କେସିଆର, ନବୀନ ଓ ୱାଇଏସ୍‌ଆର କଂଗ୍ରେସ ଉପରେ ମୋଦିଙ୍କ ଆଖି

ନୂଆଦିଲ୍ଲୀ: ଆସନ୍ତା ୨୦୧୯ ଲୋକସଭା ନିର୍ବାଚନକୁ ୧୦୦ ଦିନରୁ କମ୍‌ ସମୟ ରହିଛି। ଦେଶର ନିର୍ବାଚନ ହାୱା ବହିବା ପୂର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ପକ୍ଷରୁ ସର୍ଭେ କରାଯାଇ ଫଳାଫଳ ପ୍ରକାଶ ପାଇଛି। ତେବେ ଏହି ସର୍ଭେ ରିପୋର୍ଟ ଯଦି କାହାକୁ ସବୁଠୁ ବେଶି ଝଟ୍‌କା ଦେଇଥାଏ, ତା’ହେଲେ ସେ ହେଉଛି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ। କାରଣ ସବୁ ସର୍ଭେ ରିପୋର୍ଟ ଏନ୍‌ଡିଏ ୨୦୧୪ ତୁଳନାରେ ୧୦୦ରୁ ଅଧିକ ଆସନ ହରାଇବ ବୋଲି ଆକଳନ କରିଛି। […]

b

b

Hemant Lenka
  • Published: Friday, 25 January 2019
  • Updated: 25 January 2019, 09:48 PM IST

ନୂଆଦିଲ୍ଲୀ: ଆସନ୍ତା ୨୦୧୯ ଲୋକସଭା ନିର୍ବାଚନକୁ ୧୦୦ ଦିନରୁ କମ୍‌ ସମୟ ରହିଛି। ଦେଶର ନିର୍ବାଚନ ହାୱା ବହିବା ପୂର୍ବରୁ ବିଭିନ୍ନ ଜାତୀୟ ଗଣମାଧ୍ୟମ ସଂସ୍ଥାଗୁଡ଼ିକ ପକ୍ଷରୁ ସର୍ଭେ କରାଯାଇ ଫଳାଫଳ ପ୍ରକାଶ ପାଇଛି।

ତେବେ ଏହି ସର୍ଭେ ରିପୋର୍ଟ ଯଦି କାହାକୁ ସବୁଠୁ ବେଶି ଝଟ୍‌କା ଦେଇଥାଏ, ତା’ହେଲେ ସେ ହେଉଛି ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ। କାରଣ ସବୁ ସର୍ଭେ ରିପୋର୍ଟ ଏନ୍‌ଡିଏ ୨୦୧୪ ତୁଳନାରେ ୧୦୦ରୁ ଅଧିକ ଆସନ ହରାଇବ ବୋଲି ଆକଳନ କରିଛି। ଏହି ଆକଳନ ବିଜେପିର ଦୁଇ ହେଭିୱେଟ୍‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଷ୍ଟ୍ରାଟେଜୀ ଗୁରୁ ଅମିତ ଶାହଙ୍କ ନିଦ ହଜାଇ ଦେଇଛି।

ଏବିପି-ସି ଭୋଟର ସର୍ଭେ ଅନୁଯାୟୀ, ଏନ୍‌ଡିଏ ୨୩୩ଟି ଆସନ, ରିପ୍ଲବିକ ସି-ଭୋଟର ସର୍ଭେ ଅନୁଯାୟୀ ଏନ୍‌ଡିଏ ୨୩୩ ଆସନ ଓ ଇଣ୍ଡିଆ ଟୁଡେ-କାର୍ତ୍ତିର ସର୍ଭେ ଅନୁସାରେ ଏନ୍‌ଡିଏ ୨୩୭ଟି ଆସନ ପାଇବ ବୋଲି ଆକଳନ କରାଯାଇଛି। ଏପରି ସ୍ଥିତିରେ ପୁଣି ସରକାର ଗଠନ କରିବାକୁ ଏନ୍‌ଡିଏକୁ ପାଖାପାଖି ୪୦ଟି ଆସନ ଦରକାର। ଏହି ଆସନ ଆସିବ କେଉଁଠୁ? ତାକୁ ନେଇ ଚର୍ଚ୍ଚା।

ତେବେ ମୋଦି ଓ ଶାହ ଯୋଡ଼ି ଏବେ ଏହି ୪୦ଟି ଆସନ ପାଇଁ ତେଲଙ୍ଗାନାର କେସିଆରଙ୍କ ଟିଆରଏସ, ଓଡ଼ିଶାର ନବୀନ ପଟ୍ଟନାୟକଙ୍କ ବିଜେଡି ଓ ଆନ୍ଧ୍ର ପ୍ରଦେଶର ବିରୋଧୀ ଦଳ ୱାଇଏସ୍‌ଆର୍‌ କଂଗ୍ରେସ ଉପରେ ନଜର ପକାଇଛି। ଏହି ୩ ଦଳ କଂଗ୍ରେସ କିମ୍ବା ୟୁପିଏ ମେଣ୍ଟ ସହ ସାମିଲ ହେବନାହିଁ ବୋଲି କହିଛନ୍ତି।

ତେଣୁ ଏମାନଙ୍କୁ ନିଜ ପାଖକୁ ଆଣିପାରିଲେ, ପୁଣିଥରେ କେନ୍ଦ୍ରରେ ନରେନ୍ଦ୍ର ମୋଦି ପ୍ରଧାନମନ୍ତ୍ରୀ ହୋଇପାରିବେ। ଏମାନଙ୍କ ବ୍ୟତୀତ ଯଦି ତାମିଲନାଡୁର କ୍ଷମତାସୀନ ଏଆଇଏଡିଏମକେ ଲୋକସଭାର କିଛି ଆସନ ଜିତେ, ତାହେଲେ ଏନ୍‌ଡିଏ ପାଇଁ ଏହା ବୋନସ୍‌ ସଦୃଶ ହେବ। କିନ୍ତୁ ସର୍ଭେ ଅନୁଯାୟୀ, ଏଆଇଏଡିଏମକେ ଏଥର ତାମିଲନାଡୁର ୪୦ଟି ଆସନରୁ ମାତ୍ର ଗୋଟିଏରେ ଜିତିବ ବୋଲି ଆକଳନ ହୋଇଛି। ଏପରି ସ୍ଥିତିରେ ମୋଦି-ଶାହ ଯୋଡ଼ି ରିସ୍କ ନେବାକୁ ଚାହୁଁନାହାନ୍ତି। ତେଣୁ ଏହି ଯୋଡ଼ିର ଆଖି ଟିଆରଏସ, ୱାଇଏସ୍‌ଆର୍‌ କଂଗ୍ରେସ ଓ ବିଜେଡି ଉପରେ ରହିଛି।

ଖାସ୍‌ ସେଥିପାଇଁ ପ୍ରଧାନମନ୍ତ୍ରୀ ୩ଥର ଓଡ଼ିଶା ଗସ୍ତ କରିଥିଲେ ହେଁ ବିଜେଡି କିମ୍ବା ନବୀନଙ୍କ ବିରୋଧରେ ମୁହଁ ଖୋଲିନାହାନ୍ତି। ସେହିପରି କେସିଆର୍‌ ମଧ୍ୟ ଇଭିଏମ୍‌ ପ୍ରସଙ୍ଗରେ ମୋଦି ସରକାରଙ୍କୁ ସମର୍ଥନ କରିଛନ୍ତି। ୱାଇଏସ୍‌ଆର୍‌ କଂଗ୍ରେସ ବି କେସିଆରଙ୍କ ସହ ହାତ ମିଳାଇବାକୁ ରାଜି ହୋଇଛି। ଏପରି ସ୍ଥିତିରେ କେସିଆର୍‌ ଏନ୍‌ଡିଏକୁ ସମର୍ଥନ କଲେ ୱାଇଏସ୍‌ଆର୍‌ କଂଗ୍ରେସ ମଧ୍ୟ ସମାନ ନୀତି ଆପଣାଇବ।

ସର୍ଭେ ଅନୁଯାୟୀ, ୨୦୧୯ ଲୋକସଭା ନିର୍ବାଚନରେ ଆନ୍ଧ୍ରର ୨୫ଟି ଲୋକସଭା ଆସନରୁ ୱାଇଏସ୍‌ଆର୍‌ କଂଗ୍ରେସ ୧୯ଟି ଆସନରେ ଜିତିବାର ସମ୍ଭାବନା ରହିଛି।

ସେହିପରି କେସିଆର ତେଲେଙ୍ଗାନାରେ ୧୭ଟି ଲୋକସଭା ଆସନରୁ ୧୬ଟି ଜିତିବେ। ଓଡ଼ିଶାରେ ବିଜେଡି ମଧ୍ୟ ୨୧ଟି ଆସନରୁ ୯ଟି ଜିତିବାର ସମ୍ଭାବନା ରହିଛି। ତେଣୁ ଏହି ୩ ଦଳର ଆସନ ସଂଖ୍ୟା ମିଳିତ ଭାବେ ୪୪ ହେଉଛି। ୨୩୩ କିମ୍ବା ୨୩୭ରେ ୪୪ ମିଶିଲେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ ନମ୍ବର ୨୭୨ ଏନ୍‌ଡିଏ ବେଶ ସହଜରେ ହାସଲ କରିପାରିବ।

ଲୋକସଭାର ୫୪୩ଟି ଆସନରୁ ଏବିପି-ସି ଭୋଟର ଓ ରିପ୍ଲବିକ-ସି ଭୋଟର ସର୍ଭେ ଅନୁଯାୟୀ, ଏନ୍‌ଡିଏ ୨୩୩, ୟୁପିଏ ୧୬୭ ଓ ଅନ୍ୟାନ୍ୟ ଦଳ ୧୪୩ଟି ଆସନ ଜିତିବେ। ସେହିପରି ଇଣ୍ଡିଆ ଟୁଭେ-କାର୍ଭିର ମୁଡ୍‌ ଅଫ୍‌ ନେଶନ ସର୍ଭେ ଅନୁଯାୟୀ, ଏନ୍‌ଡିଏ ୨୩୭, ୟୁପିଏ ୧୬୬ ଓ ଅନ୍ୟାନ୍ୟ ଦଳ ୧୪୦ଟି ଆସନ ପାଇବେ ବୋଲି ଆକଳନ କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story