ମହାମାରୀ ଓ ତୈଳଦରକୁ ଅନଲକ କରିଦେଇଛନ୍ତି ମୋଦି ସରକାର: ରାହୁଲ ଗାନ୍ଧି

ନୂଆଦିଲ୍ଲୀ: ମହାମାରୀ କରୋନା ସହ ତାଳ ଦେଇ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି। ମହାମାରୀ ଦ୍ରୁତଗତିରେ ବଢ଼ିବା ଓ ତୈଳଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କ୍ଷମତାସୀନ ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି। ରାହୁଲ ଟ୍ୱିଟ କରି କହିଛନ୍ତି, “ମୋଦି ସରକାର ମହାମାରୀ କରୋନା ଭାଇରସ ଓ ପେଟ୍ରୋଲ-ଡିଜେଲ ଦରକୁ ଅନଲକ କରିଦେଇଛନ୍ତି।” ଏଥିସହ ସେ କରୋନା କେମିତି ଦେଶରେ ଦିନକୁ ଦିନ ବ୍ୟାପୁଛି, ତା’ର […]

di

di

Hemant Lenka
  • Published: Wednesday, 24 June 2020
  • Updated: 24 June 2020, 12:45 PM IST

Sports

Latest News

ନୂଆଦିଲ୍ଲୀ: ମହାମାରୀ କରୋନା ସହ ତାଳ ଦେଇ ଦେଶରେ ପେଟ୍ରୋଲ ଓ ଡିଜେଲ ଦର ବଢ଼ିବାରେ ଲାଗିଛି। ମହାମାରୀ ଦ୍ରୁତଗତିରେ ବଢ଼ିବା ଓ ତୈଳଦର ବୃଦ୍ଧି ପ୍ରସଙ୍ଗକୁ ନେଇ ଆଜି କଂଗ୍ରେସ ସାଂସଦ ରାହୁଲ ଗାନ୍ଧି କ୍ଷମତାସୀନ ମୋଦି ସରକାରଙ୍କୁ ତୀବ୍ର ସମାଲୋଚନା କରିଛନ୍ତି।

ରାହୁଲ ଟ୍ୱିଟ କରି କହିଛନ୍ତି, “ମୋଦି ସରକାର ମହାମାରୀ କରୋନା ଭାଇରସ ଓ ପେଟ୍ରୋଲ-ଡିଜେଲ ଦରକୁ ଅନଲକ କରିଦେଇଛନ୍ତି।” ଏଥିସହ ସେ କରୋନା କେମିତି ଦେଶରେ ଦିନକୁ ଦିନ ବ୍ୟାପୁଛି, ତା’ର ଏକ ଗ୍ରାଫ ମଧ୍ୟ ପୋଷ୍ଟ କରିଛନ୍ତି।


ପୂର୍ବରୁ ରାହୁଲ ଗାନ୍ଧି ଲଦାଖ ସୀମାରେ ଚାଇନା ସହ ଚାଲିଥିବା ବିବାଦ ସମ୍ପର୍କରେ ମୋଦି ସରକାରଙ୍କୁ ଘେରିଥିଲେ। ବାରମ୍ବାର ଚାଇନା ବିରୋଧରେ ସରକାରଙ୍କ ରଣନୀତି କ’ଣ ସେକଥା ଜଣାଇବା ପାଇଁ ସରକାରଙ୍କ ନିକଟରେ ସେ ଦାବି କରି ଚାଲିଛନ୍ତି।

ବର୍ତ୍ତମାନ ଦେଶରେ କରୋନା ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ୫୬ ହଜାର ପାର କରିଛି। ସେହିପରି ୧୮ ଦିନ ହେଲା ଦେଶରେ ତୈଳଦର ବୃଦ୍ଧି ପାଇବାରେ ଲାଗିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos