କରୋନା ଟିକା ନେବେ ମୋଦି ଓ ମୁଖ୍ୟମନ୍ତ୍ରୀ!

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବା ପାଇଁ ଟିକା ନେବେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ସହ ୫୦ ବର୍ଷ ବୟସରୁ ଅଧିକ ବୟସ୍କ ମୁଖ୍ୟମନ୍ତ୍ରୀ ଓ ରାଜନେତାମାନେ ମଧ୍ୟ ଟିକା ନେବେ। ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ବେଳେ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ଟିକା ଦିଆଯିବ ବୋଲି ଜଣାପଡ଼ିଛି। ଭାରତ ସରକାର ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଜାନୁଆରୀ ୧୬ରୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ […]

f

f

Hemant Lenka
  • Published: Thursday, 21 January 2021
  • Updated: 21 January 2021, 03:17 PM IST

ନୂଆଦିଲ୍ଲୀ: ମହାମାରୀ କରୋନାକୁ ମାତ ଦେବା ପାଇଁ ଟିକା ନେବେ ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମୋଦିଙ୍କ ସହ ୫୦ ବର୍ଷ ବୟସରୁ ଅଧିକ ବୟସ୍କ ମୁଖ୍ୟମନ୍ତ୍ରୀ ଓ ରାଜନେତାମାନେ ମଧ୍ୟ ଟିକା ନେବେ। ଦେଶରେ ଦ୍ୱିତୀୟ ପର୍ଯ୍ୟାୟ ଟିକାକରଣ ବେଳେ ପ୍ରଥମେ ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀମାନଙ୍କୁ ଟିକା ଦିଆଯିବ ବୋଲି ଜଣାପଡ଼ିଛି।

ଭାରତ ସରକାର ପ୍ରଥମ ପର୍ଯ୍ୟାୟରେ ୩ କୋଟି ଲୋକଙ୍କୁ ଟିକା ଦେବାକୁ ଲକ୍ଷ୍ୟ ରଖିଛନ୍ତି। ଜାନୁଆରୀ ୧୬ରୁ ଦେଶରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ପର୍ଯ୍ୟାୟରେ ସ୍ୱାସ୍ଥ୍ୟକର୍ମୀ ଓ କରୋନା ସହ ସମ୍ମୁଖ ଭାଗରେ ରହି ଲଢ଼େଇ କରୁଥିବା ବ୍ୟକ୍ତିବିଶେଷଙ୍କୁ ଟିକା ଦିଆଯାଉଛି।

ଦ୍ୱିତୀୟ ପର୍ଯ୍ୟାୟରେ ୫୦ ବର୍ଷ ବୟସରୁ ଅଧିକ ଓ ବହୁବିଧ ରୋଗରେ ଆକ୍ରାନ୍ତ ଲୋକଙ୍କୁ ଟିକା ଦିଆଯିବାକୁ ନିଷ୍ପତ୍ତି ହୋଇଛି। ଏହି ପର୍ଯ୍ୟାୟରେ ୨୭ କୋଟି ଲୋକଙ୍କର ଟିକାକରଣ କରାଯିବ। ଯେହେତୁ ୫୦ ବର୍ଷ ବୟସରୁ ଅଧିକ ବୟସ୍କଙ୍କୁ ଟିକା ଦିଆଯିବ, ତେଣୁ ପ୍ରଧାନମନ୍ତ୍ରୀ ମୋଦି ଓ ମୁଖ୍ୟମନ୍ତ୍ରୀମାନେ ମଧ୍ୟ ଦ୍ୱିତୀୟ ପର୍ଯ୍ୟାୟରେ ଟିକା ନେବେ। ବିଶେଷ ସୂତ୍ରରୁ ଏଭଳି ଖବର ମିଳିଥିଲେ ହେଁ ବାସ୍ତବରେ ମୋଦି କେବେ ଟିକା ନେବେ, ତାହା ଜଣାପଡ଼ିନାହିଁ।

ଭାରତରେ ଟିକାକରଣ କାର୍ଯ୍ୟକ୍ରମ ଆରମ୍ଭ ହେବା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ଦେଶର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଥିଲେ। ଏହି ସମୟରେ ସେ ରାଜନେତାମାନେ ପ୍ରଥମ ପର୍ଯ୍ୟାୟ ଟିକାକରଣ ଠାରୁ ନିଜକୁ ଦୂରେଇ ରଖନ୍ତୁ ବୋଲି ପରାମର୍ଶ ଦେଇଥିଲେ।
ଅନ୍ୟପକ୍ଷରେ ୧୬ ତାରିଖରୁ ଆଜି ମଧ୍ୟରେ ଦେଶର ପ୍ରାୟ ୫ ଲକ୍ଷ ସ୍ୱାସ୍ଥ୍ୟକର୍ମୀ ଓ ସମ୍ମୁଖ ଯୋଦ୍ଧାଙ୍କୁ କରୋନା ଟିକା ଦିଆଯାଇ ସାରିଲାଣି।

କିଛି ଲୋକଙ୍କୁ କୋଭିସିଲ୍ଡ ଟିକା ଦିଆଯାଇଥିବା ବେଳେ ଆଉ କିଛି ଲୋକଙ୍କୁ କୋଭାକ୍ସିନ ଟିକା ଦିଆଯାଇଛି। ଜାନୁଆରୀ ୩ରେ ଭାରତ ସରକାର ସେରମ ଇନଷ୍ଟଚ୍ୟୁଟ ଉତ୍ପାଦିତ କରୁଥିବା କୋଭିସିଲ୍ଡ ଓ ଭାରତ ବାୟୋଟେକ ପ୍ରସ୍ତୁତ କରିଥିବା କୋଭାକ୍ସିନ ଟିକାର ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ଦେଇଥିଲା।

ଏହି ଦୁଇ ଟିକା ବ୍ୟତୀତ ଆଉ କିଛି କମ୍ପାନୀର କରୋନା ଟିକା ଦେଶରେ ଟ୍ରାଏଲ ପର୍ଯ୍ୟାୟରେ ରହିଛି। ତେଣୁ ସେଗୁଡ଼ିକର ରିପୋର୍ଟ ଆସିବା ପରେ ସେମାନଙ୍କୁ ମଧ୍ୟ ଭାରତରେ ଜରୁରୀ କାଳୀନ ବ୍ୟବହାର ପାଇଁ ଅନୁମତି ମିଳିପାରିବ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story