ପୁର୍ତ୍ତଗାଲ ସହ ୧୧ଟି ଚୁକ୍ତି କଲେ ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ଯାତ୍ରାର ପ୍ରଥମ ଭାଗରେ ପୁର୍ତ୍ତଗାଲରେ ଯାଇ ପହଞ୍ଚିଛନ୍ତି। ଏହି ଅବସରରେ ମୋଦି ଆତଙ୍କବାଦ ମୁକାବିଲା ଓ ଜଳବାୟୁ ଅଧ୍ୟୟନ ପରି କ୍ଷେତ୍ରରେ ସହଯୋଗ ଉପରେ ପୁର୍ତ୍ତଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିୟୋ କୋଷ୍ଟା ସହ ଆଲୋଚନା କରିଛନ୍ତି। ଏହାସହିତ ଭାରତ-ପୁର୍ତ୍ତଗାଲ ମଧ୍ୟରେ  ଯୁବ ଏବଂ ସାଂସ୍କୃତିକ ଆଦାନ ପ୍ରଦାନ ସମେତ ୧୧ଟି ଦ୍ୱିପାକ୍ଷିକ ଚୁକ୍ତି ଉପରେ ବୁଝାମଣା ହୋଇଛି। ମୋଦି କହିଛନ୍ତି,“ଆମେ ଚାରି ମିଲିୟନ୍ ୟୁରିରେ ଏକ ସାଇନ୍ସ ଓ ଟେକ୍ନଲୋଜି ଫଣ୍ଡ୍ […]

modi

modi

Rakesh Mallick
  • Published: Sunday, 25 June 2017
  • Updated: 25 June 2017, 10:10 AM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତ୍ରିରାଷ୍ଟ୍ରୀୟ ଯାତ୍ରାର ପ୍ରଥମ ଭାଗରେ ପୁର୍ତ୍ତଗାଲରେ ଯାଇ ପହଞ୍ଚିଛନ୍ତି। ଏହି ଅବସରରେ ମୋଦି ଆତଙ୍କବାଦ ମୁକାବିଲା ଓ ଜଳବାୟୁ ଅଧ୍ୟୟନ ପରି କ୍ଷେତ୍ରରେ ସହଯୋଗ ଉପରେ ପୁର୍ତ୍ତଗାଲ ପ୍ରଧାନମନ୍ତ୍ରୀ ଆଣ୍ଟୋନିୟୋ କୋଷ୍ଟା ସହ ଆଲୋଚନା କରିଛନ୍ତି।

ଏହାସହିତ ଭାରତ-ପୁର୍ତ୍ତଗାଲ ମଧ୍ୟରେ  ଯୁବ ଏବଂ ସାଂସ୍କୃତିକ ଆଦାନ ପ୍ରଦାନ ସମେତ ୧୧ଟି ଦ୍ୱିପାକ୍ଷିକ ଚୁକ୍ତି ଉପରେ ବୁଝାମଣା ହୋଇଛି। ମୋଦି କହିଛନ୍ତି,“ଆମେ ଚାରି ମିଲିୟନ୍ ୟୁରିରେ ଏକ ସାଇନ୍ସ ଓ ଟେକ୍ନଲୋଜି ଫଣ୍ଡ୍ ନିର୍ମାଣ କରିବା ପାଇଁ ସହମତି ପ୍ରକାଶ କରିଛୁ। କରପ୍ରଦାନ,ବିଜ୍ଞାନ, ସ୍ପାଇସେସ୍, ଯୁବ ବ୍ୟାପର ଓ କ୍ରୀଡ଼ା କ୍ଷେତ୍ରରେ ନୂଆ ବୁଝାମଣା ହୋଇଥିବ ମୋଦି କହିଛନ୍ତି। ଆତଙ୍କବାଦ ଓ ହିଂସା ବିରୋଧରେ ଦୁଇ ଦେଶ ମଧ୍ୟରେ ସମ୍ପର୍କ ମଜଭୁତ କରିବା ପାଇଁ ଦୃଢ ସଂକଳ୍ପ ନିଆଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos