ରେକର୍ଡ ୩୫୧ ସିଟ୍ ସହ 'ଫିର୍ ଏକ ବାର୍' ମୋଦି ସରକାର

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ବିଜେପି ରେକର୍ଡ ସଂଖ୍ୟକ ଆସନ ଦଖଲ କରି ସରକାର ଗଠନ କରିବାକୁ ଯାଉଛି। ସାରା ଦେଶରେ ମୋଦି ସୁନାମି ବିରୋଧୀଙ୍କ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରିଛି। ଗତକାଲି ଠାରୁ ୫୪୨ ଲୋକସଭା ଆସନ ପାଇଁ ଗଣତି ଚାଲିଥିବା ବେଳେ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି। ଘୋଷଣା ଅନୁଯାୟୀ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୫୪୨ ଲୋକସଭା ଆସନରୁ ୩୫୧ଟିରେ ବିଜୟୀ ହୋଇଛି। ଏକାକୀ ବିଜେପି ୩୦୩ଟି ଆସନରେ ବାଜିମାତ […]

d

d

Hemant Lenka
  • Published: Friday, 24 May 2019
  • Updated: 24 May 2019, 05:12 PM IST

Sports

Latest News

ନୂଆଦିଲ୍ଲୀ: ଚଳିତ ସାଧାରଣ ନିର୍ବାଚନରେ ବିଜେପି ରେକର୍ଡ ସଂଖ୍ୟକ ଆସନ ଦଖଲ କରି ସରକାର ଗଠନ କରିବାକୁ ଯାଉଛି। ସାରା ଦେଶରେ ମୋଦି ସୁନାମି ବିରୋଧୀଙ୍କ ଶିବିରକୁ ଧ୍ୱସ୍ତବିଧ୍ୱସ୍ତ କରିଛି। ଗତକାଲି ଠାରୁ ୫୪୨ ଲୋକସଭା ଆସନ ପାଇଁ ଗଣତି ଚାଲିଥିବା ବେଳେ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ଚୂଡ଼ାନ୍ତ ଫଳାଫଳ ଘୋଷଣା କରାଯାଇଛି।

ଘୋଷଣା ଅନୁଯାୟୀ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ୫୪୨ ଲୋକସଭା ଆସନରୁ ୩୫୧ଟିରେ ବିଜୟୀ ହୋଇଛି। ଏକାକୀ ବିଜେପି ୩୦୩ଟି ଆସନରେ ବାଜିମାତ କରିଛି। ଏଭଳି ୩୦୦ରୁ ଅଧିକ ସଂଖ୍ୟକ ଆସନ ଜିତି ସରକାର ଗଠନ କରିବାରେ ବିଜେପି ରେକର୍ଡ କରିଛି। ପୂର୍ବରୁ ୧୯୮୪ରେ ଇନ୍ଦିରା ଗାନ୍ଧିଙ୍କ ହତ୍ୟା ପରେ କଂଗ୍ରେସ ଏହାଠାରୁ ବଡ଼ ସଫଳତା ହାସଲ କରିଥିଲା।

୧୯୮୪ ଲୋକସଭା ନିର୍ବାଚନରେ କଂଗ୍ରେସ ଏକାକୀ ୪୧୪ଟି ଆସନ ଜିତିଥିବା ବେଳେ ବିଜେପି ମାତ୍ର ୨ଟି ଆସନ ପାଇଥିଲା। ଏଥର ବିଜେପି ୩୦୩ଟି ଆସନ ଜିତିଥିବା ବେଳେ କଂଗ୍ରେସ ଏକାକୀ ୫୨ଟି ଆସନ ପାଇଛି। ୨୦୧୪ରେ ବିଜେପି ୨୮୨ଟି ଆସନ ଜିତିଥିବା ବେଳେ କଂଗ୍ରେସ ୪୪ଟି ଆସନ ପାଇଥିଲା। ଏହି ୫ ବର୍ଷ ମଧ୍ୟ କଂଗ୍ରେସ ସଂଘର୍ଷ କରି ମାତ୍ର ୮ଟି ଅଧିକ ଆସନ ପାଇବାକୁ ସକ୍ଷମ ହୋଇଛି।

ନିର୍ବାଚନ କମିଶନଙ୍କ ସୂଚନା ଅନୁଯାୟୀ, ବିଜେପି ଗୁଜରାଟ, ହରିଆଣା ଓ ଦିଲ୍ଲୀ ଭଳି ରାଜ୍ୟରେ କ୍ଲିନ୍‌ ସୁଇପ୍‌ କରିଛି। ଏନଡିଏ ୩୫୧ଟି ଆସନରେ ଜିତିଥିବା ବେଳେ ୟୁପିଏ ୯୧ଟି ଆସନ ପାଇଛି। ସେହିପରି ଅନ୍ୟାନ୍ୟ ଦଳ ୧୦୦ଟି ଆସନ ଦଖଲ କରିଛନ୍ତି।

ବିଜେପିକୁ ସବୁଠାରୁ ବଡ଼ ଝଟ୍‌କା ତାମିଲନାଡୁରେ ଲାଗିଛି। ଏଠାରେ ଦଳ ଆଦୌ ଖାତା ଖୋଲି ପାରିନାହିଁ। ଏଠାରେ କଂଗ୍ରେସ-ଡିଏମକେ ଯୋଡ଼ି ଭୋଟ୍‌ ହୋଇଥିବା ୩୮ଟି ଆସନରୁ ୩୭ଟିରେ ବାଜିମାତ କରିଥିବା ବେଳେ ଶାସକ ଏଆଇଏଡିଏମକେ ମାତ୍ର ଗୋଟିଏ ଆସନ ପାଇଛି। ଗତଥର ଏଆଇଏଡିଏମକେ ଏଠାରେ ୩୮ଟି ଆସନ ଜିତିଥିଲା। ଦଳ ବିଜେପି ସହ ମେଣ୍ଟ କରିବା ବୁମେରାଂ ହେଲା ବୋଲି ଚର୍ଚ୍ଚା ହେଉଛି।

ବିହାରରେ ବିଜେପି ଓ ଜେଡିୟୁ ମେଣ୍ଟ ୪୦ଟି ଆସନରୁ ୩୯ଟିରେ ଜିତିଥିଲା ବେଳେ କଂଗ୍ରେସ ଓ ଆରଜେଡି ମେଣ୍ଟ ଗୋଟିଏ ଆସନ ପାଇଛନ୍ତି। ନିକଟରେ ଶେଷ ହୋଇଥିବା ରାଜସ୍ଥାନ, ଛତିଶଗଡ଼ ଓ ମଧ୍ୟପ୍ରଦେଶ ବିଧାନସଭାରେ ବିଜେପି ପରାସ୍ତ ହୋଇଥିଲା। କିନ୍ତୁ ଲୋକସଭାରେ ଦଳ ଏକତରଫା ବିଜୟ ହାସଲ କରିଛି। ମଧ୍ୟପ୍ରଦେଶରେ ବିଜେପି ୨୯ଟି ଆସନରୁ ୨୮ଟିରେ ଜିତିଥିବା ବେଳେ କଂଗ୍ରେସ ୧ଟି ଆସନ ପାଇଛି। ରାଜସ୍ଥାନର ସମସ୍ତ ୨୫ଟି ଆସନ ବିଜେପି ପାଇଛି। ଛତିଶଗଡ଼ର ୧୧ଟି ଆସନରୁ ବିଜେପି ୯ଟି ଓ କଂଗ୍ରେସ ୨ଟି ଆସନ ଜିତିଛି।

ମହାରାଷ୍ଟ୍ରରେ ବିଜେପି ଓ ଶିବସେନା ଯୋଡ଼ି କମାଲ କରିଛନ୍ତି। ରାଜ୍ୟର ୪୮ଟି ଆସନରୁ ଏହି ମେଣ୍ଟ ୪୧ଟି ଆସନ ଦଖଲ କରିଛି। କଂଗ୍ରେସ ମେଣ୍ଟ ୫ଟି ଓ ଅନ୍ୟା ଦଳଙ୍କ ଖାତାକୁ ୨ଟି ଆସନ ଯାଇଛି। ପଞ୍ଜାବରେ କଂଗ୍ରେସ ୧୩ଟିରୁ ୮ଟି ଜିତିଥିବା ବେଳେ ବିଜେପି ଓ ଏସଏଡି ଯୋଡ଼ି ୪ଟି ଓ ଆପ୍‌ ଗୋଟିଏ ଆସନ ଜିତିଛି। ହରିଆଣାର ୧୦ଟି ଯାକ ଆସନ ବିଜେପି ଜିତିଛି। ଝାରଖଣ୍ଡର ୧୪ଟି ଲୋକସଭା ଆସନରୁ ବିଜେପି ୧୨ଟି ଓ କଂଗ୍ରେସ ୨ଟି ଆସନ ପାଇଛି। ଦିଲ୍ଲୀରେ ମଧ୍ୟ ବିଜେପି ୭ଟି ଯାକ ଆସନ ପାଇଛି। କେରଳରେ ବିଜେପି ଖାତା ଖୋଲି ପାରି ନାହିଁ। ଏଲଡିଏଫ୍‌ ୧ଟି ଆସନ ଜିତିଥିବା ବେଳେ କଂଗ୍ରେସ ଓ ୟୁଡିଏଫ୍‌ ୧୯ଟି ଆସନ ପାଇଛନ୍ତି।

ଗୁଜରାଟରେ ବିଜେପି ୨୬ଟି ଯାକ ଆସନ ଜିତିଛି। ପଶ୍ଚିମବଙ୍ଗରେ ବିଜେପି ଧସେଇ ପଶିବାକୁ ସକ୍ଷମ ହୋଇଛି। ଏଠାରେ ଦଳ ୪୨ଟି ଲୋକସଭା ଆସନରୁ ୧୮ଟିରେ ଜିତିଥିବା ବେଳେ ଶାସକ ଟିଏମସି ୨୨ଟି ଜିତିଛି। କଂଗ୍ରେସ ୨ଟି ଆସନରେ ଜିତିଛି। ଉତ୍ତରାଖଣ୍ଡରେ ବିଜେପି ୫ଟି ଯାକ ଆସନ ଦଖଲ କରିଛି। ଓଡ଼ିଶାରେ ବିଜେପି ୮ଟିରେ ଜିତିଥିବା ବେଳେ ଶାସକ ବିଜେଡି ଖାତାକୁ ୧୨ଟିରେ ଓ କଂଗ୍ରେସ ଗୋଟିଏ ଆସନରେ ଜିତିଛି। କର୍ଣ୍ଣାଟକାରେ କଂଗ୍ରେସ ଓ ଜେଡିଏସ୍‌ର ମେଣ୍ଟ ସରକାର ଥିଲେ ହେଁ ବିଜେପି ୨୮ଟି ଲୋକସଭା ଆସନରୁ ୨୫ଟିରେ ଜିତିଛି। କଂଗ୍ରେସ ଜେଡିଏସ୍‌ ଯୋଡ଼ି ୨ଟି ଆସନ ପାଇଛନ୍ତି। ଅନ୍ୟାନ୍ୟ ଦଳଙ୍କ ଖାତାକୁ ଗୋଟିଏ ଆସନ ଯାଇଛି।

ହିମାଚଳ ପ୍ରଦେଶରେ ମଧ୍ୟ ବିଜେପି କ୍ଲିନ୍‌ ସୁଇପ୍‌ କରି ୪ଟି ଯାକ ଆସନ ପାଇଛି। ଆନ୍ଧ୍ର ପ୍ରଦେଶରେ ବିଜେପି କିମ୍ବା କଂଗ୍ରେସ ଖାତା ଖୋଲି ପାରିନାହାନ୍ତି। ଆନ୍ଧ୍ରର ୨୫ଟି ଆସନରୁ ୱାଇଏସ୍‌ଆର କଂଗ୍ରେସ ୨୨ଟି ଆସନ ପାଇଥିବା ବେଳେ ଟିଡିପି ୩ଟି ଆସନ ପାଇଛି। ତେଲେଙ୍ଗାନାରେ ବିଜେପି ୪ଟି ଆସନ ପାଇଥିବା ବେଳେ କେସିଆରଙ୍କ ଟିଆରଏସ୍‌ ୯ଟି, କଂଗ୍ରେସ ୩ଟି ଓ ଅନ୍ୟାନ୍ୟ ଦଳ ଗୋଟିଏ ଆସନ ପାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story