ମାୟାବତୀ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି: ମୋଦି

ନୂଆଦିଲ୍ଲୀ: ରାଜସ୍ଥାନର ଅଲୱାର ଗଣଦୁଷ୍କର୍ମ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ କଂଗ୍ରେସ ଏବଂ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି। ରାଜସ୍ଥାନରେ ଅଶୋକ ଗେହଲଟ ସରକାରଙ୍କୁ ମାୟାବତୀ ସମର୍ଥନ କରୁଥିଲେ ହେଁ ଅଲୱାର ଘଟଣାର ତୀବ୍ର ନିନ୍ଦା କରିଥିଲେ। ହେଲେ ସେ କ’ଣ ପାଇଁ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କଲେ ନାହିଁ ଏବଂ କେବଳ ନିନ୍ଦା କରିଦେଇ କାହିଁକି ଚୁପ ବସିଛନ୍ତି ବୋଲି ମୋଦି ପ୍ରଶ୍ନ କରିଛନ୍ତି। ମାୟାବତୀ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି […]

saq

saq

Hemant Lenka
  • Published: Sunday, 12 May 2019
  • Updated: 12 May 2019, 05:32 PM IST

Sports

Latest News

ନୂଆଦିଲ୍ଲୀ: ରାଜସ୍ଥାନର ଅଲୱାର ଗଣଦୁଷ୍କର୍ମ ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ କଂଗ୍ରେସ ଏବଂ ବିଏସ୍‌ପି ସୁପ୍ରିମୋ ମାୟାବତୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି।

ରାଜସ୍ଥାନରେ ଅଶୋକ ଗେହଲଟ ସରକାରଙ୍କୁ ମାୟାବତୀ ସମର୍ଥନ କରୁଥିଲେ ହେଁ ଅଲୱାର ଘଟଣାର ତୀବ୍ର ନିନ୍ଦା କରିଥିଲେ। ହେଲେ ସେ କ’ଣ ପାଇଁ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କଲେ ନାହିଁ ଏବଂ କେବଳ ନିନ୍ଦା କରିଦେଇ କାହିଁକି ଚୁପ ବସିଛନ୍ତି ବୋଲି ମୋଦି ପ୍ରଶ୍ନ କରିଛନ୍ତି। ମାୟାବତୀ କେବଳ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ମୋଦି କହିଛନ୍ତି।

ମୋଦି ଟ୍ୱିଟର ଜରିଆରେ କହିଛନ୍ତି,“ଏବେ ଉତ୍ତର ପ୍ରଦେଶର ସବୁ ଝିଅ ବେହେନଜୀ(ମାୟାବତୀ)ଙ୍କୁ ପ୍ରଶ୍ନ କରୁଛନ୍ତି। ସେମାନେ କହୁଛନ୍ତି ମାୟାବତୀ ରାଜସ୍ଥାନ ସରକାରଙ୍କୁ ସମର୍ଥନ କରୁଛନ୍ତି। ହେଲେ କେମିତି ସେହି ରାଜ୍ୟରେ ଜଣେ ଦଳିତ ଝିଅଙ୍କୁ ଗଣଦୁଷ୍କର୍ମ କରାଗଲା? କ’ଣ ପାଇଁ ଏହାପରେ ମଧ୍ୟ ବେହେନଜୀ ସରକାରଙ୍କ ଠାରୁ ସମର୍ଥନ ପ୍ରତ୍ୟାହାର କରୁନାହାନ୍ତି।

କ’ଣ କଂଗ୍ରେସ ସରକାର ଏହି ଗଣଦୁଷ୍କର୍ମ ଘଟଣାକୁ ଚପାଇ ଦେବାକୁ ଚାହିଁ ନଥିଲେ କି? ଯଦି କେହି ଏକଥା କଂଗ୍ରେସକୁ ପଚାରେ, ତା’ହେଲେ ସେମାନେ କେବଳ 'ହୁଆ ତୋ ହୁଆ' ବୋଲି କହିବେ।” ୧୯୮୪ ଶିଖ ବିରୋଧୀ ଦଙ୍ଗାକୁ ନେଇ ବରିଷ୍ଠ କଂଗ୍ରେସ ନେତା ସାମ ପିଟ୍ରୋଡ଼ା 'ହୁଆ ତୋ ହୁଆ' ମନ୍ତବ୍ୟ ଦେଇଥିବାରୁ ମୋଦି ତାଙ୍କୁ ତାଚ୍ଛଲ୍ୟ କରି ଏପରି କହିଛନ୍ତି।

ଏପ୍ରିଲ ୨୬ରେ ରାଜସ୍ଥାନରେ ଜଣେ ଦଳିତ ମହିଳା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଏନେଇ ପରିବାର ଲୋକ ଏପ୍ରିଲ ୩୦ରେ ଅଭିଯୋଗ କରିଥିଲେ ହେଁ ପୁଲିସ୍‌ ନିର୍ବାଚନ ଆଳ ଦେଖାଇ ତଦନ୍ତ କରିନଥିଲା। ଏହାକୁ ନେଇ ଏବେ ବିବାଦ ଦେଖାଦେଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos