ଚାଷୀଙ୍କୁ ଆଶ୍ୱାସନା ଦେଲେ ମୋଦି: କହିଲେ- ଆମ ଚିନ୍ତାଧାରା ଗଙ୍ଗାଭଳି ପବିତ୍ର

ଲକ୍ଷ୍ନୌ: କେନ୍ଦ୍ର କୃଷି ଆଇନ ବିରୋଧରେ ବିଶାଳ ବିକ୍ଷୋଭ ଚାଲିଥିବା ବେଳେ ଏହାକୁ ପ୍ରଶମିତ କରିବା ପାଇଁ ସରକାର ଜୋରଦାର ଉଦ୍ୟମ କରୁଛନ୍ତି। ହେଲେ ଚାଷୀମାନେ ନିଜ ଜିଦ୍‌ରେ ଅଟଳ ରହି ଆନ୍ଦୋଳନ ଜାରି ରଖିଛନ୍ତି। କୃଷି ଆଇନ ପ୍ରତ୍ୟାହାର ନ ହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି। ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ କୃଷି ଆଇନ ସପକ୍ଷରେ ମତ ଉପସ୍ଥାପନ କରିଛନ୍ତି। ଆଜି ଉତ୍ତର ପ୍ରଦେଶର ବାରାଣସୀ […]

m

m

Hemant Lenka
  • Published: Monday, 30 November 2020
  • Updated: 30 November 2020, 06:21 PM IST

Sports

Latest News

ଲକ୍ଷ୍ନୌ: କେନ୍ଦ୍ର କୃଷି ଆଇନ ବିରୋଧରେ ବିଶାଳ ବିକ୍ଷୋଭ ଚାଲିଥିବା ବେଳେ ଏହାକୁ ପ୍ରଶମିତ କରିବା ପାଇଁ ସରକାର ଜୋରଦାର ଉଦ୍ୟମ କରୁଛନ୍ତି। ହେଲେ ଚାଷୀମାନେ ନିଜ ଜିଦ୍‌ରେ ଅଟଳ ରହି ଆନ୍ଦୋଳନ ଜାରି ରଖିଛନ୍ତି। କୃଷି ଆଇନ ପ୍ରତ୍ୟାହାର ନ ହେବା ଯାଏ ଏହି ଆନ୍ଦୋଳନ ଜାରି ରହିବ ବୋଲି ସେମାନେ କହିଛନ୍ତି।

ଏସବୁ ଭିତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆ କୃଷି ଆଇନ ସପକ୍ଷରେ ମତ ଉପସ୍ଥାପନ କରିଛନ୍ତି। ଆଜି ଉତ୍ତର ପ୍ରଦେଶର ବାରାଣସୀ ଗସ୍ତରେ ଯାଇଥିବା ମୋଦି ଚାଷୀଙ୍କୁ ଆଶ୍ୱାସନା ଦେଇ କହିଛନ୍ତି, ବିଗତ କିଛି ଦିନ ହେଲା ଦେଶରେ ନୂଆ ଟ୍ରେଣ୍ଡ ଦେଖିବାକୁ ମିଳୁଛି। ପୂର୍ବରୁ ଯଦି ସରକାରଙ୍କ କୌଣସି ନିଷ୍ପତ୍ତି ଭଲ ଲାଗୁ ନଥିଲା, ତା’ହେଲେ ଏହାକୁ ବିରୋଧ କରାଯାଉଥିଲା। କିନ୍ତୁ ଏବେ ନିଷ୍ପତ୍ତି ନୁହେଁ, ବରଂ ଭୁଲ କଥାକୁ ପ୍ରଚାର କରିବା ପାଇଁ ବିରୋଧ କରାଯାଉଛି।

ଲୋକଙ୍କୁ କୁହାଯାଉଛି ଯେ ନିଷ୍ପତ୍ତି ଠିକ ଅଛି, ହେଲେ ସମୟ ବଢ଼ିବା ସହ ଏହି ନିଷ୍ପତ୍ତି ଦ୍ୱାରା ଅନେକ ଅଘଟଣ ଘଟିବ। ତେଣୁ ଏହାକୁ ଏବେଠାରୁ ବିରୋଧ କରାଯିବା ଭଲ। କିନ୍ତୁ ଯେଉଁ କଥା ଏବେ ଘଟିନାହିଁ କିମ୍ବା ଭବିଷ୍ୟତରେ ଘଟିବାର ନାହିଁ, ତା’କୁ ଆକଳନ କରି ସମାଜରେ ଭୁଲ କଥାର ପ୍ରଚାର କାହିଁକି କରାଯାଉଛି? ଏବେ ଯେଉଁମାନେ ଲୋକଙ୍କୁ ଭ୍ରମିତ କରୁଛନ୍ତି, ସେମାନେ ଦୀର୍ଘ ଦଶନ୍ଧି ଧରି ଚାଷୀଙ୍କ ସହ ଛଳନା କରି ଆସୁଥିଲେ।

ମା’ ଗଙ୍ଗାଙ୍କ ପବିତ୍ରକୂଳରୁ ମୁଁ ସମସ୍ତଙ୍କୁ କହିବାକୁ ଚାହେଁ ଯେ ଆମେ କୌଣସି ପ୍ରକାରର ଖରାପ ଚିନ୍ତାଧାରା ରଖିନାହୁଁ। ଆମ ଚିନ୍ତାଧାରା ଠିକ୍‌ ଗଙ୍ଗା ନଦୀର ଜଳ ଭଳି ପବିତ୍ର। ଯଦି କେହି ଭାବୁଛନ୍ତି ପୁରୁଣା ବ୍ୟବସ୍ଥା ଭଲ ଥିଲା, ତା’ହେଲେ କିଏ ସେମାନଙ୍କୁ ପୁରୁଣା ବ୍ୟବସ୍ଥା ଦ୍ୱାରା କାମ କରିବାକୁ ମନା କରୁଛି।

ନୂଆ ଆଇନରେ ଏହାକୁ ବନ୍ଦ କରିବା ପାଇଁ କୌଣସି ବ୍ୟବସ୍ଥା ନାହିଁ। ଓପନ ମାର୍କେଟ ବ୍ୟବସ୍ଥା ପାରମ୍ପରିକ ମଣ୍ଡି ଓ ଧାର୍ଯ୍ୟ ଏମଏସପିକୁ ବନ୍ଦ କରିବ ନାହିଁ। କୃଷକମାନଙ୍କୁ ଆଧୁନିକ ସୁବିଧା ଯୋଗାଇବା, କ୍ଷୁଦ୍ର ଚାଷୀଙ୍କୁ ସଂଗଠିତ କରି ଅଧିକ ମଜବୁତ କରିବା ପାଇଁ ଉଦ୍ୟମ କରାଯାଉଛି। ଫସଲ ବୀମା ହେଉ କିମ୍ବା ଜଳସେଚନ, ମଞ୍ଜି ହେଉ କି ବଜାର ପ୍ରତ୍ୟେକ ସ୍ତରରେ ଚାଷୀଙ୍କୁ ସୁବିଧା ମିଳିବା ଭଳି କାର୍ଯ୍ୟ କରାଯାଇଛି।”
ସେ ଆହୁରି କହିଛନ୍ତି, ଭାରତର କୃଷିଜାତ ଦ୍ରବ୍ୟ ସମଗ୍ର ବିଶ୍ୱରେ ପରିଚୟ ହାସଲ କରିଛି। ତେଣୁ ଚାଷୀଙ୍କୁ କ’ଣ ବଡ଼ ବଜାରରେ ନିଜର କଷ୍ଟ ଉପାର୍ଜିତ ଦ୍ରବ୍ୟକୁ ବିକ୍ରି କରିବା ପାଇଁ ଅନୁମତି ମିଳିବା ଉଚିତ ନୁହେଁ? ପୂର୍ବରୁ ମଣ୍ଡି ବ୍ୟତୀତ ଯଦି ଆଉ କେଉଁଠି ଚାଷୀ ତା’ର ଦ୍ରବ୍ୟକୁ ବିକ୍ରି କରେ, ତା’ହେଲେ ଏହାକୁ ବେଆଇନ ବୋଲି କୁହାଯାଉଥିଲା।

ଏହାଦ୍ୱାରା ଛୋଟ ଚାଷୀ ହଇରାଣ ହେଉଥିଲେ। ହେଲେ ନୂଆ ଆଇନ ଏସବୁ ବ୍ୟବସ୍ଥା ଉପରେ ରୋକ ଲଗାଇବାରେ ସହାୟକ ହେବ। ଚାଷୀଙ୍କ ଆୟ ମଧ୍ୟ ଦୁଇ ଗୁଣ ହୋଇପାରିବ ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos