ଏସ୍‌ସିଓରେ ପାକିସ୍ତାନକୁ ମୋଦିଙ୍କ ଚେତାବନୀ, ଆତଙ୍କବାଦ ବିରୋଧରେ ଦେଲେ ଯୁଦ୍ଧ ଡାକରା

ବିଶକେକ୍‌: ଯାହା ଆଶା କରାଯାଉଥିଲା କିର୍ଗିଜସ୍ତାନର ବିଶକେକ୍‌ଠାରେ ଆୟୋଜିତ ଏସ୍‌ସିଓ ସମ୍ମିଳନୀରେ ତାହା ହିଁ ଘଟିଛି। ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଲାଖୋଲି ଧମକ ଦେଇଛନ୍ତି। ଏଥିସହ ଆତଙ୍କବାଦ ବିରୋଧରେ ମୋଦି ଯୁଦ୍ଧ ଡାକରା ଦେଇଛନ୍ତି। ଆତଙ୍କବାଦ ବିଶ୍ୱ ପାଇଁ ବିପଦ ସୃଷ୍ଟି କରୁଥିବାରୁ ସମସ୍ତ ରାଷ୍ଟ୍ରଗୁଡ଼ିକ ଏକାଠି ହୋଇ ଏହା ବିରୋଧରେ କାର୍ଯ୍ୟ କରିବାକୁ ମୋଦି ଆହ୍ୱାନ ଦେଇଛନ୍ତି। ଏସ୍‌ସିଓ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ଚାଇନା ପାକିସ୍ତାନକୁ ଟାର୍ଗେଟ ନ […]

s

s

Hemant Lenka
  • Published: Friday, 14 June 2019
  • Updated: 14 June 2019, 04:13 PM IST

Sports

Latest News

ବିଶକେକ୍‌: ଯାହା ଆଶା କରାଯାଉଥିଲା କିର୍ଗିଜସ୍ତାନର ବିଶକେକ୍‌ଠାରେ ଆୟୋଜିତ ଏସ୍‌ସିଓ ସମ୍ମିଳନୀରେ ତାହା ହିଁ ଘଟିଛି। ଆତଙ୍କବାଦୀଙ୍କ ଭୂସ୍ୱର୍ଗ ପାଲଟିଥିବା ପାକିସ୍ତାନକୁ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଖୋଲାଖୋଲି ଧମକ ଦେଇଛନ୍ତି। ଏଥିସହ ଆତଙ୍କବାଦ ବିରୋଧରେ ମୋଦି ଯୁଦ୍ଧ ଡାକରା ଦେଇଛନ୍ତି। ଆତଙ୍କବାଦ ବିଶ୍ୱ ପାଇଁ ବିପଦ ସୃଷ୍ଟି କରୁଥିବାରୁ ସମସ୍ତ ରାଷ୍ଟ୍ରଗୁଡ଼ିକ ଏକାଠି ହୋଇ ଏହା ବିରୋଧରେ କାର୍ଯ୍ୟ କରିବାକୁ ମୋଦି ଆହ୍ୱାନ ଦେଇଛନ୍ତି।

ଏସ୍‌ସିଓ ସମ୍ମିଳନୀରେ ଯୋଗଦେବା ପୂର୍ବରୁ ଚାଇନା ପାକିସ୍ତାନକୁ ଟାର୍ଗେଟ ନ କରିବାକୁ ମୋଦିଙ୍କୁ ଆଗୁଆ ଅନୁରୋଧ କରିଥିଲା। କିନ୍ତୁ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସାମ୍ନାରେ ହିଁ ମୋଦି ପାକିସ୍ତାନ ଓ ଆତଙ୍କବାଦ ପ୍ରସଙ୍ଗ ଉଠାଇଛନ୍ତି।

ଆଜି ମୋଦି ପରୋକ୍ଷରେ ପାକିସ୍ତାନକୁ ଟାର୍ଗେଟ କରି କହିଛନ୍ତି, “ଯେଉଁ ଦେଶ ଆତଙ୍କବାଦକୁ ପ୍ରୋତ୍ସାହନ ଯୋଗାଉଛି, ଆର୍ଥିକ ସହାୟତା ଦେଉଛି ଓ ଆତଙ୍କବାଦୀଙ୍କୁ ସୁରକ୍ଷା ଯୋଗାଉଛି; ସେଭଳି ଦେଶ ସମଗ୍ର ବିଶ୍ୱକ ପାଇଁ ବିପଦ। ତା’ର ମୁଳୋତ୍ପାଟନ ହେବା ଦରକାର। ଏସ୍‌ସିଓରେ ଥିବା ସମସ୍ତ ରାଷ୍ଟ୍ରଗୁଡ଼ିକ ଏକାଠି ଆତଙ୍କବାଦ ବିରୋଧରେ ଲଢ଼ିବା ଦରକାର।

ଭାରତ ସର୍ବଦା ଆତଙ୍କବାଦ ମୁକ୍ତ ସମାଜ ଗଠନ ପାଇଁ ଲଢ଼େଇ କରୁଛି ଏବଂ ଆଗକୁ ମଧ୍ୟ ଏହି ଲଢ଼େଇ ଚାଲିବ। ମୁଁ ଶ୍ରୀଲଙ୍କା ଗସ୍ତ ବେଳେ ସେଣ୍ଟ ଆଣ୍ଟୋନି ଚର୍ଚ୍ଚ ଯାଇଥିଲି। ସେଠାରେ ଆତଙ୍କବାଦର ଭୟଙ୍କର ରୂପ ଦେଖିଛି। ଏଠାରେ ନିରୀହ ଲୋକମାନେ ଆତଙ୍କବାଦର ଶିକାର ହୋଇଛନ୍ତି। ଯେଉଁ ଦେଶ ଆତଙ୍କବାଦକୁ ସମର୍ଥନ କରୁଛନ୍ତି, ସେମାନେ ଏଥିପାଇଁ ଦାୟୀ ରହିବା ଦରକାର।"

"ଆତଙ୍କବାଦ ବିରୋଧରେ ସମସ୍ତେ ଏକାଠି ହୋଇ ଲଢ଼େଇ କରିବା ଦରକାର। ଏସ୍‌ସିଓ ରାଷ୍ଟ୍ରଗୁଡ଼ିକ ଏସ୍‌ସିଓ ରିଜିଓନାଲ ଆଣ୍ଟି ଟେରରିଷ୍ଟ (ଆରଏଟିଏସ୍‌)କୁ ସମର୍ଥନ କରିବା ଦରକାର। ଆତଙ୍କବାଦର ମୁକାବିଲା ପାଇଁ ଏସ୍‌ସିଓ ନେତାମାନେ ବିଶ୍ୱସ୍ତରୀୟ କନଫରେନ୍ସ ଆୟୋଜନ କରିବା ଉଚିତ। ସଂସ୍କୃତି ଓ ସାହିତ୍ୟ ଆମ ସମାଜକୁ ସକାରାତ୍ମକ ବାର୍ତ୍ତା ଦେଇଥାଏ।

ବିଶେଷ କରି ସଂସ୍କୃତି ଓ ସାହିତ୍ୟ ଯୁବକମାନଙ୍କୁ ମୌଳବାଦୀ ଚିନ୍ତାଧାରାରୁ ବଞ୍ଚାଇଥାଏ। ତେଣୁ ମୌଳବାଦର ପ୍ରଚାର ଓ ପ୍ରସାର କରୁଥିବା ବ୍ୟବସ୍ଥା ବନ୍ଦ ହେଉ। ଏସ୍‌ସିଓ ରାଷ୍ଟ୍ରମାନେ ଆଫ୍‌ଗାନିସ୍ତାନରେ କିଭଳି ଶାନ୍ତି ସ୍ଥାପନ ହୋଇପାରିବ, ସେ ଦିଗରେ କାର୍ଯ୍ୟ କରିବା ଦରକାର। କିଛି ସଂଗଠନ ଆ‍ଫଗାନିସ୍ତାନର ଶାନ୍ତି ଭାଙ୍ଗିବାକୁ ଚାହୁଁଛନ୍ତି।

ଏସ୍‌ସିଓ ରାଷ୍ଟ୍ରଗୁଡ଼ିକ ସେଭଳି ସଂଗଠନ ଏବଂ ଏହାକୁ ସମର୍ଥନ କରୁଥିବା ଦେଶକୁ ଉଚିତ ଶିକ୍ଷା ଦେବା ଦରକାର। ଭାରତ ମାତ୍ର ଦୁଇ ବର୍ଷ ତଳେ ଏସ୍‌ସିଓରେ ପୂର୍ଣ୍ଣ ସଦସ୍ୟତାର ମାନ୍ୟତା ପାଇଛି। ହେଲେ ଏହି ଦୁଇ ବର୍ଷ ମଧ୍ୟରେ ଏସ୍‌ସିଓର ସବୁ ଲକ୍ଷ୍ୟକୁ ଭାରତ ସକାରାତ୍ମକ ଦୃଷ୍ଟିରେ ଦେଖି ସେଗୁଡ଼ିକୁ କାର୍ଯ୍ୟକାରୀ କରୁଛି।”

ଆତଙ୍କବାଦ ବ୍ୟତୀତ ମୋଦି ଜଳବାୟୁ ପରିବର୍ତ୍ତନ ସମସ୍ୟା ଉପରେ ମଧ୍ୟ ଫୋକସ କରିବାକୁ ସମସ୍ତ ସହଯୋଗୀ ରାଷ୍ଟ୍ରକୁ ନିବେଦନ କରିଛନ୍ତି।

ମୋଦି ଗୁରୁବାର ଦିନ କିର୍ଗିଜସ୍ତାନରେ ଆୟୋଜିତ ହେଉଥିବା ଦୁଇଦିନିଆ ଏସ୍‌ସିଓ ସମ୍ମିଳନୀରେ ଯୋଗଦେବା ପାଇଁ ବିଶକେକ୍‌ ଆସିଥିଲେ। ଗତକାଲି ସେ ଚାଇନା ରାଷ୍ଟ୍ରପତି ସି ଜିନପିଙ୍ଗ ଓ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍‌ଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଥିଲେ। ଏହି ସମୟରେ ମଧ୍ୟ ମୋଦି ପାକିସ୍ତାନକୁ ଟାର୍ଗେଟ କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story