେ କଡ଼ାକଡ଼ି ଭାବେ ପାଳନ କରାଯିବ। ମୋଦ ଆହୁରି କହିଛନ୍ତି, ବିଶ୍ୱର ଅନ୍ୟ ଦେଶକୁ ଅଧ୍ୟୟନ କଲେ ଗୋଟିଏ କଥା ସ୍ପଷ୍ଟ ହେଉଛି ଯେ ମହାମାରୀ କରୋନା ଠାରୁ ବଞ୍ଚିବାକୁ ହେଲେ ସାମାଜିକ ଦୂରତ୍ୱ ଏକମାତ୍ର ବିକଳ୍ପ। କରୋନା ପ୍ରଥମ ୬୭ ଦିନରେ ୧ଲକ୍ଷ ଲୋକଙ୍କୁ ସଂକ୍ରମିତ କରିଥିଲା। ଏହାପରେ ମାତ୍ର ୧୧ ଦିନରେ ୧ ଲକ୍ଷ ଏଥିରେ ଆକ୍ରାନ୍ତ ହୋଇଥିଲେ। ଏଥିରୁ କରୋନା କେତେ କ୍ଷୀପ୍ର ବେଗରେ ଗତିରେ ସମସ୍ତେ ଜାଣି ପାରୁଥିବେ। ଇଟାଲୀ ଓ ଆମେରିକାରେ ଉତ୍ତର ସ୍ୱାସ୍ଥ୍ୟ ବ୍ୟବସ୍ଥା ରହିଛି। ତଥାପି ସେମାନେ ଏହାକୁ ମୁକାବିଲା କରିବାକୁ ଅକ୍ଷମ ହୋଇଛନ୍ତି। ତେଣୁ ଆମକୁ ଏଥିରୁ ଶିଖିବାକୁ ପଡ଼ିବ।

ସାମାଜିକ ଦୂରତ୍ୱ ବ୍ୟତୀତ କରୋନାକୁ ମାତ୍ ଦେବାର କିଛି ବିକଳ୍ପ ହିଁ ନାହିଁ। ସବୁ ପରିବାର ଓ ନାଗରିକଙ୍କ ପାଇଁ ସାମାଜିକ ଦୂରତ୍ୱ ବାଞ୍ଛନୀୟ। ପ୍ରଧାନମନ୍ତ୍ରୀଙ୍କ ପାଇଁ ବି ସାମାଜିକ ଦୂରତ୍ୱ ଏକମାତ୍ର ଉପାୟ। ସାମାଜିକ ଦୂରତ୍ୱ ନରଖିଲେ ଆପଣଙ୍କ ସହ ଦେଶକୁ ବଡ଼ ବିପଦ ଆସିବ। ସାମାଜିକ ଦୂରତ୍ୱ ପାଳନ ନ କଲେ ଭାରତକୁ ବହୁମୂଲ୍ୟ ଦେବାକୁ ପଡ଼ିବ। କେତେ ମୂଲ୍ୟ ଦେବାକୁ ପଡ଼ିବ ଆପଣମାନେ ଆକଳନ କରିପାରିବେ ନାହିଁ। ଲକ୍ ଡାଉନକୁ ରାଜ୍ୟ ସରକାରମାନେ ଗମ୍ଭୀର ଭାବେ ନିଅନ୍ତୁ। ଆଜି ରାତି ୧୨ଟାରୁ ପୂରା ଦେଶରେ ସଂପୂର୍ଣ୍ଣ ଲକ୍ ଡାଉନ୍ ହେବ।

ଭାରତକୁ ବଞ୍ଚାଇବା ପାଇଁ ଏଭଳି ନିଷ୍ପତ୍ତି ନିଆଯାଇଛି। ଏହି ଲକ ଡାଉନକୁ କର୍ଫ୍ୟୁ କହିଲେ ଅତ୍ୟୁକ୍ତି ହେବ ନାହିଁ। କରୋନା ବିରୋଧରେ ନିର୍ଣ୍ଣାୟକ ଲଢ଼େଇ ପାଇଁ ଏହା ଜରୁରୀ ଥିଲା। ପ୍ରତି ଭାରତୀୟଙ୍କ ଜୀବନ ବଞ୍ଚାଇବା ପାଇଁ ଲକ୍ ଡାଉନ୍ ଜରୁରୀ। ଆପଣମାନଙ୍କ ଜୀବନ ବଞ୍ଚାଇବା ପାଇଁ ଏହା ମୋର ପ୍ରଥମ କର୍ତ୍ତବ୍ୟ।

ଆପଣମାନେ ଦେଶରେ ଯିଏ ଯେଉଁଠି ଅଛନ୍ତି ସେଇଠି ରହନ୍ତୁ। ଏ ଲକ୍ ଡାଉନ୍ ୩ ସପ୍ତାହ ବା ୨୧ ଦିନ ପାଇଁ ହେବ। ମୁଁ ଆପଣଙ୍କୁ କିଛି ସପ୍ତାହ ମାଗିଥିଲି, ଏବେ ଏ ୩ ସପ୍ତାହ ଲକ୍ ଡାଉନ୍ ହେବ। ୨୧ ଦିନ ଲକ୍ ଡାଉନ୍ ନକଲେ ଆମେ ୨୧ ବର୍ଷ ପଛକୁ ପଳାଇବା। ଲକ୍ ଡାଉନ୍ ନକଲେ କିଛି ପରିବାର ସଂପୂର୍ଣ୍ଣ ଲୋପ ପାଇଯିବେ।

ଆପଣଙ୍କ ପରିବାରର ଜଣେ ସଦସ୍ୟ ଭାବେ ମୁଁ ଏପରି କରୁଛି। ଆପଣ ଘରେ ରହନ୍ତୁ, କେବଳ ଘରେ ହିଁ ରହନ୍ତୁ। ଆଜିର ଲକ୍ ଡାଉନ୍ ଆପଣଙ୍କ ଘର ଆଗରେ ଲକ୍ଷ୍ମଣ ରେଖା ଟାଣିଛି। ଆପଣଙ୍କ ଟିକେ ଭୁଲ୍ କରୋନାକୁ ଆପଣଙ୍କ ଘରକୁ ନେଇ ଆସିବ। କରୋନା ସଂକ୍ରମିତ ମୂଳରୁ ପୂରା ସୁସ୍ଥ ଲାଗନ୍ତି, ଜଣାପଡ଼ନ୍ତିନି। ହେଲେ ଏହା ପରେ ଭୟଙ୍କର ରୂପ ନେଇ ଆଗକୁ ମାଡ଼ି ଚାଲେ।

କରୋନା ମାନେ କୋଇ ରୋଡ୍ ପର୍ ନା ନିକଲେ ବୋଲି ମୋଦି କହିଛନ୍ତି। ଏହି ସମୟରେ ମୋଦିଙ୍କ ପାଖକୁ ସୋଶାଲ ମିଡିଆ ଜରିଆରେ ଆସିଥିବା ଏକ ଫଟୋକୁ ସେ ଦେଖାଇଥିଲେ। ଏଥିରେ କରୋନାର ଫୁଲଫର୍ମ ଭାବେ କରୋନା ମାନେ କୋଇ ରୋଡ୍‌ ପର ମତ ନିକଲେ ବୋଲି ଲେଖାଯାଇଥିଲା।

ମୋଦି କରୋନା ପ୍ରସ୍ତୁତ ଉପରେ ମତ ରଖି କହିଛନ୍ତି, କେନ୍ଦ୍ର ଓ ରାଜ୍ୟ ସରକାରମାନେ ମିଳିତ ଭାବେ କରୋନା ବିରୋଧରେ ଲଢ଼େଇ କରୁଛନ୍ତି। ଲୋକଙ୍କ ଜରୁରୀ ବା ଅତ୍ୟାବଶ୍ୟକ ସାମଗ୍ରୀ ସର୍ବଦା ମିଳିବ। ଲକ ଡାଉନ ହୋଇଥିଲେ ହେଁ ଲୋକମାନେ ସେମାନଙ୍କ ଜରୁରୀ ସାମଗ୍ରୀ ପାଇପାରିବେ। କରୋନାର ମୁକାବିଲା ପାଇଁ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ଅଧିକ ସୁଦୃଢ଼ କରିବାକୁ ପଡ଼ିବ। ଏଥିପାଇଁ କେନ୍ଦ୍ର ସରକାର ୧୫ ହଜାର କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଯୋଗାଇ ଦେବେ। ରାଜ୍ୟ ସରକାରମାନେ ନିଜର ସ୍ୱାସ୍ଥ୍ୟ ସେବାକୁ ହିଁ ଏବେ ପ୍ରଥମ ପ୍ରାଧ୍ୟାନ୍ୟ ଦେବେ।  ଆମର ଗୋଟିଏ ଭୁଲ ସବୁ କିଛି ବିଗାଡ଼ି ଦେବ। ତେଣୁ ଆମ ସମସ୍ତଙ୍କୁ ଲକ ଡାଉନ ନିୟମକୁ ପାଳନ କରିବାକୁ ପଡ଼ିବ ବୋଲି ମୋଦି କହିଛନ୍ତି।

ମୋଦିଙ୍କ ୨୧ ଦିନିଆ ତାଲା ବନ୍ଦ ଘୋଷଣା ପୂର୍ବରୁ ଦେଶର ୩୨ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳ ପକ୍ଷରୁ ଲକ ଡାଉନ ଘୋଷଣା କରାଯାଇଥିଲା। ଏପରି କି ମହାରାଷ୍ଟ୍ର, ପଞ୍ଜାବ, ହିମାଚଳ ପ୍ରଦେଶ ଓ ମଣିପୁର କର୍ଫ୍ୟୁ ମଧ୍ୟ ଲାଗୁ କରିଥିଲେ। ହେଲେ ଏହି କଟକଣା ମାର୍ଚ୍ଚ ୩୧ ଯାଏ ଥିଲା। ଏବେ ମୋଦି ଏହାକୁ ୨୧ ଦିନ ପର୍ଯ୍ୟନ୍ତ ଲାଗୁ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ଲକ ଡାଉନ ବେଳେ ବ୍ୟାଙ୍କ, ଏଟିଏମ, ଫଳ, ପନି ପରିବା, ଗ୍ରୋସରୀ, କ୍ଷୀର, ମେଡିକାଲ, ବିଜୁଳି ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ପାଇଁ ଉପଲବ୍ଧ ହେବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos