ବାରଣାସୀରେ ପ୍ରଧାନମନ୍ତ୍ରୀ ଦେଲେ ସ୍ୱଛତା ବାର୍ତ୍ତା: ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣ କରିବାକୁ ସଂକଳ୍ପ

ଭୁବନେଶ୍ୱର (ଓଡ଼ିଶ ରିପୋର୍ଟର): ବାରଣାସୀ ଗସ୍ତର ଦ୍ୱିତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଶାହଂସାପୁରରେ ସ୍ୱଛତା ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି। ଏଥି ସହ କୃଷକଙ୍କୁ ସମ୍ବୋଧନ କରି ୨୦୨୨ ସୁଦ୍ଧା ସେମାନଙ୍କ ଆୟ ଦୁଇ ଗୁଣା ହେବ ବୋଲି କହିଥିଲେ। ୨୦୨୨ରେ ଭାରତ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବା ଅବସରରେ ଆମେ ଏହି ସଂକଳ୍ପ ନେବା ଉଚିତ୍ ବୋଲି ମୋଦି କହିଛନ୍ତି। ଏହି ଅବସରରେ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଥିଲେ ମୋଦି। ମୋଦିଙ୍କ ଆଜି ଶାହଂସାପୁରରେ ଶୌଚାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି। ମୋଦି ଗ୍ରାମବାସୀଙ୍କୁ ଭେଟି ସେମାନଙ୍କୁ ସ୍ୱଛତା ସମ୍ପର୍କରେ ମଧ୍ୟ ବୁଝାଇଛନ୍ତି। ମୋଦିଙ୍କ ଏହି ମହତ୍ୱାକାଂକ୍ଷୀ ଅଭିଯାନକୁ ସଫଳ କରିବା ପାଇଁ  ଅଭିନବ ଉପାୟ ଅବଲମ୍ବନ କରିଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଶୌଚାଳୟ ନିର୍ମାଣ କରି ଏହାକୁ ଇଜ୍ଜତ ଘର ନାଁ ଦେଇଛନ୍ତି ରାଜ୍ୟ ସରକାର। ଆଜିର ଅନ୍ୟାନ୍ୟ କାର୍ଯ୍ୟକ୍ରମ ମଧ୍ୟରେ ମୋଦି ବାରଣାସୀରେ ପଶୁଧନ ଆରୋଗ୍ୟ ମେଳାର ଶୁଭାରମ୍ଭ କରିଥିଲେ। ଏହି ଅବସରରେ ଯୋଗୀ ସରକାରଙ୍କ ଗୌଶାଳା ଅଭିଯାନର ମଧ୍ୟ ପ୍ରଶ୍ଂସା କରିଥିଲେ ମୋଦି।

ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।