ପାକିସ୍ତାନ ଆକାଶ ମାର୍ଗ ବ୍ୟବହାର କରିବେନାହିଁ ମୋଦି

ନୂଆଦିଲ୍ଲୀ: ଜୁନ୍‌ ୧୩ ଓ ୧୪ ତାରିଖରେ କିର୍ଗିସ୍ତାନର ବିଶକେକ୍‌ରେ ଏସ୍‌ସିଓ ସମ୍ମିଳନୀ ଅନୁଷ୍ଠିତ ହେବ। ଏସ୍‌ସିଓର ସମସ୍ତ ସଦସ୍ୟ ରାଷ୍ଟ୍ର ଏଥିରେ ଯୋଗଦେବେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେଠାକୁ ଯିବେ। ଏହି ସମୟରେ ମୋଦିଙ୍କ ସ୍ୱତନ୍ତ୍ର ବିମାନ ପାକିସ୍ତାନର ଆକାଶ ମାର୍ଗରେ କିର୍ଗିସ୍ତାନ ଯିବାର ଥିଲା। ହେଲେ ବର୍ତ୍ତମାନ ଭାରତ ସରକାର ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ପୂର୍ବରୁ ପାକିସ୍ତାନର ଆକାଶ ମାର୍ଗ ବ୍ୟବହାର କରିବାକୁ ଭାରତ ସରକାର ଚାହୁଁଥିଲେ। ଏପରି କି ଏଥିପାଇଁ […]

wqw

Hemant Lenka
  • Published: Wednesday, 12 June 2019
  • , Updated: 12 June 2019, 03:05 PM IST

ନୂଆଦିଲ୍ଲୀ: ଜୁନ୍‌ ୧୩ ଓ ୧୪ ତାରିଖରେ କିର୍ଗିସ୍ତାନର ବିଶକେକ୍‌ରେ ଏସ୍‌ସିଓ ସମ୍ମିଳନୀ ଅନୁଷ୍ଠିତ ହେବ। ଏସ୍‌ସିଓର ସମସ୍ତ ସଦସ୍ୟ ରାଷ୍ଟ୍ର ଏଥିରେ ଯୋଗଦେବେ। ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ସେଠାକୁ ଯିବେ। ଏହି ସମୟରେ ମୋଦିଙ୍କ ସ୍ୱତନ୍ତ୍ର ବିମାନ ପାକିସ୍ତାନର ଆକାଶ ମାର୍ଗରେ କିର୍ଗିସ୍ତାନ ଯିବାର ଥିଲା।

ହେଲେ ବର୍ତ୍ତମାନ ଭାରତ ସରକାର ନିଜର ଆଭିମୁଖ୍ୟ ବଦଳାଇଛନ୍ତି। ପୂର୍ବରୁ ପାକିସ୍ତାନର ଆକାଶ ମାର୍ଗ ବ୍ୟବହାର କରିବାକୁ ଭାରତ ସରକାର ଚାହୁଁଥିଲେ। ଏପରି କି ଏଥିପାଇଁ ପାକିସ୍ତାନ ସରକାରଙ୍କ ଅନୁମତି ମଧ୍ୟ ଲୋଡ଼ା ଯାଇଥିଲା। ପାକିସ୍ତାନ ସରକାର ଏଥିପାଇଁ ଅନୁମତି ମଧ୍ୟ ଦେଇଥିଲେ। ହେଲେ ଭାରତ ସରକାର ଆଜି ପାକିସ୍ତାନର ଆକାଶ ମାର୍ଗ ବ୍ୟବହାର କରିବେ ନାହିଁ ବୋଲି କହିଛନ୍ତି। ପାକିସ୍ତାନ ଆକାଶ ମାର୍ଗ ବଦଳରେ ମୋଦିଙ୍କ ବିମାନ କେନ୍ଦ୍ରୀୟ ଏସିଆନ୍‌ ଦେଶ ଦେଇ କିର୍ଗିସ୍ତାନ ଯିବ ବୋଲି କୁହାଯାଇଛି।

ପ୍ରଧାନମନ୍ତ୍ରୀ ମୋଦିଙ୍କ ଭିଭିଆଇପି ବିମାନଟି ଓମାନ, ଇରାନ୍‌ ଓ କେନ୍ଦ୍ରୀୟ ଏସିଆନ୍‌ ଦେଶର ଆକାଶ ମାର୍ଗ ଦେଇ ବିଶକେକ୍‌ରେ ପହଞ୍ଚିବ। ଆମ ପାଖରେ ବିଶକେକ୍‌ ଯିବା ପାଇଁ ଦୁଇଟି ରାସ୍ତା ଥିଲା। ଗୋଟିଏ ପାକିସ୍ତାନର ଆକାଶ ମାର୍ଗ ଏବଂ ଅନ୍ୟଟି କେନ୍ଦ୍ରୀୟ ଏସିଆନ୍‌ ଦେଶ । ଆମେ ଦ୍ୱିତୀୟ ବିକଳ୍ପକୁ ବାଛିଛୁ। ପ୍ରଧାନମନ୍ତ୍ରୀ ଆଜି ହିଁ ବିଶକେକ୍‌ ଅଭିମୁଖେ ଯାତ୍ରା ଆରମ୍ଭ କରିବେ ବୋଲି ବୈଦେଶିକ ମନ୍ତ୍ରଣାଳୟର ମୁଖପାତ୍ର ରବିଶ କୁମାର କହିଛନ୍ତି।

ଉଲ୍ଲେଖଯୋଗ୍ୟ, ଏହି ଏସ୍‌ସିଓ ବୈଠକରେ ପାକିସ୍ତାନ ପ୍ରଧାମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ମଧ୍ୟ ଯୋଗଦେବେ। ହେଲେ ମୋଦି ଓ ଇମ୍ରାନଙ୍କ ମଧ୍ୟରେ କୌଣସି ପ୍ରକାରର ଆଲୋଚନା ହେବନାହିଁ ବୋଲି ଜଣାପଡ଼ିଛି।

Related story