ନୂଆଦିଲ୍ଲୀ:ସଂସଦରେ ଆଜି କଂଗ୍ରେସ ନେତା ଗୁଲାମ ନବୀ ଆଜାଦ କାଶ୍ମୀର ହିଂସାକୁ ନେଇ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଉପରେ ବର୍ଷିଛନ୍ତି। ସେ କହିଛନ୍ତି, “ମୋଦି ତାଙ୍କ ଅଫିସକୁ ସକାଳ ୧୦ଟାରୁ ଆସି ସଂଧ୍ୟା ୬ଟା ପର୍ଯ୍ୟନ୍ତ ରହିଥାନ୍ତି। କିନ୍ତୁ ଗୁରୁତ୍ୱପୁର୍ଣ୍ଣ କଥା ଆଲୋଚନା ବେଳେ ସାମିଲ ହୋଇ ନ ଥାନ୍ତି।” ମୋଦି ଦଳିତଙ୍କ ଉପରେ ହେଉଥିବା ଅତ୍ୟାଚାର ଓ କାଶ୍ମୀର ହିଂସା ଉପରେ ରାଜ୍ୟ ସଭାରେ ବକ୍ତବ୍ୟ ରଖନ୍ତୁ ବୋଲି ଆଜାଦ ଦାବି କରିଛନ୍ତି।
ଗତକାଲି କାଶ୍ମୀର ହିଂସା ନେଇ ସର୍ବଦଳୀୟ ବୈଠକ ଡାକିବାକୁ ରାଜ୍ୟସଭାରେ କଂଗ୍ରେସ ନେତା ଗୁଲାମ ନବୀ ଆଜାଦ୍ ଦାବି କରିଥିଲେ। ଗୃହମନ୍ତ୍ରୀ ରାଜନାଥ ସିଂ ଉତ୍ତରରେ କହିଥିଲେ, “କାଶ୍ମୀର ଘାଟିର ସ୍ଥିତି ଗମ୍ଭୀର ରହିଛି। ୩୩ ଦିନ ହେବ କାଶ୍ମୀରରେ କର୍ଫ୍ୟୁ ଜାରି ରହିଛି।”
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ପ୍ରେମିକାକୁ ହତ୍ୟା କରି ମୃତଦେହ ସହ ଦୁଇଦିନ ବିତାଇଲା ଅଭିଯୁକ୍ତ
ସୋଶାଲ ମିଡିଆରେ ମିଶିବା ପରେ ବଢ଼ିଥିଲା ପ୍ରେମ ସମ୍ପର୍କ। ରାଜ୍ୟ ବାହାରୁ ଅଭିଯୁକ୍ତ ପ୍ରେମିକକୁ ଗିରଫ କରିଛି ପୁଲିସ।
Politics
ଶେଷ ଘଣ୍ଟାରେ ପଡ଼ିଛି ୭୬ ଲକ୍ଷ ଭୋଟ! ମହାରାଷ୍ଟ୍ର ନିର୍ବାଚନରେ ଅନିୟମିତତା ଅଭିଯୋଗ ଆଣିଲା କଂଗ୍ରେସ
ମହାରାଷ୍ଟ୍ରରେ ଭୋଟ ଗ୍ରହଣ ଏବଂ ଗଣନା ପ୍ରକ୍ରିୟାରେ ଗୁରୁତର ଅନିୟମିତତା ହୋଇଥିବା ନେଇ ନିର୍ବାଚନ ଆୟୋଗଙ୍କୁ ଚିଠି ଲେଖିଲା କଂଗ୍ରେସ। ମାତ୍ର ୫ ମାସ ମଧ୍ୟରେ ମହାରାଷ୍ଟ୍ର ଭୋଟର ତାଲିକାରେ ପ୍ରାୟ ୪୭ ଲକ୍ଷ ନୂଆ ଭୋଟରଙ୍କୁ ଯୋଡ଼ା ଯାଇଥିବା ଅଭିଯୋଗ।
Science & Environment
ଘରେ ଲାଗିଛି ୧୫ ହଜାର ଗଛ, ଦିଲ୍ଲୀରେ ଥାଇ ବି ପ୍ରଦୂଷଣମୁକ୍ତ
ରକ୍ତ କର୍କଟରେ ଆକ୍ରାନ୍ତ ହେବା ପରେ ଦିଲ୍ଲୀ ଛାଡ଼ି ଚାଲିଯିବାକୁ ପରାମର୍ଶ ଦେଇଥିଲେ ଡାକ୍ତର।
Accident
ଓଲଟି ପଡ଼ିଲା ବସ୍; ୧୦ ଯାତ୍ରୀ ମୃତ, ୩୦ରୁ ଊର୍ଦ୍ଧ୍ୱ ଆହତ
ଏକ ସରକାରୀ ବସ୍ ପାଖାପାଖି ୫୦ ଜଣ ଯାତ୍ରୀଙ୍କୁ ନେଇ ଯାଉଥିଲା।
Politics
ମହାରାଷ୍ଟ୍ରରେ ଟ୍ୱିଷ୍ଟ୍; ସରକାର ଗଠନ ପୂର୍ବରୁ ଗାଁକୁ ପଳେଇଲେ ସିନ୍ଦେ
ମହାୟୁତି ମହାମେଣ୍ଟର ବୈଠକ ବାତିଲ୍।